ETV Bharat / state

ଡାକ୍ତର ଧରାପୃଷ୍ଠରେ ଭଗବାନଙ୍କ ସ୍ୱରୂପ: ରାଜ୍ୟପାଳ - ଭୀମ ଭୋଇ ମେଡ଼ିକାଲ କଲେଜ

ଡାକ୍ତରଙ୍କୁ ଭୁରିଭୁରି ପ୍ରଶଂସା କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଡାକ୍ତରମାନେ ଭଗବାନଙ୍କ ଦ୍ୱାରା ଭଗବାନଙ୍କ ସ୍ବରୂପରେ ଏହି ଧରା ପୃଷ୍ଠରେ ସେବା ପାଇଁ ପ୍ରେରିତ ହୋଇଥିବାର ରାଜ୍ୟପାଳ କହିଛନ୍ତି । ଅଧିକ ପଢନ୍ତୁ

ଡାକ୍ତରଙ୍କୁ ଭୁରିଭୁରି ପ୍ରଶଂସା କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

author img

By

Published : Apr 10, 2023, 10:00 PM IST

Updated : Apr 10, 2023, 10:09 PM IST

ଡାକ୍ତର ଧରାପୃଷ୍ଠରେ ଭଗବାନଙ୍କ ସ୍ୱରୂପ

ବଲାଙ୍ଗୀର: ଡାକ୍ତରଙ୍କୁ ଭୁରିଭୁରି ପ୍ରଶଂସା କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଡାକ୍ତର ନିଜ କର୍ମକ୍ଷେତ୍ରରେ ସୈନିକ ପରି ରୋଗ ସହ ଲଢେଇ କରିବା ପାଇଁ ରୋଗୀର ଢାଲ ସାଜିଥାଏ । ଡାକ୍ତରଙ୍କ ତିନୋଟି ଗୁଣ ବିଷୟରେ ବର୍ଣ୍ଣନା କରିଥିଲେ ରାଜ୍ୟପାଳ । ରାଜ୍ୟପାଳ କହିଛନ୍ତି, ଡାକ୍ତର ସୈନିକ, ପୁରୋହିତ ଏବଂ ଜଣେ ମନସ୍ତତ୍ବବିତ୍ତ । ତେବେ ଆଜି ଦିନିକିଆ ବଲାଙ୍ଗୀର ଗସ୍ତରେ ଯାଇଥିବା ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ଏପରି କିଛି କହିଛନ୍ତି । ଆଜି ଦିନିକିଆ ଗସ୍ତ କାଳରେ ରାଜ୍ୟପାଳ ବଲାଙ୍ଗୀର ଭୀମ ଭୋଇ ବାର୍ଷିକ ଉତ୍ସବରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ସହ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ଓଡିଶା ପ୍ରଥମ ସ୍ୟାସ୍ଥ୍ୟ ଓ ବିଜ୍ଞାନ ଭାଇସ ଚାନ୍ସଲର ଡାକ୍ତର ଦତ୍ତେଶ୍ୱର ହୋତା, ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା, ଭୀମ ଭୋଇ ମେଡ଼ିକାଲ କଲେଜ ଡ଼ିନ ପ୍ରମୁଖଙ୍କ ସହ ସବୁ ଡାକ୍ତରୀ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜର ଛାତ୍ର ସଂଗଠନର ବାର୍ଷିକ ଉତ୍ସବ 2022-2023 ଯୋଗ ଦେଇ ରାଜ୍ୟପାଳ ଡାକ୍ତରୀ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ସେହିପରି ଏଠି ଉପସ୍ଥିତ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ସେ ଭାଗବାନର ସ୍ୱରୁପ ବୋଲି ଅଭିହିତ କରିଥିଲେ । ଡାକ୍ତରମାନେ ଭଗବାନଙ୍କ ଦ୍ୱାରା ଭଗବାନଙ୍କ ସ୍ବରୂପରେ ଏହି ଧରା ପୃଷ୍ଠରେ ସେବା ପାଇଁ ପ୍ରେରିତ ହୋଇଥିବାର ରାଜ୍ୟପାଳ କହିଛନ୍ତି ।

ରାଜ୍ୟପାଳ କହିଛନ୍ତି,‘‘ଡାକ୍ତର ଜଣେ ଦକ୍ଷ ସୈନିକ, କାରଣ ଦିନ ରାତି ଅନେକ ବାଧା ବିଘ୍ନ ଓ କ୍ଲାନ୍ତି ସତ୍ତ୍ୱେ ଏମାନେ ସେବା କରିଥାନ୍ତି । ସେହିପରି ମନ କଥା କହିଲେ ଏମାନେ ଗୋଟିଏ ଗୋଟିଏ ସାଇକାଟ୍ରିଷ୍ଟ । କାରଣ ସମସ୍ତଙ୍କ ମନର କଥା ଜାଣି ପାରନ୍ତି ଓ ସେବା କରନ୍ତି । ଏବଂ ତେବେ ଆତ୍ମାର କଥା ଉଠିଲେ ଏମାନେ ଭଗବାନଙ୍କ ଆଶୀର୍ବାଦରୁ ଜଣେ ଜଣେ ପୂଜକ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ କହିଛନ୍ତି ।’’

ଏହାସହ ରାଜ୍ୟପାଳ ଆହୁରୀ ମଧ୍ୟ କହିଛନ୍ତି,"ଭଗବାନ ଧନୀ ଗରିବ ମଧ୍ୟରେ ପାର୍ଥକ୍ୟ କରୁ ନଥିବା ବେଳେ ଡାକ୍ତର ମଧ୍ୟ ସବୁ ବର୍ଗ ଧନିରୁ ଗରିବ ରାଷ୍ଟ୍ରପତିଠୁ ନେଇ ସାଧାରଣ ନାଗରିକ ସମସ୍ତଙ୍କ ଚିକିତ୍ସା କରିଥାଆନ୍ତି । ତେଣୁ ଏମାନେ ମହାନ ।" ରାଜ୍ୟପାଳ ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜ ଅଡିଟାରିୟମରେ ଆୟୋଜିତ ଡାକ୍ତରୀ ଛାତ୍ର ସଂଗଠନର ବର୍ଷିକ ଉତ୍ସବରେ ପ୍ରାୟ 17 ମିନିଟର ଶିକ୍ଷଣୀୟ ଅଭିଭାଷଣ ରଖିଥିଲେ ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Apr 10, 2023, 10:09 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.