ETV Bharat / state

ବିଧାୟକଙ୍କ ଦବଙ୍ଗଗିରି ଘଟଣା: ରିପୋର୍ଟ ତଲବ କଲେ ଜିଲ୍ଲାପାଳ

ବିଧାୟକ ସରୋଜ ମେହେରଙ୍କ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ । ପୂର୍ତ୍ତ ବିଭାଗର ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ଉଠବସ୍ କରାଇବା ଘଟଣା ଉପରେ ବିସ୍ତୃତ ରିପୋର୍ଟ ତଲବ କରିଛନ୍ତି ବଲାଙ୍ଗୀର ଜିଲ୍ଲାପାଳ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ବଲାଙ୍ଗୀର
author img

By

Published : Jun 7, 2019, 6:54 PM IST

ବଲାଙ୍ଗୀର: ପାଟଣାଗଡ ବିଧାୟକଙ୍କ ଦବଙ୍ଗଗିରି ଘଟଣା । ବିସ୍ତୃତ ରିପୋର୍ଟ ତଲବ କରିଛନ୍ତି ବଲାଙ୍ଗୀର ଜିଲ୍ଲାପାଳ । ରିପୋର୍ଟ ହସ୍ତଗତ ହେଲା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ପାଟଣାଗଡ ଉପଜିଲ୍ଲାପାଳ ଘଟଣାର ତଦନ୍ତ ଦାୟିତ୍ବ ନେଇଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବଲାଙ୍ଗୀର

କେବଳ ଓଡିଶାରେ ନୁହେଁ, ରାଜ୍ୟ ବାହାରେ ମଧ୍ୟ ବିଧାୟକ ସରୋଜ ମେହେରଙ୍କ ଦବଙ୍ଗଗିରି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପୂର୍ତ୍ତବିଭାଗର ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ କାନଧରି ବସଉଠ୍ କରାଇ ଅଡୁଆରେ ପାଟଣାଗଡର ବିଜେଡି ବିଧାୟକ । କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରୁ ଏବେ ଦାବି ହୋଇଛି । ତୁରନ୍ତ କାର୍ଯ୍ୟାନୁଷ୍ଠାନ ନ ନିଆଗଲେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ଆଦିବାସୀ ସଙ୍ଘ ।

ସେପଟେ ସ୍ବାମୀଙ୍କୁ ଅପହରଣ କରି ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦିଆଯାଇଥିବା ଅଭିଯୋଗ କରିଛନ୍ତି କନିଷ୍ଠ ଯନ୍ତ୍ରୀଙ୍କ ପତ୍ନୀ । ଏ ନେଇ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି । ପୂର୍ବରୁ ପୋଲିସ କନିଷ୍ଠ ଯନ୍ତ୍ରୀଙ୍କ ଉଦ୍ଧାର କରି ଘରେ ଛାଡି ଦେଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:Body:

rwey

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.