ETV Bharat / state

ଭିନ୍ନକ୍ଷମ ପାୟଲଙ୍କ ପାଇଁ ଖୁସି ଖବର, କୃତ୍ରିମ ଗୋଡ ପରେ ଲାଗିବ ସ୍ମାର୍ଟ ହାତ - ପାୟଲଙ୍କ ଶରୀରରେ ଲାଗିବ ସ୍ମାର୍ଟହାତ

ପାୟଲ ନାଗଙ୍କ ଶରୀରରେ ଲାଗିବ ସ୍ମାର୍ଟହାତ । ସୂଚନା ଦେଲେ ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ । ଅଧିକ ପଢନ୍ତୁ

Handicap girl Payal will get a smart hand

author img

By

Published : Apr 29, 2023, 10:20 PM IST

ଭିନ୍ନକ୍ଷମ ପାୟଲଙ୍କ ପାଇଁ ଖୁସି ଖବର

ବଲାଙ୍ଗୀର: ପାଞ୍ଚ ବର୍ଷ ପୂର୍ବେ ହାତ ଗୋଡ ହରାଇ ସେ ହୋଇଯାଇଥିଲେ ଭିନ୍ନକ୍ଷମ । କିନ୍ତୁ ହାରିନଥିଲା ତାଙ୍କର ମନୋବଳ। ପାଟିରେ ସୁନ୍ଦର ସୁନ୍ଦର ଚିତ୍ର ଆଙ୍କି ସମସ୍ତଙ୍କୁ ଚକିତ କରିଥିଲେ ବଲାଙ୍ଗୀରର ଝିଅ ପାୟଲ ନାଗ। ଏବେ ତାଙ୍କ ପାଇଁ ଆଉ ଏକ ଖୁସିର ଖବର ଆସିଛି। ପାୟଲଙ୍କୁ ବର୍ତ୍ତମାନ 13 ବର୍ଷ ହୋଇଥିବା ବେଳେ ଖୁବଶୀଘ୍ର ତାଙ୍କୁ ସ୍ମାର୍ଟ ହାତ ମିଳିବ। ଏନେଇ ସୂଚନା ଦେଇଛି ବଲାଙ୍ଗୀର ଜିଲ୍ଲା ପ୍ରଶାସନ।

ପାୟଲ ନାଗ ଭିନ୍ନ କ୍ଷମ ହେଲେ ସୁଦ୍ଧା କୌଣସି ଭାବରେ ଜଣେ ସକ୍ଷମ ଠାରୁ କମ ନୁହଁନ୍ତି। ତାଙ୍କର ଚିତ୍ର ଆଙ୍କିବାର କଳା ତାଙ୍କୁ ନୂଆ ପରିଚୟ ଦେଇଛି। ତେବେ ପ୍ରଶାସନ ଓ ରାଜ୍ୟ ସରକାର ତାଙ୍କୁ ଅନେକ ସମୟରେ ସାହାଯ୍ୟ ସହଯୋଗ କରି ଆସିଛନ୍ତି। ଏପରିକି କିଛି ବର୍ଷ ପୂର୍ବରୁ ତାଙ୍କୁ କୁତ୍ରିମ ଗୋଡ ଦିଆ ଯାଇଥିଲା। ଏବେ ତାଙ୍କୁ ସ୍ମାର୍ଟ ହାତ ଦିଆଯିବାର ସରକାର ବ୍ୟବସ୍ଥା କରିଛନ୍ତି। ଯାହା ତାଙ୍କ ସବୁ କାମରେ ତାଙ୍କୁ ସହଯୋଗ କରିବ ବୋଲି କୁହାଯାଇଛି । ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧାରୁଆ ଏନେଇ ସୂଚନା ଦେଇଛନ୍ତି।

ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ସରକାରଙ୍କ ନିକଟକୁ ଏକ ଚିଠି ଲେଖା ଯାଇଥିଲା। ଏହାକୁ ଅନୁମତି ମିଳିବା ପରେ କୁତ୍ରିମ ଗୋଡ ପରେ ସ୍ମାର୍ଟ ହାତ ଲାଗିବ ପାୟଲଙ୍କ ଶରୀରରେ। ପାୟଲକୁ ସ୍ମାର୍ଟ ହାତ ଲଗାଇଲେ ସେ ଆହୁରି ଉନ୍ନତି କରି ପାରିବ ବୋଲି କୁହା ଯାଇଥିଲା। ତେବେ ରାଜ୍ୟ ସରକାର ଏହା ଉପରେ ତ୍ୱରିତ ପଦକ୍ଷେପ ନେଇଥିବା ବେଳେ ସାଢ଼େ 9 ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଖୁବ ଶୀଘ୍ର ତାରିଖ ଧାର୍ଯ୍ୟ ହେବା ପରେ ପାୟଲଙ୍କ ଠାରେ ନୂଆ ଆଧୁନିକ ସ୍ମାର୍ଟ ହାତ ଲାଗିବ ବୋଲି ସୂଚନା ମିଳିଛି। ଏହାଦ୍ୱାରା ସେ ସାଧାରଣ ମଣିଷ ଭଳି ତାର ଦୈନନ୍ଦିନ କାମ କରି ପାରିବ ବୋଲି ସେ ଆଶା ବାଦି ଅଛନ୍ତି।

