ETV Bharat / state

ପାର୍ବଣ ପରେ ପେଟପାଟଣା ଚିନ୍ତା, ଭିଟାମାଟି ଛାଡୁଛନ୍ତି ଗାଁ ଲୋକ

ବଲାଙ୍ଗୀର ଜିଲ୍ଲାରେ ଆରମ୍ଭ ହୋଇଛି ବେଆଇନ ଶ୍ରମିକ ଚାଲାଣ । ପାର୍ବଣ ପରେ ବଲାଙ୍ଗୀରରେ ଆରମ୍ଭ ହୋଇଛି ବେଆଇନ ଦାଦନ ଚାଲାଣ । ଏହାକୁ ରୋକିବାକୁ ପ୍ରଶାସନ ପ୍ରସ୍ତୁତ ଥିବାବେଳେ ମଧ୍ୟ ଜାରି ହୋଇଛି ଶ୍ରମିକ ଚାଲାଣ । ଅଧିକ ପଢନ୍ତୁ

author img

By

Published : Oct 27, 2022, 3:04 PM IST

balangiri migrant labourer issue
ପାର୍ବଣ ପରେ ପେଟପାଟଣା ଚିନ୍ତା, ଭିଟାମାଟି ଛାଡୁଛନ୍ତି ଗାଁ ଲୋକ

ବଲାଙ୍ଗୀର: ପାର୍ବଣ ସରିଲା । ପରିବାର ସହ ମଉଜ ପୂଜା ବୁଲା ବି ସରିଲା ଏବେ ପେଟପାଟଣା ଚିନ୍ତା । ପାର୍ବଣ ପରେ ବଲାଙ୍ଗୀରରେ ଆରମ୍ଭ ହୋଇଛି ବେଆଇନ ଦାଦନ ଚାଲାଣ । ଏହାକୁ ରୋକିବାକୁ ପ୍ରଶାସନ ପ୍ରସ୍ତୁତ ଥିବାବେଳେ ମଧ୍ୟ ଜାରି ରହିଛି ଶ୍ରମିକ ଚାଲାଣ । କାମ ଖୋଜିବା ପାଇଁ ଗାଁ ଛାଡୁଛନ୍ତି ଲୋକ । ଜିଲ୍ଲାରେ ଜଳସେଚନର ଅଭାବ ସାଙ୍ଗକୁ କଳ କାରଖାନା ନ ଥିବା ଯୋଗୁଁ ଲୋକେ ପେଟପାଟଣା ପାଇଁ ବାଧ୍ୟ ହୋଇ ବାହାର ରାଜ୍ୟକୁ ଦାଦନ ଖଟବାକୁ ଯାଇଥାନ୍ତି ।

ବଲାଙ୍ଗୀରରେ ବିଶେଷ କରି ନୂଆଖାଇ ପର୍ବ ପରେ ଏହି ହଜାର ହଜାର କୋଟି ଟଙ୍କାର ମାନବ ବେପାର ଆରମ୍ଭ ହୋଇ ଯାଇଥାଏ । ଯେଉଁଥିରେ ଗରିବ ଲୋକଙ୍କୁ ବାହାର ରାଜ୍ୟରେ ବିଭିନ୍ନ ଇଟା ଭାଟିରେ ଖଟାଇବା ପାଇଁ ଖରିଦ ଫରୋଦ ହୋଇଥାଏ । ବାହାର ରାଜ୍ୟର ମାଲିକମାନେ ବଲାଙ୍ଗୀର ଜିଲ୍ଲାକୁ ଆସି ଏଠି ଦଲାଲମାନଙ୍କୁ ମୋଟା ଅଙ୍କର ଟଙ୍କା ଅଗ୍ରୀମ ପ୍ରଦାନ କରିଥାନ୍ତି । ଏହାପରେ ଦାଦନ ଦଲାଲ ବା ସର୍ଦ୍ଦାରମାନେ ଗାଁ ଗାଁ ବୁଲି ଗରିବ ଲୋକଙ୍କୁ ଏଥିରେ ଟଙ୍କା ଲୋଭ ଦେଖାଇ ସେମାନଙ୍କୁ ବେଆଇନ ଭାବରେ ବାହାର ରାଜ୍ୟକୁ ଚାଲାଣ କରିଥାନ୍ତି । ତେବେ ନୂଆଖାଇ ଓ ଦୀପାବଳୀ ପରେ ଏଠି ସବୁ ଦାଦନ ଦଲାଲ ସକ୍ରିୟ ହୋଇଛନ୍ତି । ଗରିବ ଲୋକଙ୍କୁ ବାହାର ରାଜ୍ୟ ଚାଲାଣ ଆରମ୍ଭ କରିଛନ୍ତି ।

ଏହା ବି ପଢନ୍ତୁ... ଆସନ୍ତା 10ରେ ପ୍ରଥମ ଥର ମାଣ୍ଡିଆ ଦିବସ ପାଳିବ ରାଜ୍ୟ, ପ୍ରସ୍ତୁତି ସମୀକ୍ଷା କଲେ କୃଷି ମନ୍ତ୍ରୀ

