ବଲାଙ୍ଗୀର: ସ୍ତ୍ରୀର ମୃତ୍ୟୁ ପରେ ଜୀବନ ହାରିଲେ ସ୍ବାମୀ । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଦାବ୍ରି ପାଲି ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ତେବେ ମୃତ ସ୍ତ୍ରୀ ଚନ୍ଦ୍ରକଳା ମଲ୍ଲିକ ହୋଇଥିବା ବେଳେ ସ୍ବାମୀ ଗୋଧନ ମଲ୍ଲିକ ବୋଲି ଜଣାପଡିଛି । ସୂଚନା ମୁତାବକ, ଚନ୍ଦ୍ରକଳା କିଡନୀ ରୋଗରେ ପୀଡିତ ଥିଲେ। ସ୍ବାମୀ ତାଙ୍କର ସମସ୍ତ ପ୍ରଚେଷ୍ଟା କରି ତାଙ୍କର ଚିକିତ୍ସା ପାଇଁ ଦିନ ରାତି ଏକ କରିଥିଲେ। ହେଲେ ଚନ୍ଦ୍ରକଳା ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଆହୁରି ବିଗିଡ଼ିବାରେ ଲାଗିବା ବେଳେ ଅର୍ଥ ଅଭାବରୁ ସଠିକ ଚିକିତ୍ସା ତାଙ୍କର ହୋଇ ପାରି ନଥିଲା । ତାଙ୍କର ଦୁଇଟି କିଡନୀ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା । ତାଙ୍କର ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ହୋଇଥିଲା।
ସେପଟେ ରୋଗରେ ପଡ଼ି ସ୍ତ୍ରୀଙ୍କ ମୃତ୍ୟୁ ହେବା ପରେ ମାନସିକ ଭାରସାମ୍ୟ ହରାଇ ବସିଥିଲେ ସ୍ୱାମୀ ଗୋଧନ । ଏହାପରେ ସ୍ବାମୀ ଆତ୍ମହତ୍ୟା କରିଥିବା କୁହାଯାଉଛି । ସ୍ତ୍ରୀ ଚନ୍ଦ୍ରକଳାଙ୍କ ମୃତ୍ୟୁ ପରେ ନିଜ ଚାଷ ଜମିରେ ଥିବା ଏକ ଗଛରେ ଗାମୁଛା ଲଗାଇ ଜୀବନ ହାରିଲେ ସ୍ବାମୀ ଗୋଧନ ମଲ୍ଲିକ। ଏନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଅନ୍ୟପଟେ ସ୍ଥାନୀୟ ଲୋକଙ୍କ ଠାରୁ କଣ୍ଟାବାଞ୍ଜି ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।
ଏହା ମଧ୍ୟ ପଢନ୍ତୁ- MLA Dipali Das Takes oath: ଝାରସୁଗୁଡା ବିଧାୟିକା ଭାବେ ଶପଥ ନେଲେ ଦୀପାଳି ଦାସ
ଏହା ମଧ୍ୟ ପଢନ୍ତୁ- Maoists call Bandh: 7 ଜିଲ୍ଲାରେ ଲାଲବାହିନୀର ବନ୍ଦ ଡାକରା, ଗଛ ପକାଇ ରାସ୍ତା ଅବରୋଧ
ତେବେ ଗ୍ରାମବାସୀଙ୍କ କହିବା ଅନୁସାରେ, ଗୋଧନ ଓ ଚନ୍ଦ୍ରକଳା ଙ୍କ ବିବାହ ଚାରି ପାଞ୍ଚ ବର୍ଷ ତଳେ ହୋଇଥିଲା। ସେମାନେ ଭାରି ଖୁସିରେ ମଧ୍ୟ ଥିଲେ। ହେଲେ କିଛି ବର୍ଷ ହେବ ଚନ୍ଦ୍ରକଳା କିଡ଼ନୀ ରୋଗରେ ପୀଡିତ ହୋଇଥିଲେ ଏବଂ ସ୍ବାମୀ ଗୋଧନ ତାଙ୍କର ଚିକିତ୍ସା ପାଇଁ ସବୁ ସମ୍ଭବ ପ୍ରୟାସ କରି ମଧ୍ୟ ତାଙ୍କୁ ବଞ୍ଚାଇ ପାରିଲେ ନାହିଁ। ତେବେ ଗତକାଲି ରାତିରେ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ହେବା ପରେ ଗୋଧନ ସମ୍ପୂର୍ଣ ଭାଙ୍ଗି ପଡିଥିଲା। ସେ ଚାଲିଗଲା ପରେ ଏବେ ମୁଁ କଣ କରିବି କେମିତି ବଞ୍ଚିବି କହି ନିଜ କ୍ଷେତରେ ଥିବା ଗଛରେ ଆତ୍ମହତ୍ୟା କରିଥିବାର ଗ୍ରାମବାସୀ କହିଛନ୍ତି।
ଇଟିଭି ଭାରତ, ବଲାଙ୍ଗୀର