ETV Bharat / state

ଜାଲ ସାର୍ଟିଫିକେଟରେ ମିଳିଥିଲା ଚାକିରି, ଧରା ପଡ଼ିବା ପରେ ଆଶାୟୀ ଫେରାର - ଫେକ୍ ସାର୍ଟିଫିକେଟ ଦେଇ ପାଇଛନ୍ତି ସରକାରୀ ଚାକିରୀ

କଳାହାଣ୍ଡିକୁ ଲମ୍ବିଛି ଜାଲ ସାର୍ଟିଫିକେଟ ଚେର । ଧୀରେଧୀରେ ଖୋଲୁଛି ଜାଲ ସାର୍ଟିଫିକେଟ ଗୁମର ପେଡି । ଚାରିଆଡକୁ ବ୍ୟାପିଛି ଜାଲ ସାର୍ଟିଫିକେଟ ଚେର, କ୍ରାଇମବ୍ରାଞ୍ଚ ତଦନ୍ତ ଜାରି । ଅଧିକ ପଢ଼ନ୍ତୁ

ଫେକ୍ ସାର୍ଟିଫିକେଟ ଦେଇ ପାଇଛନ୍ତି ସରକାରୀ ଚାକିରୀ

author img

By

Published : Apr 12, 2023, 2:59 PM IST

ଭବାନୀପାଟଣା: ବଲାଙ୍ଗୀର ଜାଲ ସାରଟେଫିକେଟ ମାମଲା । କଳାହାଣ୍ଡିକୁ ଲମ୍ବିଛି ଜାଲ ସାର୍ଟିଫିକେଟ ଚେର । ରାଜ୍ୟର ବିଭିନ୍ନ ଜିଲ୍ଲାକୁ ବ୍ୟାପିଛି ନକଲ ସାର୍ଟିଫିକେଟ ଚେର । ଧୀରେଧୀରେ ଖୋଲୁଛି ଜାଲ ସାର୍ଟିଫିକେଟ ଗୁମର ପେଡି । ଚାରିଆଡକୁ ବ୍ୟାପିଛି ଜାଲ ସାର୍ଟିଫିକେଟ ଜାଲ । ଗୋଟିଏ ପଟେ ବଲାଙ୍ଗୀରରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଥିବା ବେଳେ ବିଭିନ୍ନ ଜିଲ୍ଲାରେ ଅଧିକାଂଶ ଜାଲ ସାର୍ଟିଫିକେଟ ଦେଇ ସରକାରୀ ଚାକିରି ହାତେଇଥିବା ଅଭିଯୋଗ ଆସିବାରେ ଲାଗିଛି । ଜାଲ ସାର୍ଟିଫିକେଟ ଦେଇ ଗ୍ରାମ୍ୟଡାକ ମାଷ୍ଟର ଭାବେ କଳାହାଣ୍ଡିର ରୁଦ୍ରମଣୀ ମିଶ୍ର ନିଯୁକ୍ତି ପାଇଁ ବିବେଚିତ ହୋଇଥିଲେ । ଜାଲିଆତି ଜଣା ପଡିବା ପରେ ବର୍ତ୍ତମାନ ସେ ଫେରାର ହୋଇଥିବା ଜଣାପଡିଛି l

ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ କୁଣ୍ଡାବନ୍ଦ ଗାଁର ରୁଦ୍ରମଣୀ ମିଶ୍ର ଉତ୍ତରପ୍ରଦେଶ ବୋର୍ଡର ଦଶମ ସାର୍ଟିଫିକେଟ ଦେଇ ଗ୍ରାମ୍ୟଡାକ ମାଷ୍ଟର ଭାବେ ନିଯୁକ୍ତି ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ରୁଦ୍ରମଣୀ ମିଶ୍ର ସମ୍ବଲପୁର ଡାକମଣ୍ଡଳ ଅଧିନସ୍ତ ବରଗଡ଼ ଜିଲ୍ଲା ବରପାଲି ବ୍ଲକ କନବାର ଗ୍ରାମରେ ପୋଷ୍ଟମାଷ୍ଟର ଭାବରେ ନିଯୁକ୍ତି ପାଇଥାନ୍ତେ ।

ସେ ମାତୃଭାଷା ଓଡ଼ିଆରେ ୯୭ ମାର୍କ ରଖି ପାସ କରିଛନ୍ତି କିନ୍ତୁ ଉତ୍ତରପ୍ରଦେଶ ବୋର୍ଡରେ ଓଡ଼ିଆ ଭାଷା ନଥିବା ବେଳେ ସେ ଓଡ଼ିଆରେ ସର୍ବାଧିକ ମାର୍କଥିବା ଦେଖି ବିଭାଗୀୟ ଅଧିକାରୀଙ୍କୁ ସନ୍ଦେହ ହୋଇଥିଲା । ପରେ ତାଙ୍କ ପ୍ରମାଣ ପତ୍ର ଯାଞ୍ଚ କରାଯାଇଥିଲା । ପରେ ସାର୍ଟିଫିକେଟ ଜାଲିଆତି ହୋଇଥିବା ଜଣା ପଡିବା ପରେ ରୁଦ୍ରମଣୀ ମିଶ୍ର ଫେରାର ଥିବା ଜଣାପଡିଛି । ଏହି ଜାଲିଆତି ଜଣା ପଡିବା ପରେ ତାଙ୍କ ଗାଁର ଆଉ କିଛି ଯୁବକ ଜାଲ ସାର୍ଟେପିକେଟ ଦେଇ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଥିବା ଅଭିଯୋଗ ହୋଇଛି l ସେପଟେ ବରଗଡ଼ ଜିଲ୍ଲା ପୋଲିସର ଏକ ସ୍ୱତନ୍ତ୍ର ଟିମ କୁଣ୍ଡାବାନ୍ଧ ଗାଁକୁ ଯାଇ ରୁଦ୍ରମଣୀଙ୍କ ଘରେ ଯାଞ୍ଚ କରିବା ସହ ରୁଦ୍ରମଣୀକୁ ଖୋଜିବାରେ ଲାଗିଛି ।

ତେବେ କିଛି ଦିନ ତଳେ, ସମ୍ବଲପୁର ଓ କଳାହାଣ୍ଡି ଜିଲ୍ଲାରୁ ଏଭଳି ସମାନ ଅଭିଯୋଗ ସାମ୍ନାକୁ ଆସିଥିଲା । କଳାହାଣ୍ଡି ଜିଲ୍ଲାରେ ଅଙ୍ଗନବାଡି କର୍ମୀ ଜାଲ୍‌ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଅଭିଯୋଗ ହୋଇଥିଲା । ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଟେଣ୍ଡୋପାଣି ଗାଁରେ ୨୦୨୧ ମସିହାରେ ଅଙ୍ଗନବାଡ଼ି ପଦବୀ ପାଇଁ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସେଥିରେ ଜାଣିବାକୁ ପାଇଲେ ଯେ ସସ୍ମିତା ତାଣ୍ଡି ମାଟ୍ରିକ୍ ସାର୍ଟିଫିକେଟରେ ଜାଲିଆତି କରି ପଦ ପାଇଥିବା ଜାଣ ପଡିଛି ।

ଇଟିଭି ଭାରତ, ଭବାନୀପାଟଣା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.