ETV Bharat / state

ବାପାଙ୍କ ମତ୍ୟୁ ପରେ ଶଯ୍ୟାଶାୟୀ ମାଆ, ପରିବାରର ବୋଝ ସମ୍ଭାଳୁଛି 13 ବର୍ଷର ପୁଅ

ବାପାଙ୍କ ମୃତ୍ୟୁ ପରେ ପରିବାର ଚଳାଉଛି ୧୩ ବର୍ଷର ପୁଅ ଚୁମନ୍ । ଘରେ ରୋଗୀଣା ମାଆ ଓ ସାନ ଭାଇର ଦାୟିତ୍ବ ନେଇ ସକାଳୁ ପେପର ବାଣ୍ଟି ସନ୍ଧ୍ୟାରେ ସାଇକେଲ ଦୋକାନରେ କାମ କରୁଛି 13 ବର୍ଷର ନାବାଳକ । ପାଠ ପଢ଼ି ଡାକ୍ତର ହେବାକୁ ସ୍ବପ୍ନ ଦେଖି ୧୦ରୁ ୪ଟା ସ୍କୁଲ ମଧ୍ୟ ଯାଉଛି । ସରକାରୀ ସହାୟତା ଦାବି କଲେ ସ୍ଥାନୀୟ ଲୋକେ । ଅଧିକ ପଢ଼ନ୍ତୁ

author img

By

Published : Nov 13, 2022, 10:45 PM IST

ବାପାଙ୍କ ମତ୍ୟୁ ପରେ ଶଯ୍ୟାଶାୟୀ ମାଆ, ପରିବାରର ବୋଝ ସମ୍ଭାଳୁଛି କୁନି ପୁଅ

ବଲାଙ୍ଗୀର: ଅକାଳରେ ବାପାଙ୍କ ମୃତ୍ୟୁ ପରେ ରୋଗିଣା ମାଆ ଓ ସାନ ଭାଇ ମୁହଁରେ ଆହାର ଦେବା ପାଇଁ ଅଣ୍ଟା ଭିଡ଼ିଛି ୧୩ ବର୍ଷର ପୁଅ । ଘରକୁ ଘର ବୁଲି ଖବରକାଗଜ ବାଣ୍ଟୁଛନ୍ତି ଅଷ୍ଟମ ଶ୍ରେଣୀ ଛାତ୍ର ଚୁମନ ରାଓ । ଏଭଳି ଦୃଶ୍ୟ ଆପଣ ହୁଏତ କେଉଁ ଚଳଚିତ୍ରରେ ଦେଖିଥିବେ । କିନ୍ତୁ ଡାକ୍ତର ହେବାର ସ୍ବପ୍ନ ନେଇ ସକାଳୁ ରାତି ଯାଏଁ ସଂଘର୍ଷ କରିଚାଲିଥିବା ଏହି ଚୁମନ ରାଓ ହେଉଛନ୍ତି ବଲାଙ୍ଗୀର ସହର କନ୍ଧପାଲି ପଡାର ସିଭିଲ ରାଓଙ୍କ ପୁଅ । ଖେଳିବା ବୁଲିବା ବୟସରେ ଛୋଟ ପିଲାଟିର ଏଭଳି ସଙ୍ଘର୍ଷ ଦେଖିଲେ ଆପଣଙ୍କ ଆଖିରେ ମଧ୍ୟ ଲୁହ ଆସିଯିବ ।

ବାପାଙ୍କ ମତ୍ୟୁ ପରେ ମାଆ ଶଯ୍ୟାଶାୟୀ

ସୂଚନା ଅନୁସାରେ ସିଭିଲ ରାଓ ପେସାରେ ଜଣେ ଠିକାଦାର ଥିଲେ । ପରିବାର କହିଲେ ପତ୍ନୀ ସୁନିନ୍ୟା, ବଡ଼ପୁଅ ଚୁମନ ଓ ସାନ ପୁଅ । ଭଲ ରୋଜଗାର ହେଉଥିବାରୁ ଚୁମନ ଏକ ଘରୋଇ ସ୍କୁଲରେ ମେଧାବୀ ଛାତ୍ର ଭାବରେ ପାଠ ପଢି ଆସୁଥିଲେ । ସବୁ ବିଷୟରେ ସେ ଭଲ ନମ୍ବର ରଖୁଥିଲେ । ହଠାତ୍‌ ସିଭିଲ୍‌ ଯକ୍ଷ୍ମା ରୋଗରେ ପୀଡ଼ିତ ହେବାପରେ ପ୍ରାୟ ଦେଢ଼ ବର୍ଷ ପୂର୍ବେ ତାଙ୍କର ମୃତ୍ୟୁ ଘଟିଥିଲା । ଏହାପରେ କିଛିଦିନ ଦୁଇପୁଅଙ୍କୁ ଦୁଃଖେ କଷ୍ଟେ ନେଇ ଚଳୁଥିଲେ ସୁନିନ୍ୟା । କିନ୍ତୁ ଧିରେ ଧିରେ ସେ ମଧ୍ୟ ଯକ୍ଷ୍ମା ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ହୋଇଗଲେ । ଏହାପରେ ରୋଗୀଣା ମାଆ ଓ ସାନ ଭାଇର ଦାୟିତ୍ବ ନେଇଛନ୍ତି ୧୩ ବର୍ଷର ପୁଅ ଚୁମନ୍‌ ।

