ETV Bharat / state

ବଲାଙ୍ଗୀରରେ କୋରୋନା ସ୍ଥିତି ଅସମ୍ଭାଳ, ବଢୁଛି ମୃତ୍ୟୁ ସଂଖ୍ୟା - ବଲାଙ୍ଗୀରରେ ବଢୁଛି ମହାମାରୀରେ ମୃତ୍ୟୁ ସଂଖ୍ୟା

ବଲାଙ୍ଗୀର ଜିଲ୍ଲାରେ କୋରୋନା ସ୍ଥିତି ଅସମ୍ଭାଳ। ସବୁଠୁ ଚିନ୍ତାର କାରଣ ହେଉଛି ଆକ୍ରାନ୍ତ ବୃଦ୍ଧି ପାଇବା ସହ ଏଠି ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ବଢି ଚାଲିଛି। ସେପଟେ କୋରୋନା ସଂକ୍ରମଣ ରୋକିବା ସହ ଉଚିତ ଚିକିତ୍ସା ଦାବି କରିଛନ୍ତି ଲୋକେ।

ବଲାଙ୍ଗୀରରେ କୋରୋନା ସ୍ଥିତି ଅସମ୍ଭାଳ, ବଢୁଛି ମୃତ୍ୟୁ ସଂଖ୍ୟା

author img

By

Published : Sep 29, 2020, 6:40 AM IST

ବଲାଙ୍ଗୀର: ଜିଲ୍ଲାରେ କୋରୋନା ପରିସ୍ଥିତି ଅସମ୍ଭାଳ ହୋଇଥିବା ବେଳେ ଦୈନିକ 100 ରୁ ଉର୍ଦ୍ଧ୍ବ କୋରୋନା ଆକ୍ରାନ୍ତ ଚିନ୍ହଟ ହେଉଛନ୍ତି। ସେହିପରି ଜିଲ୍ଲାରେ କୋରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ବାରେ ଲାଗିଥିବା ବେଳେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ରହିଛି।

ତେବେ ମଙ୍ଗଳବାର ବଲାଙ୍ଗୀର ଜିଲ୍ଲାରେ 101 କୋରୋନା ଆକ୍ରାନ୍ତ ଚିନ୍ହଟ ହୋଇଥିବା ବେଳେ 22 ଜଣଙ୍କର ମୃତ୍ୟୁ ହୋଇଥିବାର ଜଣାପଡ଼ିଛି। ସେହିପରି ବଲାଂଗୀର ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 4 ହଜାର ପାର ହୋଇଥିବା ବେଳେ ଏବେ ମୋଟ ସଂଖ୍ୟା 4ହଜାର 1 ଶହ 16 ରହିଛି।

ସେଥିମଧ୍ୟରୁ 3ହଜାର 3ଶହ 75 ଜଣ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ 719 ଜଣ ଚିକିତ୍ସା ଧୀନ ଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ୍, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.