ETV Bharat / state

ବର୍ଷାରେ ବେହାଲ କଣ୍ଟାବାଞ୍ଜି, ବିଭିନ୍ନ ଅଞ୍ଚଳରେ ଯୋଗାଯୋଗ ବିଚ୍ଛିନ୍ନ - ବର୍ଷାରେ ବେହାଲ କଣ୍ଟାବାଞ୍ଜି

କଣ୍ଟାବାଞ୍ଜିରେ ଗୁରୁବାର ପ୍ରବଳ ବର୍ଷା ହେବାରୁ ସହର ଜଳମଗ୍ନ ହୋଇଛି। ସହରର ସବୁ ମୁଖ୍ୟ ରାସ୍ତା ଉପରେ ଦୁଇ ଫୁଟରୁ ଅଧିକ ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି । ଫଳରେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଅଧିକ ପଢନ୍ତୁ...

ବର୍ଷାରେ ବେହାଲ କଣ୍ଟାବାଞ୍ଜି, ବିଭିନ୍ନ ଅଞ୍ଚଳରେ ଯୋଗାଯୋଗ ବିଚ୍ଛିନ୍ନ

author img

By

Published : Jul 23, 2020, 10:30 PM IST

ବଲାଙ୍ଗୀର: କଣ୍ଟାବାଞ୍ଜିରେ ଗୁରୁବାର ପ୍ରବଳ ବର୍ଷା ହେବାରୁ ସହର ଜଳମଗ୍ନ ହୋଇଛି। ସହରର ସବୁ ମୁଖ୍ୟ ରାସ୍ତା ଉପରେ ଦୁଇ ଫୁଟରୁ ଅଧିକ ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି । ଫଳରେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି ।

ବର୍ଷାରେ ବେହାଲ କଣ୍ଟାବାଞ୍ଜି, ବିଭିନ୍ନ ଅଞ୍ଚଳରେ ଯୋଗାଯୋଗ ବିଚ୍ଛିନ୍ନ

ସେହିପରି କଣ୍ଟାବାଞ୍ଜି ବଲାଙ୍ଗୀର 42 ନମ୍ବର ରାଜ୍ୟ ରାଜପଥର କୁର୍ଲି ଗ୍ରାମଠାରେ ରାସ୍ତା ଉପରେ ଚାରି ଫୁଟ ପାଣି ପ୍ରବାହିତ ହୋଇଛି । ଏହା ଯୋଗୁଁ ବଲାଙ୍ଗୀର କଣ୍ଟାବାଞ୍ଜି ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସମାନ ଭାବରେ ସହର ମଧ୍ୟରେ ବିଭିନ୍ନ ୱାର୍ଡ଼ରେ ଲୋକଙ୍କ ଘର ଭିତରକୁ ପାଣି ପଡ଼ିଥିବା ବେଳେ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଯାଇଥିବା ଦେଖିବାକୁ ମିଳିଛି । ସେପଟେ ଏଭଳି ପରିସ୍ଥିତିରେ କଣ୍ଟାବାଞ୍ଜି ଏନଏସସିର ସ୍ଥାଣୁତାକୁ ନେଇ ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଥିଲା। ଏଥିପାଇଁ ଶତାଧିକ ଲୋକ ଏନଏସସି କାର୍ଯ୍ୟାଳୟ ଘେରାଉ ମଧ୍ୟ କରିଥିଲେ।

ବଲାଙ୍ଗୀରରୁ ଏସକେ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.