ପରିବାରର ବୋଝ ମୁଣ୍ଡେଇ ସଙ୍ଘର୍ଷ କରୁଛି ଚୁମନ୍‌

ବାପା ଯିବା ପରେ ଘରୋଇ ସ୍କୁଲରେ ଫି ଦେଇ ନପାରିବାରୁ ବଲାଙ୍ଗୀର ସରକାରୀ ଟାଉନ ଉଚ୍ଚ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପଢୁଛନ୍ତି ଚୁମନ୍‌ । ବୟସ ମାତ୍ର ୧୩ ବର୍ଷ ହୋଇଥିବାବେଳେ ଘରେ ରୋଗୀଣା ମାଆର ଚିକିତ୍ସା ଓ ସାନ ଭାଇ ମୁହଁରେ ଦାନା ଯୋଗାଇବାକୁ ସେ ଅଣ୍ଟା ଭିଡ଼ିଥିଲେ । ଭୋର ୫ ଟାରୁ ଉଠି ପେପର ବାଣ୍ଟିବା ପରେ ୧୦ଟା ରୁ ୪ଟା ସ୍କୁଲ୍ ଯାଉଛନ୍ତି ଚୁମନ୍‌ । ଏହାପରେ ସନ୍ଧ୍ୟାରେ ସାଇକେଲ ଦୋକାନରେ କାମ କରି ଯାହା କିଛି ରୋଜଗାର କରୁଛନ୍ତି । ତେବେ ପେପର ବାଣ୍ଟିବା ଓ ସାଇକେଲ ଦୋକାନରେ କାମ କରି ଯାହା ରୋଜଗାର କରୁଛନ୍ତି, ସେଥିରେ ପରିବାର ଚଳାଉଛି କୁନି ପୁଅ ଚୁମନ । ତେବେ ବଡ଼ ହୋଇ ଡାକ୍ତର ହେବାକୁ ମନରେ ସ୍ବପ୍ନ ରଖିଛନ୍ତି ସେ ।

ସାହାଯ୍ୟ ପାଇଁ ସ୍ଥାନୀୟ ଲୋକଙ୍କ ଦାବି

ଖେଳିବା ବୁଲିବା ବୟସରେ ଏତେ ଛୋଟ ପିଲା ପେପର୍ ବାଣ୍ଟୁଥିବାର କାରଣ ସେଠାକାର ଲୋକଙ୍କୁ ଆନ୍ଦୋଳିତ କରିଥିଲା । ଏହି କୁନି ପୁଅ ଓ ତାଙ୍କ ପରିବାର ଅଭାବନୀୟ ପରିସ୍ଥିତି ଲୋକ ଲୋଚନକୁ ଆସିବା ପରେ କିଛି ଲୋକ ପିଲାକୁ ସାବାସି ଦେଇଛନ୍ତି । ଆଉ କିଛି ଆମ ବିଧି ବ୍ୟବସ୍ଥାର ଦୁର୍ବଳତା ଉପରେ ଦୋଷ ଲଦିଛନ୍ତି । ଏହି ଅସହାୟ ପରିବାରକୁ ସରକାର ଯଥା ସମ୍ଭବ ସାହାଯ୍ୟ ଯୋଗାଇ ଦେବାକୁ ଦାବି କରିଛନ୍ତି ଲୋକେ । ସେହିପରି ଏହି ମେଧାବୀ ଛାତ୍ର ଚୁମନ ରାଓର ଆଗକୁ ପଢ଼ିବା ଓ ତାଙ୍କ ପରିବାର ପୋଷଣ ପାଇଁ ସାଧାରଣରେ ସାହାଯ୍ୟ ପାଇଁ ଅପିଲ କରିଛନ୍ତି ।

ସାହାଯ୍ୟର ହାତ ବଢ଼ାଇଛି ପ୍ରଶାସନ

ଚୁମନ ଓ ତାର ପରିବାରର ଏଭଳି ସଂଘର୍ଷ ସାମ୍ନାକୁ ଆସିବା ପରେ ବଲାଙ୍ଗୀର ପୌର ପରିଷଦର ସମସ୍ତ କାଉନସିଲର ଓ ଅଧ୍ୟକ୍ଷା ମିଳିତ ଭାବରେ ପ୍ରାଥମିକ ପଦକ୍ଷେପ ନେଇଛନ୍ତି । ସେମାନେ ଚୁମନ୍‌ର ପରିବାରକୁ ଭେଟି ତାଙ୍କୁ ଆର୍ଥିକ ସାହାଯ୍ୟ ଦେବା ସହ ସବୁ ମାସରେ ସବୁ କାଉନସିଲର ନିଜ ପକେଟରୁ ଭରଣ ପୋଷଣ ପାଇଁ ଟଙ୍କା ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ଏମାନଙ୍କୁ ରାସନ୍ କାର୍ଡ ଯୋଗାଇ ଦେବା ସହ ତାଙ୍କୁ ଆବାସ ଯୋଜନା ଓ ଜାଗା ମିଶନରେ ଘର ମଧ୍ୟ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସମାନ ଭାବରେ ବଲାଙ୍ଗୀର ପ୍ରଶାସନ ମଧ୍ୟ ଦୁଇ ଭାଇଙ୍କୁ ପ୍ରତି ମାସ ୧୫ ଶହ ଟଙ୍କା ପ୍ରଦାନ କରିବ ବୋଲି ସୂଚନା ଦେଇଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.