ETV Bharat / state

ବିଦ୍ୟୁତ ଆଘାତରେ ସ୍ବାମୀ ମୃତ, ସ୍ତ୍ରୀ ଆହତ

author img

By

Published : Jul 23, 2020, 7:36 PM IST

ବଲାଙ୍ଗୀରରେ ଅଭାବନୀୟ ଘଟଣା । ବିଦ୍ୟୁତ ଆଘାତରେ ସ୍ବାମୀର ମୃତ୍ୟୁ ହୋଇଥିବାବେଳେ ତାଙ୍କ ସ୍ତ୍ରୀ ତାଙ୍କୁ ବଞ୍ଚାଇବାକୁ ଯାଇ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢନ୍ତୁ..

ବିଦ୍ୟୁତ ଆଘାତରେ ସ୍ବାମୀ ମୃତ,  ସ୍ତ୍ରୀ ଆହତ
ବିଦ୍ୟୁତ ଆଘାତରେ ସ୍ବାମୀ ମୃତ, ସ୍ତ୍ରୀ ଆହତ

ବଲାଙ୍ଗୀର: ଜିଲ୍ଲାରେ ବିଦ୍ୟୁତ ଆଘାତରେ ସ୍ବାମୀର ମୃତ୍ୟୁ ହୋଇଥିବାବେଳେ ତାଙ୍କ ସ୍ତ୍ରୀ ଆହତ ହୋଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ସାନ ବୁରକା ବାହାଲ ଗ୍ରାମରେ ।

ବିଦ୍ୟୁତ ଆଘାତରେ ସ୍ବାମୀ ମୃତ, ସ୍ତ୍ରୀ ଆହତ

ସୂଚନାନୁଯାୟୀ, ଗାଁର ସୁକୃ ସାଗର ଆଜି ଶୌଚ ପାଇଁ ଯାଉଥିବାବେଳେ ରାସ୍ତାରେ ଛିଣ୍ଡି ପଡିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ତାଙ୍କୁ ଉଦ୍ଧାର କରିବାକୁ ଯାଇ ତାଙ୍କ ସ୍ତ୍ରୀ ଲଳିତା ସାଗର ଆହତ ହୋଇଥିଲେ । ସେପଟେ ତାଙ୍କ ପରିବାର ଲୋକେ ଓ ଗ୍ରାମବାସୀ ଦୁଇ ଜଣଙ୍କୁ ଉଦ୍ଧାର କରି ବଲାଙ୍ଗୀର ମେଡ଼ିକାଲ କଲେଜକୁ ଆଣିଥିଲେ।

ତେବେ ସେଠାରେ ଡାକ୍ତର ସୁକୃ ସାହୁଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ସାମାନ୍ୟ ଚିକିତ୍ସା ପରେ ତାଙ୍କ ସ୍ତ୍ରୀଙ୍କୁ ଛାଡି ଦିଆଯାଇଥିଲା। ଏହି ଘଟଣା ପରେ ପୁଇଁତଲା ପୋଲିସ ତଦନ୍ତ ଆରମ୍ଭ କରିଥିବାବେଳେ ମୃତଦେହକୁ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ବଲାଙ୍ଗୀରରୁ ଶେଖମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.