ETV Bharat / state

ବଲାଙ୍ଗୀରରେ ଆନ୍ତଃରାଜ୍ୟ ଡ଼କାୟତି ଗ୍ୟାଙ୍ଗର ପର୍ଦ୍ଦାଫାସ, 6 ଗିରଫ - ବଲାଙ୍ଗୀର ଏଟିଏମ ଲୁଟ ଘଟଣା

Inter-state dacoity gang arrested: ବଲାଙ୍ଗୀର ଏଟିଏମ ଲୁଟ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ରାଜସ୍ଥାନରୁ ୬ ଆନ୍ତଃରାଜ୍ୟ ଡ଼କାୟତ ଗିରଫ । ଘଟଣାର ସିନ ରିକ୍ରିଏସନ୍ କଲା ପୋଲିସ । ଅଧିକ ପଢନ୍ତୁ

ଆନ୍ତଃରାଜ୍ୟ ଡ଼କାୟତୀ ଗ୍ୟାଙ୍ଗର ପର୍ଦ୍ଦାଫାସ କଲା ବଲାଙ୍ଗୀର ପୋଲିସ

author img

By ETV Bharat Odisha Team

Published : Dec 24, 2023, 10:08 AM IST

ଆନ୍ତଃରାଜ୍ୟ ଡ଼କାୟତୀ ଗ୍ୟାଙ୍ଗର ପର୍ଦ୍ଦାଫାସ କଲା ବଲାଙ୍ଗୀର ପୋଲିସ

ବଲାଙ୍ଗୀର: ବଲାଙ୍ଗୀର ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ରାଜସ୍ଥାନରୁ ୬ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ଗିରଫ କରିଛି ପୋଲିସ । ଏହି ଡକାୟତମାନେ ଓଡ଼ିଶାରେ କିଭଳି ଡକାୟତି କରୁଥିଲେ ତା'ର ତଦନ୍ତ କରୁଛି ପୋଲିସ । ଶନିବାର ଦିନ ସମସ୍ତଙ୍କୁ ଦୁଇ ଦିନିଆ ରିମାଣ୍ଡରେ ଆଣି ଘଟଣାର ସିନ ରିକ୍ରିଏସନ୍ କରାଯାଇଛି । ଏହି ଡକାୟତ ଗ୍ୟାଙ୍ଗ ନିକଟରେ ଓଡ଼ିଶାରେ ୭ରୁ ଅଧିକ ଏଟିଏମ ତାଡି କରି କୋଟି କୋଟି ଟଙ୍କା ଲୁଟ୍ କରିଥିଲେ ।

ସୂଚନାଯୋଗ୍ୟ, ଗତ ୧୬ ତାରିଖ ଦିନ ବଲାଙ୍ଗୀରର ଏକ ଏଟିଏମ ଲୁଟ ହୋଇଥିଲା । ଲୁଟେରାମାନେ ଏଟିଏମ ତାଡ଼ି ଲକ୍ଷାଧିକ ଟଙ୍କା ନେଇ ଚମ୍ପଟ ମାରିଥିଲେ । ଏହାପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏହି ମାମଲାରେ ପୋଲିସର ଏକ ସ୍ବତନ୍ତ୍ର ଟିମ ରାଜ୍ୟ ବହାରେ ଚଢ଼ାଉ କରି ରାଜସ୍ଥାନରୁ 6 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ପୋଲିସ ଅଭିଯୁକ୍ତମାନଙ୍କୁ ଦୁଇ ଦିନିଆ ରିମାଣ୍ଡରେ ଆଣି ଏଠି କେମିତି ସେମାନେ ଡକାୟତି କରୁଥିଲେ ସେନେଇ ତଦନ୍ତ ଆରମ୍ଭ କରିଛି ।