ମୁରିବାହାଲ ବ୍ଲକ ଅନ୍ତର୍ଗତ ଯମୁନା ବାହାଲ ଗ୍ରାମର ବିଜୟ ନାଗ ଓ ଜନତା ନାଗଙ୍କ ଝିଅ ପାୟଲ ନାଗ । ପାୟଲକୁ ଯେତେବେଳେ ୮ ବର୍ଷ ହେଉଥିଲା ସେ ବାପା ମାଆ ସହ ଛତିଶଗଡ଼ ରାୟପୁର ଯାଇଥିଲେ । ଗତ ଏପ୍ରିଲ ୬ ତାରିଖରେ ୨୦୧୫ରେ ପାୟଲର ମା' ବାପା ଏକ ଘର ନିର୍ମାଣ କାମରେ ନିୟୋଜିତ ଥିବା ବେଳେ ପାୟଲ ନିଜ ଭାଇ ସହ ଖେଳୁଥିଲା । ଠିକ ଏହି ସମୟରେ ଭାଇର ଏକ କପଡା ବିଦ୍ୟୁତ ତାରରେ ଲାଖି ଯାଇଥିବା ବେଳେ ପାୟଲ ତାକୁ କାଢ଼ିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଦୁର୍ଭାଗ୍ୟ ବସତଃ ବିଦ୍ୟୁତ ଆଘାତ ଲାଗିବାରୁ ନିଜର ଚାରି ହାତ ଗୋଡ଼ ହରାଇଥିଲେ ପାୟଲ।

ଦୁଇ ହାତ ଗୋଡ ହରାଇ ଥିବା ପାୟଲଙ୍କୁ ତାଙ୍କ ମାଆ ବାପା ଗାଁ କୁ ନେଇ ଆସିଥିଲେ। କିଛି ମାସ ଗ୍ରାମରେ ରହିବା ପରେ ପାୟଲଙ୍କୁ ବୁଢ଼ୀ ଆଇ ପାଖରେ ଛାଡି ଦେଇ ସେମାନେ ପୁଣି ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଚାଲି ଯାଇଥିଲେ। ସେପଟେ ବୃଦ୍ଧା ଆଇଙ୍କ ମୃତ୍ୟୁ ପରେ ଅସହାୟ ପାୟଲ ଜୀବନ ସହ ସଂଗ୍ରାମ କରୁଥିଲେ। ତେବେ ଏଭଳି ଅବସ୍ଥାରେ ଜିଲ୍ଲା ପ୍ରଶାସନ ତାଙ୍କୁ ଉଦ୍ଧାର କରି ବଲାଙ୍ଗୀର ପାର୍ବତୀ ଗିରି ବାଳ ନିକେତନରେ ଥଇଥାନ କରିଥିଲା। ତେବେ ପାୟଲଙ୍କ ପଢ଼ିବାର ଇଚ୍ଛା ଥିବାରୁ ତାକୁ ବଲାଙ୍ଗୀର ସଦାଇପାଲି ରାମଜି ହାଇସ୍କୁଲରେ ନାମ ଲେଖାଇଥିଲା ଜିଲ୍ଲା ପ୍ରଶାସନ।

ଏବେ ପାୟଲ ନାଗ ନବମ ଶ୍ରେଣୀରେ ପାଠ ପଢୁଛନ୍ତି। ସମସ୍ତଙ୍କ ସହିତ ସାଙ୍ଗ ମଧ୍ୟ ହେଉଛନ୍ତି । ସେହିପରି ନିଜ ହାତ ଗୋଡ ହରାଇଥିଲେ ମଧ୍ୟ ମୁହଁରେ ତୁଳି ଧରି ଏକାଧିକ ଚିତ୍ର ଆଙ୍କି ବିଭିନ୍ନ ପ୍ରତିଯୋଗୀତାରେ ସେ ପୁରସ୍କୃତ ମଧ୍ୟ ହେଉଇଛି। ଏବଂ ତାର ଏହି ନିଆରା ସଫଳ ପ୍ରୟାସ ପାଇଁ ସେ ଆଜି ସାରା ରାଜ୍ୟରେ ପରିଚିତ ହୋଇପାରିଛନ୍ତି।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.