ବଲାଙ୍ଗୀର: ଜିଲ୍ଲାର ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ବ୍ୟାପକ ପରିମାଣରେ ବେଆଇନ କଫ ସିରଫ କାରବାର ଚାଲିଥିବାର ଅଭିଯୋଗ ହୋଇ ଆସୁଥିଲା । ତେବେ ପୋଲିସ ଏହାକୁ ଠାବ କରିବା ପାଇଁ ଜାଲ ବିଛାଇ ନିଜେ ଏହାର ଗ୍ରାହକ ସାଜି ବିପୁଳ ପରିମାଣର ବେଆଇନ କଫ ସିରଫ ଜବତ କରିବାରେ ସଫଳ ହୋଇଛି।
ତେବେ ଖପ୍ରାଖୋଲକୁ ଚାଲାଣ ବେଳେ ପୋଲିସ ଏକ ଇଣ୍ଡିକା ଗାଡିକୁ ଖପ୍ରାଖୋଲ ତହସିଲ ସାମନାରେ ଅଟକାଇ ଥିଲା । ଆଉ ଗାଡି ମଧ୍ୟରୁ ବିପୁଳ ପରିମାଣରେ ବେଆଇନ ଏସ କଫ ସିରଫ ଜବତ କରିଥିଲା।
ସେହିପରି ଏଥିରେ ସମ୍ପୃକ୍ତ ଥିବା ପାଟଣାଗଡ଼ କାଦୋ ପଡ଼ାର ଦୁଇ ମୁଖ୍ୟ ଅଭିଯୁକ୍ତ ରିଙ୍କୁ ଜୈନ ଓ ସୁନୀଲ ପାତ୍ରଙ୍କୁ ପୋଲିସ ଗିରଫ କରିଛି । ବର୍ତ୍ତମାନ ଏଦିଗରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।
ବଲାଙ୍ଗୀରରୁ ସେଖ ମହମ୍ମଦ ୱାହିଦ, ଇଟିଭି ଭାରତ