ରାଜସ୍ଥାନର ଡକାୟତି ଗ୍ୟାଙ୍ଗ ଓଡ଼ିଶାରେ ଥିଲେ ସକ୍ରିୟ । ଓଡ଼ିଶାରେ ୭ଟି ସ୍ଥାନରେ ଡକାୟତି କରି ଫେରାର ଥିଲେ । ସେହିପରି ଏମାନେ ଓଡ଼ିଶା ସମେତ ଦେଶର ଅନ୍ୟ ରାଜ୍ୟ କର୍ଣ୍ଣାଟକ, ତେଲେଙ୍ଗାନା, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ଭଳି ରାଜ୍ୟରେ ମଧ୍ୟ ସମାନ ଭାବରେ ଡକାୟତି କରିଥିଲେ । ଅଭିଯୁକ୍ତଙ୍କ ନାମରେ 14ରୁ ଅଧିକ ମାମଲା ରହିଥିବା ପୋଲିସ ସୂଚନା ଦେଇଛି । ବଲାଙ୍ଗୀରରେ ଏଟିଏମ ଲୁଟ ଘଟଣାରେ ଏମାନେ ସାମିଲ ଥିବା ପୋଲିସ ଖବର ପାଇଥିଲା । ପରେ ପୋଲିସ ୩ଟି ସ୍ବତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା । ଶେଷରେ ନାଗପୁର ପୋଲିସ ଏବଂ ମଧ୍ୟପ୍ରଦେଶ ପୋଲିସର ସହାୟତାରେ ରାଜସ୍ଥାନରୁ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ 6 ଲକ୍ଷ 62 ହଜାର ଟଙ୍କା, ଗୋଟିଏ ଦାମୀ କାର ଓ ଅନ୍ୟାନ୍ୟ ସାମଗ୍ରୀ ପୋଲିସ ଜବତ କରିଛି ।

ଏହା ମଧ୍ୟ ପଢନ୍ତୁ.....ପଶ୍ଚିମବଙ୍ଗରେ ବାଘଛାଲ ଚୋରାଚାଲାଣ, ଡିଲ ବେଳେ ଓଡିଶାର 3 ଗିରଫ

ଅନ୍ୟପଟେ ଅଭୁଯୁକ୍ତଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିବା ବେଳେ ଶନିବାର ପୁଣି ପୋଲିସ ଦୁଇ ଦିନିଆ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରୁଛି । ଏମାନେ କିଭଳି ଓଡ଼ିଶାରେ ଅପରାଧ ଘଟାଇ ଆସୁଥିଲେ ? ଆଉ କିଏ ଏମାନଙ୍କ ସହ ଜଡ଼ିତ ଥିଲେ ନା ନାହିଁ, ଏଭଳି ଅନେକ ଦିଗରେ ଛାନଭିନ୍ କରାଯାଉଛି । ଏଥିସହ ଗତକାଲି ପାଟଣାଗଡ଼ ସରମୁହାଣ କୁକୁଡ଼ା ଜୋରରେ ଥିବା ଏଟିଏମରେ ହୋଇଥିବା ଡ଼କାୟତିର ମଧ୍ୟ ସିନ ରିକ୍ରିଏସନ କରିଛି ପୋଲିସ ।

ଅଭିଯୁକ୍ତମାନେ ଲୁଟ ପାଇଁ ଆବଶ୍ୟକ ଥିବା କିଛି ସାମଗ୍ରୀ କିଣୁଥିବା ବେଳେ କିଛି ଚୋରି କରି ସଂପୃକ୍ତ ଏଟିଏମ ଡକାୟତି କରୁଥିଲେ । ତେବେ ଓଡ଼ିଶାର ବାଲେଶ୍ଵର, ଖୋର୍ଦ୍ଧା, ସୋରୋ, ବଲାଙ୍ଗୀରର ବିଭିନ୍ନ ସ୍ଥାନରେ ୭ଟି ଡକାୟତି ମାମଲାରେ ଏମାନେ ଜଡିତ ଥିବା ଜଣାପଡ଼ିଛି । ତେବେ ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ରାଜସ୍ଥାନ ଭରତପୁର ଜିଲ୍ଲାର ୪ଜଣ ହୋଇଥିବା ବେଳେ ଆଉ ୨ ଜଣ ଅଲ୍ଵାଲ ଜିଲ୍ଲାର ବୋଲି ପୋଲିସ ସୂଚନା ଦେଇଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.