ETV Bharat / state

ଖୋଲୁଛି ଜିଏସଟି ଠକେଇ ଗୁମର - gst froud in balangiri

ବଲାଙ୍ଗୀରରେ କୋଟି କୋଟି ଟଙ୍କାର ଜିଏସଟି ଠକେଇର ଗୁମର ଖୋଲିବାରେ ଲାଗିଛି । ମା ଓ ପୁଅଙ୍କୁ ଗିରଫ ପରେ କୋର୍ଟ ଚାଲାଣ କଲା ପୋଲିସ । ଅଧିକ ପଢନ୍ତୁ....

ଖୋଲୁଛି ଜିଏସଟି ଠକେଇ ଗୁମର
ଖୋଲୁଛି ଜିଏସଟି ଠକେଇ ଗୁମର
author img

By

Published : Nov 10, 2020, 6:54 PM IST

ବଲାଙ୍ଗୀର: କୋଟି କୋଟି ଟଙ୍କାର ଜିଏସଟି ଠକେଇର ଗୁମର ଖୋଲିବାରେ ଲାଗିଛି । ଗରିବଙ୍କୁ ଢାଲ କରି ତାଙ୍କ ନାଁରେ କମ୍ପାନୀ ଖୋଲି ଲକ୍ଷ ଲକ୍ଷ ଟଙ୍କାର ଜିଏସଟି ଠକେଇ କରାଯାଇଥିବା ଜଣାପଡିଛି । ଯେଉଁ ମାନେ ଇଂରାଜୀ ଜାଣି ନାହାନ୍ତି ତାଙ୍କ ନାଁରେ ଦସ୍ଥଖତ କରାଯାଇ ମିଛ କମ୍ପାନୀ ଖୋଲାଯାଇଛି । ଘଟଣା ଜଣାପଡିବା ପରେ ପୋଲିସ ଓ ଆୟକର ବିଭାଗ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଏ ସମ୍ପର୍କରେ ଅବଗତ କରାଇଛି ।

ଖୋଲୁଛି ଜିଏସଟି ଠକେଇ ଗୁମର

ଏହି ଠକେଇରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ମା ଓ ପୁଅଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ପୋଲିସ । ଅଭିଯୁକ୍ତ ମହିଳା ଗାୟତ୍ରୀ ଜୟଶ୍ବାଲ ଏହି ଅଭିଯୋଗକୁ ଖଣ୍ଡନ କରିଥିବା ବେଳେ ପୁଅ ବିରେନ୍ଦ୍ର ଜୟଶ୍ବାଲ ଏହି ଠକେଇରେ ସମ୍ପୃକ୍ତ ରହି ଲୋକଙ୍କୁ ଋଣ କରାଇଦେବା ନେଇ ପ୍ରଲୋଭିତ କରୁଥିବା ପୋଲିସ କହିଛି ।

ଏପର୍ଯ୍ୟନ୍ତ 5 ଭୁତ କମ୍ପାନୀ ନାଁ ରେ ପ୍ରାୟ 25 କୋଟି ଟଙ୍କା ଠକେଇ ହୋଇଥିବା ଜଣା ପଡିଛି । ତେବେ ଏହା ପଛରେ ବଡ ଶକ୍ତିଶାଳୀ ମାଫିଆ ଓ ଅନ୍ୟ କେତେକ ପ୍ରଭାବଶାଳୀ ବ୍ୟକ୍ତି ଥିବା ସନ୍ଦେହ କରାଯାଉଛି । ଏହି ରାକେଟ ବଲାଙ୍ଗୀର ସମେତ ଓଡ଼ିଶାର ଝାରସୁଗୁଡା, କଟକ, ଭୁବନେଶ୍ୱର ଓ ଛତିଶଗଡ଼ ରାଜ୍ୟ ରାୟପୁର ପର୍ଯ୍ୟନ୍ତ ଏହାର ଚେର ଲମ୍ବିଥିବାର ଜଣା ପଡ଼ିଛି। ଠକେଇ ରାଷି 50 କୋଟିରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି ।

ବଲାଙ୍ଗୀରରୁ ଏସ କେ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.