ETV Bharat / state

ଆଶ୍ଚର୍ଯ୍ୟ ! ଚାମଚରୁ କ୍ଷୀର ପିଉଛି ବୃଷଭ ମୂର୍ତ୍ତି, ଭାଇରାଲ ହେଉଛି ଭିଡିଓ

author img

By

Published : Oct 20, 2022, 9:33 AM IST

ଆଖିରେ ନଦେଖିଲେ ବିଶ୍ବାସ ହେବ ନାହିଁ । ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଶିବ ପୀଠରେ ଶିବଙ୍କ ବାହନ ବୃଷଭ କ୍ଷୀର ଓ ପାଣି ପିଉଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ଚାମରରୁ ନନ୍ଦି ପିଉଛି କ୍ଷୀର
ଚାମରରୁ ନନ୍ଦି ପିଉଛି କ୍ଷୀର

ବଲାଙ୍ଗୀର: କଥାରେ ଅଛି ମାନିଲେ ଠାକୁର ନମାନିଲେ ପଥର । ବିଶ୍ବାସରେ ଥାଏ ଭକ୍ତି । ଚାମରରୁ ନନ୍ଦି ପିଉଛି କ୍ଷୀର । ଆଖିରେ ନଦେଖିଲେ ବିଶ୍ବାସ ହେବ ନାହିଁ। ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଶିବ ପୀଠରେ ଶିବଙ୍କ ବାହନ ବୃଷଭ କ୍ଷୀର ଓ ପାଣି ପିଉଥିବା ଦେଖିବାକୁ ମିଳିଛି । ଶିବ ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏପରି ଅଲୌକିକ ଦୃଶ୍ୟ ଦେଖିବାକୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଲାଗିଛି ।

ଚାମରରୁ ନନ୍ଦି ପିଉଛି କ୍ଷୀର, ଶିବ ମନ୍ଦିରରେ ଲାଗିଲା ଭିଡ

ବଲାଙ୍ଗୀର ଏକ ଶିବ ମନ୍ଦିରରେ ଭଗବାନ ଶିବଙ୍କ ବାହନ ନନ୍ଦୀ କ୍ଷୀର ଓ ପାଣି ପିଉଥିବାର ପ୍ରଚାର ହୋଇଥିଲା । ଯାହା ପରେ ଭକ୍ତମାନେ ଏହାକୁ ବିଶ୍ୱାସ କରି ନନ୍ଦୀଙ୍କ ମୂର୍ତ୍ତିକୁ କ୍ଷୀର ପିଆଉଥିବା ଆରମ୍ଭ କରିଥିଲେ । ଏହାର ଅନେକ ଭିଡିଓ ମଧ୍ୟ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି । ପରେ ଭକ୍ତ ମଧ୍ୟ ବିଭିନ୍ନ ମନ୍ଦିରରେ ଭିଡ ଲଗାଇ ବୃଷଭଙ୍କୁ କ୍ଷୀର ଓ ପାଣି ପିଆଉଛନ୍ତି । ଆଉ ଏହାକୁ ଦେଖିବାକୁ ଭକ୍ତଙ୍କ ଗହଳି ଲାଗିଥିଲା ।

ଏହା ବି ପଢନ୍ତୁ...ସାହା ହେଲା ସ୍ବଚ୍ଛାସେବୀ ସଂଗଠନ, ଚାଲିବାକୁ ସକ୍ଷମ ହେଉଛି ଟଙ୍କ ଜାନି

ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲା ଆଗଲପୁର ଫଟା ବାହଲ ଗ୍ରାମର ଶିବ ମନ୍ଦିର, ପାଟଣାଗଡ଼ ବ୍ରହ୍ମପୁରା ସ୍ଥିତ ଶିବ ମନ୍ଦିରର ଅନେକ ଭିଡିଓ ସାମନାକୁ ଆସିଥିଲା । ମଙ୍ଗଳବାର ରାତିରେ ଏହି ସବୁ ମନ୍ଦିରରେ ଭକ୍ତଙ୍କ ଭିଡ଼ ଜମିଥିଲା । ସେପଟେ ଲୋକେ ଏହାକୁ ଅଲୌକିକ ଘଟଣା ବୋଲି କହୁଥିବା ବେଳେ ଏହା ପ୍ରାକୃତିକ ନା ଏହାର କୌଣସି ବୈଜ୍ଞାନିକ କାରଣ ଅଛି ତାହା ସ୍ପଷ୍ଟ ହୋଇ ପାରିନାହିଁ । କିନ୍ତୁ ଲୋକଙ୍କ ମଧ୍ୟରେ ଏହାକୁ ନେଇ ଭକ୍ତି ଓ ଶ୍ରଦ୍ଧା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.