ETV Bharat / state

ପାଟଣାଗଡ଼ ମୂର୍ତ୍ତି ବିବାଦ, ଆସନ୍ତା ୩ରେ ବଲାଙ୍ଗୀର ଜିଲ୍ଲା ବନ୍ଦ ଡାକରା

author img

By

Published : Jul 31, 2023, 4:26 PM IST

Updated : Jul 31, 2023, 5:02 PM IST

ତେଜିବାରେ ଲାଗିଛି ପାଟଣାଗଡ଼ ମୂର୍ତ୍ତି ବିବାଦ । ଆସନ୍ତା ଅଗଷ୍ଟ ୩ରେ ବଲାଙ୍ଗୀର ବନ୍ଦ ଡାକରା ଦେଲା ହିନ୍ଦୁ ଜାଗରଣ ମଞ୍ଚ । ବନ୍ଦକୁ ସମର୍ଥନ ଦେଇ ଆନ୍ଦୋଳନରେ ସାମିଲ ହେବେ କଂଗ୍ରେସ ଓ ବିଜେପି । ଅଧିକ ପଢ଼ନ୍ତୁ

hindu jagran manch calls balangir bandh
ବଲାଙ୍ଗୀର ବନ୍ଦ ଡାକରା ଦେଲା ହିନ୍ଦୁ ଜାଗରଣ ମଞ୍ଚ

ବଲାଙ୍ଗୀର: ପାଟଣାଗଡ଼ ମୂର୍ତ୍ତି ବିବାଦ ଥମିବାର ନା ନେଉନାହିଁ । ପର୍ଶୁରାମଙ୍କ ବଦଳରେ ବିଜୁ ମୂର୍ତ୍ତି ସ୍ଥାପନକୁ ବିରୋଧ କରାଯାଇଛି । ଏହାକୁ ନେଇ ଜିଲ୍ଲା ବନ୍ଦ ଡାକରା ଦେଲା ହିନ୍ଦୁ ଜାଗରଣ ମଞ୍ଚ । ଆସନ୍ତା ଅଗଷ୍ଟ ୩ ତାରିଖରେ ସମଗ୍ର ବଲାଙ୍ଗୀର ଜିଲ୍ଲା ବନ୍ଦ କରିବା ନେଇ ହିନ୍ଦୁ ଜାଗରଣ ମଞ୍ଚ ସୂଚନା ଦେଇଛି । କଂଗ୍ରେସ, ବିଜେପି ଓ ଅନ୍ୟାନ୍ୟ ସଂଗଠନ ଏହାକୁ ସମର୍ଥନ ଦେଇ ଆନ୍ଦୋଳନରେ ସାମିଲ ହେବେ ।

ପଟଣାଗଡ଼ ବ୍ଲକ ଛକରେ ଥିବା ଭଗବାନ ପର୍ଶୁରାମଙ୍କ ଫଟୋ ଚିତ୍ରକୁ ଗତ ଜୁଲାଇ ୧୭ ତାରିଖରେ ସ୍ଥାନୀୟ ପ୍ରଶାସନ ଦ୍ବାରା ଅପସାରିତ କରାଯାଇଥିଲା । ଏକ ଟ୍ରାନ୍ସଫର୍ମରରେ ବାନ୍ଧି ଦେବା ସହ ସେଠାରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଗଲା । ପୂର୍ବରୁ ଏହି ସ୍ଥାନରେ ପର୍ଶୁରାମଙ୍କ ଫଟୋ ଚିତ୍ରକୁ ଲୋକେ ପୂଜା କରୁଥିଲେ ଏବଂ ଉକ୍ତ ଛକକୁ ପର୍ଶୁରାମ ଛକ ବୋଲି ଜାଣିଥିଲେ । ହେଲେ ପ୍ରଶାସନ ବିନା ସୂଚନାରେ କିମ୍ବା ଲୋକଙ୍କ ସହ ଆଲୋଚନା ନକରି ସେଠାରୁ ଫଟୋ ହଟାଇ ବିଜୁ ପଟ୍ଟନାୟକ ମୂର୍ତ୍ତି ସ୍ଥାପନ କରିବାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ସିଧାସଳଖ ପଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଇଙ୍ଗିତରେ ଏହା କରାଯାଇଥିବା ଅଭିଯୋଗ କରଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ପର୍ଶୁରାମ ମୂର୍ତ୍ତି ହଟାଇବା ବିବାଦ, ଧାରଣାସ୍ଥଳରେ ହୋମ ଯଜ୍ଞ କଲା ବ୍ରାହ୍ମଣ ସମାଜ

ଗତ ଜୁଲାଇ ୧୮ ତାରିଖରୁ ବିଭିନ୍ନ ହିନ୍ଦୁ ସଂଗଠନ ସେଠାରେ ଧାରଣା ଦେଇ ଆନ୍ଦୋଳନ କରି ଆସୁଛନ୍ତି । ଏଥିରେ କୌଣସି ସୁଫଳ ନମିଳିବାରୁ ଆନ୍ଦୋଳନ ଏବେ ଜିଲ୍ଲାକୁ ବ୍ୟାପିଛି । ହିନ୍ଦୁ ମିଳିତ ଜାଗରଣ ମଞ୍ଚ ତୀବ୍ର ଆନ୍ଦୋଳନ କରିବାର ଚେତାବାନୀ ଦେଇଛି । ଏହି କ୍ରମରେ ଆସନ୍ତା ଅଗଷ୍ଟ ୩ ତାରିଖ ବଲାଙ୍ଗୀର ଜିଲ୍ଲା ବନ୍ଦ ଡାକରା ଦେଇଛି । ଯେଉଁଥିରେ ସମଗ୍ର ଜିଲ୍ଲାର ସରକାରୀ, ବେସରକାରୀ ଅନୁଷ୍ଠାନ ଓ ଦୋକାନ ବଜାର ଓ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ହିନ୍ଦୁ ଜାଗରଣ ମଞ୍ଚ ସଭାପତି ଗୋପାଲଜି ପାଣିଗ୍ରାହୀ କହିଛନ୍ତି । ଏନେଇ ସେ ଆହୁରି ମଧ୍ୟ କହିଛନ୍ତି, "ଭଗବାନ ପର୍ଶୁରାମଙ୍କ ଫଟୋ ଅପସାରିତ କରିବା ଓ ତାଙ୍କୁ ଅସମ୍ମାନ ପ୍ରଦର୍ଶନ କରିବାକୁ ବରଦାସ୍ତ କରାଯିବ ନାହିଁ । ବିଜୁ ପଟ୍ଟନାୟକଙ୍କ ମୂର୍ତ୍ତି ସେଠାରୁ ଅପସାରିତ କରି ଶୀଘ୍ର ପର୍ଶୁରାମଙ୍କ ମୂର୍ତ୍ତି ସ୍ଥାପିତ କରାଯାଉ । ଦାବି ପୂରଣ ନହେଲେ ଆନ୍ଦୋଳନ ତୀବ୍ରତର ହେବ ।" ସେପଟେ ଏହି ବନ୍ଦ ଡାକରାକୁ କଂଗ୍ରେସ ଓ ବିଜେପି ସମର୍ଥନ ଦେଇଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Jul 31, 2023, 5:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.