ଗରିବ ଲୋକଙ୍କ ପାଇଁ ଅନେକ ଯୋଜନା ଥିଲେ ସୁଦ୍ଧା ତାହା ସେମାନଙ୍କ ପର୍ଯ୍ୟନ୍ତ ନ ପହଞ୍ଚିବା ଯୋଗୁଁ ସେମାନେ ବାଧ୍ୟ ହୋଇ ପେଟପାଟଣା ପାଇଁ ନିଜ ଭିଟା ମାଟି ଛାଡ଼ି ନିର୍ଯାତନା ସହି ଦାଦନ ଶ୍ରମିକ ଓ ବନ୍ଧା ଶ୍ରମିକ ଭାବରେ କାମ କରିବାକୁ ଯାଉଛନ୍ତି । ତେବେ ବଲାଙ୍ଗୀର ଜିଲ୍ଲାର ପ୍ରାୟ ୧୪ଟି ବ୍ଲକରେ ଏହି ପରିସ୍ଥିତି ଥିବାବେଳେ ଏବେ ଏହି ଦାଦନ ଚାଲାଣ ଆରମ୍ଭ ହୋଇ ଯାଇଛି । ଜିଲ୍ଲା ପ୍ରଶାସନ ଓ ପୋଲିସ ଏହାକୁ ମାତ ଦେବା ପାଇଁ ସବୁ ଥର ପରି ଏଥର ମଧ୍ୟ ଅନେକ ପଦକ୍ଷେପ ନେଇଛି । ଦାଦନ ପ୍ରବଣ ଅଞ୍ଚଳକୁ ବିଶେଷ ଧ୍ୟାନ ଦେଇ ପୋଲିସ୍ ବିଭାଗ, ରେଳ ବିଭାଗ, ରେଳ ପୋଲିସ୍ ସହିତ ମିଳିତ ଭାବରେ ଦାଦନ ଚାଲାଣ ରୋକିବାକୁ ପଦକ୍ଷେପ ନେଇଛି ।

ସେହିପରି ବିଭିନ୍ନ ରେଳ ଷ୍ଟେସନରେ ପୋଲିସର ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ୍ ଖୋଲାଯାଇ ବେଆଇନ ଦାଦନ ଚାଲାଣ ଯେମିତି ନ ହେବ ତା ପାଇଁ ପୋଲିସ୍ ପଦକ୍ଷେପ ନେଇଛି । ସେହିପରି ସବୁ ପୋଲିସ୍ ଥାନାକୁ ମଧ୍ୟ ଏଥିପ୍ରତି ସଜାଗ ରଖା ଯାଇଛି । ସମାନ ଭାବରେ ପ୍ରଶାସନ ଓ ବଲାଙ୍ଗୀର ଶ୍ରମ ବିଭାଗ ପକ୍ଷରୁ ମଧ୍ୟ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ କରାଯାଇ ସବୁଠି ଯାଞ୍ଚ ଜାରି ରହିଛି । ଏହାଛଡ଼ା ଲୋକଙ୍କ ପାଇଁ ହେଲ୍ପ ଲାଇନ ଫୋନ୍ ନମ୍ୱର୍ ମଧ୍ୟ ଖୋଲାଯାଇ ଥିବାର ପ୍ରଶାସନ କହିଛି ।

ତେବେ ପୋଲିସ୍ ଓ ପ୍ରଶାସନର ଏହି ପଦକ୍ଷେପ ପରେ ବିଭିନ୍ନ ସ୍ଥାନରୁ ଏଯାଏଁ ପାଞ୍ଚ ଶହରୁ ଉର୍ଦ୍ଧ୍ବ ଦାଦନ ଶ୍ରମିକଙ୍କୁ ବେଆଇନ ଚାଲାଣବେଳେ, ଉଦ୍ଧାର କରାଯାଇଛି । ସମାନ ଭାବରେ ଜିଲ୍ଲାରେ ସକ୍ରିୟ ଥିବା ୨୫୦ରୁ ଉର୍ଦ୍ଧ୍ବ ଦାଦନ ସର୍ଦ୍ଦାରଙ୍କ ଉପରେ ମଧ୍ୟ କଡା ନଜର ରଖିଛି ପ୍ରଶାସନ । ତିନି ଲକ୍ଷରୁ ଉର୍ଦ୍ଧ୍ବ ଗରିବ ଲୋକ ପେଟ ପାଟଣା ପାଇଁ ବାହାର ରାଜ୍ୟକୁ ଖଟିବାକୁ ଯାଇଥିବା ରିପୋର୍ଟରୁ ଜଣାପଡିଛି । ପୋଲିସ୍ ପ୍ରଶାସନ ଏହାକୁ କେତେ ମାତ୍ରାରେ ରୋକିବାରେ ସଫଳ ହେଉଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.