ETV Bharat / state

ବଲାଙ୍ଗୀରରେ ବର୍ଷୁଛି ନିଆଁ - ବଲାଙ୍ଗୀର

ବୈଶାଖ ମାସରେ ନିଆଁ ବର୍ଷୁଛି । ଗୋଟିଏ ପଟେ ବଲାଙ୍ଗୀରରେ ଆକାଶରୁ ନିଆଁ ଗୋଳା ଭଳି ଅସହ୍ୟ ଖରା ହେଉଥିବା ବେଳେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ବଲାଙ୍ଗୀର
author img

By

Published : Apr 25, 2019, 11:59 PM IST

ବଲାଙ୍ଗୀର: ବୈଶାଖ ମାସରେ ନିଆଁ ବର୍ଷୁଛି । ଗୋଟିଏ ପଟେ ଏଠି ଆକାଶରୁ ନିଆଁ ଗୋଳା ଭଳି ଅସହ୍ୟ ଖରା ହେଉଥିବା ବେଳେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ଏହାସହ ପ୍ରବଳ ଗରମ ସହ ତତଲା ଝାଞ୍ଜି ପବନ ଯୋଗୁଁ ସାଧାରଣ ଜୀବନ ଯାପନ ଅସ୍ତବ୍ୟସ୍ତ ହୋଇ ପଡିଛି । ଚଳିତ ବର୍ଷ ଜିଲ୍ଲାରେ ଗରମ ଅଧିକ ଅନୁଭୁତ ହେଉଥିବା ବେଳେ ଅବାଧ ଗଛ କଟା, ଜଙ୍ଗଲ କ୍ଷୟ ଓ କଂକ୍ରିଟର ବ୍ୟାପକ ନିର୍ମାଣ ଏହାର କାରଣ ବୋଲି ଲୋକେ କହିଛନ୍ତି । ସେପଟେ ଚଳିତବର୍ଷ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସବୁ ଆଗୁଆ ପଦକ୍ଷେପ ନେବା ସହ ଲୋକଙ୍କୁ ମଧ୍ୟ ସଚେତନ ରହିବା ପାଇଁ ନିବେଦନ କରିଛି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବଲାଙ୍ଗୀର

ଏଥର ବୈଶାଖ ମାସରେ ତାପମାତ୍ରା ୪୩ ଡିଗ୍ରୀ ପାର୍ । ସକାଳ 8 ଟାରୁ ପ୍ରଚଣ୍ଡ ଖରା ଅନୁଭୂତ ହେଉଥିବା ବେଳେ ସନ୍ଧ୍ୟା ଯାଏଁ ଗରମରେ ଛଟପଟ ହେଉଛନ୍ତି ଜିଲ୍ଲାବାସୀ । ଫଳରେ ଜରୁରୀ କାମ ନଥିଲେ ଘରୁ ଗୋଡ କାଢୁନାହାଁନ୍ତି ଲୋକେ। ତେବେ ଜିଲ୍ଲାରେ ଅବାଧ ଗଛକଟା, ଜଙ୍ଗଲ କ୍ଷୟ ଓ କଂକ୍ରିଟ ନିର୍ମାଣ ବୃଦ୍ଧି ପାଇଥିବା ଯୋଗୁଁ ଚଳିତ ବର୍ଷ ଗରମ ଆହୁରି ବଢିବ ବୋଲି ସାଧାରଣ ଲୋକେ ମତ ଦେଇଛନ୍ତି ।

ଏହି ଅସହ୍ୟ ଗରମରେ ଏବେ ଜନଜୀବନ ଅସ୍ତବ୍ୟସ୍ତ । ତେବେ ପ୍ରବଳ ଖରା ଯୋଗୁଁ ଆଗକୁ ଏହାର କିଭଳି ମୁକାବିଲା କରିବେ ତାକୁ ନେଇ ସମସ୍ତେ ଚିନ୍ତାରେ। ଅନ୍ୟପଟେ ଜିଲ୍ଲା ପ୍ରଶାସନ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନିଜର ସବୁ ପ୍ରସ୍ତୁତି କରି ସାରିଥିବା ବେଳେ ସବୁଠି ପିଇବା ପାଣି, ଅଂଶୁଘାତ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଇତ୍ୟାଦି ଗ୍ରହଣ କରିଛି। ସେହିପରି ଲୋକଙ୍କୁ ମଧ୍ୟ ସଚେତନ ଓ ସତର୍କ ରହିବାକୁ ଅନୁରୋଧ କରିଛି ଜିଲ୍ଲା ପ୍ରଶାସନ ।

ଗୋଟିଏ ପଟେ ଟାଣ ଖରା ତ ଅନ୍ୟପଟେ ଅସହ୍ୟ ଗରମ ସାଧାରଣ ଜୀବନ ଯାପନକୁ ବେଶ ପ୍ରଭାବିତ କରିଛି । ତେବେ ଏଭଳି ପରିସ୍ଥିତିରେ ଜିଲ୍ଲା ପ୍ରଶାସନର ବ୍ୟବସ୍ଥା ଲୋକଙ୍କ ପାଇଁ କେତେ ଲାଭ ଦାୟକ ହେଉଛି ତାହା ଆଗାମୀ ଦିନରେ ଜଣାପଡିବ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.