ETV Bharat / state

ପ୍ରଚଣ୍ଡ ଖରାରେ ସିଝୁଛି ବଲାଙ୍ଗୀର, ଜନଜୀବନ ଅସ୍ତବ୍ୟସ୍ତ

author img

By

Published : Apr 30, 2022, 7:33 PM IST

ବଲାଙ୍ଗୀରରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବାବେଳେ ଜନଜୀବନ ହୋଇପଡ଼ିଛି ଅସ୍ତବ୍ୟସ୍ତ । ଅଧିକ ପଢନ୍ତୁ

ପ୍ରଚଣ୍ଡ ଖରାରେ ସିଝୁଛି ବଲାଙ୍ଗୀର, ଜନଜୀବନ ଅସ୍ତବ୍ୟସ୍ତ
ପ୍ରଚଣ୍ଡ ଖରାରେ ସିଝୁଛି ବଲାଙ୍ଗୀର, ଜନଜୀବନ ଅସ୍ତବ୍ୟସ୍ତ

ବଲାଙ୍ଗୀର: ରାଜ୍ୟ ସମେତ ଜିଲ୍ଲାରେ ମଧ୍ୟ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ । ଜିଲ୍ଲାରେ ମିଳୁନି ଖରାରୁ ତ୍ରାହି । ପ୍ରଚଣ୍ଡ ଗରମରେ ସିଝୁଛି ସାରା ଜିଲ୍ଲା । ସକାଳୁ ୭ଟାରୁ ଆକାଶରୁ ଅଗ୍ନି ବର୍ଷା ଭଳି ଖରା ହେଉଥିବାବେଳେ ଦିନରେ ଗରମ ଝାଞ୍ଜି ପବନ ବହୁଛି । ଫଳରେ ଏଠି ସାଧାରଣ ଜୀବନ ଯାପନ ସମ୍ପୂର୍ଣ୍ଣ ଭାବରେ ପ୍ରଭାବିତ ହୋଇଛି ।

ମଣିଷଠୁ ପଶୁ ପକ୍ଷୀ ସମସ୍ତେ ଅସ୍ତବ୍ୟସ୍ତ ହୋଇଛନ୍ତି । ସକାଳ ୧୦ଟା ପରେ ରାସ୍ତାଘାଟ ଶୂନଶାନ ହୋଇଛି । ସେହିପରି ସନ୍ଧ୍ୟା ଓ ରାତିରେ ମଧ୍ୟ ଗରମରୁ ତ୍ରାହି ମିଳୁନଥିବାବେଳେ ରାତିରେ ମଧ୍ୟ ଗରମ ଝାଞ୍ଜି ପବନ ଲୋକଙ୍କୁ ନାହିଁ ନ ଥିବା ଅସୁବିଧାରେ ପକାଉଛି । ତେବେ ତାତି ଏଠି ସବୁଦିନ 44 ଡିଗ୍ରୀ ଉପର ଥିବାବେଳେ ଏଭଳି ପରିସ୍ଥିତିରେ ଅଘୋଷିତ ବିଦ୍ୟୁତ କାଟ ଓ ପାଣି ସମସ୍ୟା ଲୋକଙ୍କ ସମସ୍ୟାକୁ ଆହୁରି ଦୁଇ ଗୁଣିତ କରିଛି। ତେବେ ସମାନ ଅବସ୍ଥା ବଲାଙ୍ଗୀରର ସବୁ ସବଡିଭିଜନ ଓ ବ୍ଲକର ମଧ୍ୟ ରହିଛି ।

ସେପଟେ ପ୍ରଶାସନ ପକ୍ଷରୁ ଏଯାଏଁ ଲୋକଙ୍କ ଜଲଛତ୍ର ଭଳି କୌଣସି ଆନୁଷଙ୍ଗିକ ବ୍ୟବସ୍ଥା କରା ନ ଯିବାରୁ ଏଠି ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଅନ୍ୟପଟେ ଜିଲ୍ଲା ପ୍ରଶାସନ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସବୁ ବ୍ୟବସ୍ଥା ହାତକୁ ନେଇଥିବାର କହିଛି ଏବଂ ଲୋକଙ୍କୁ ଅଂଶୁଘାତରୁ ବଞ୍ଚିବା ପାଇଁ ସତର୍କ କରାଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.