ETV Bharat / state

8ଟି ବଗି ଛାଡି ଚାଲିଗଲା ମାଲବାହୀ ଟ୍ରେନ, ଅଳ୍ପକେ ବର୍ତ୍ତିଗଲା ଦୁର୍ଘଟଣା - Train Wagon detached

ବଲାଙ୍ଗୀର ଟିଟିଲାଗଡ଼ରେ ରେଳ ଅଘଟଣ । ବଗି ଛାଡ଼ି ପଳାଇଲା ଇଞ୍ଜିନ, ଅଳ୍ପକେ ବର୍ତ୍ତିଗଲା ଏକ ବଡ଼ ଦୁର୍ଘଟଣା । ଅଧିକ ପଢ଼ନ୍ତୁ

ବଗି ଛାଡ଼ି ଚାଲିଗଲା ଇଞ୍ଜିନ
ବଗି ଛାଡ଼ି ଚାଲିଗଲା ଇଞ୍ଜିନ
author img

By

Published : Aug 16, 2023, 10:47 PM IST

Updated : Aug 17, 2023, 2:08 PM IST

8ଟି ବଗି ଛାଡି ଚାଲିଗଲା ମାଲବାହୀ ଟ୍ରେନ

ବଲାଙ୍ଗୀର: ପିଛା ଛାଡୁନି ରେଳ ଅଘଟଣ । ପୁଣି ଥରେ ଏକ ରେଳ ଅଘଟଣ ଦେଖିବାକୁ ମିଳିଛି ବଲାଙ୍ଗୀର ଟିଟିଲାଗଡ଼ରେ। ବଗି ଛାଡ଼ି ପଳାଇଲା ଇଞ୍ଜିନ, ଅଳ୍ପକେ ବର୍ତ୍ତିଗଲା ଏକ ବଡ଼ ଦୁର୍ଘଟଣା। ଯାହାକୁ ନେଇ ଟ୍ରେନ ଚଳାଚଳ ଦୀର୍ଘ ସମୟ ଧରି ପ୍ରଭାବିତ ହେବା ସହ ରେଳ ଫାଟକ ବନ୍ଦ ଯୋଗୁଁ ହଇରାଣ ସମ୍ମୁଖୀନ ହେଲେ ଲୋକ ।

ସୂଚନା ଅନୁସାରେ, ସମ୍ବଲପୁରରୁ ଡବଲଡାଇମଣ୍ଡ କୋଇଲା ବୋଝେଇ ଏକ ମାଲବାହୀ ଟ୍ରେନ ବଲାଙ୍ଗୀର ଦେଇ ଯାଉଥିଲା । ବଲାଙ୍ଗୀର ଦେଇ ଟିଟିଲାଗଡ଼ ରେଳ ଷ୍ଟେସନରେ ପହଞ୍ଚିବା ହଠାତ୍‌ ପୂର୍ବରୁ ଖଜୁରପଡା ଫାଟକ ନିକଟରେ ଟ୍ରେନ ଇଂଜିନରୁ ଆଠଟି ୱାଗନ ଅଲଗା ହୋଇ ରେଳ ଲାଇନ ଉପରେ ରହିଯାଇଥିଲା l ତେବେ ଏନେଇ ଟ୍ରେନ ପାଇଲଟ ଜାଣିବା ପରେ ଟିଟିଲାଗଡ଼ ରେଳ ଷ୍ଟେସନକୁ ସୂଚନା ଦେଇଥିଲେ।

ଏହା ମଧ୍ୟ ପଢ଼ନ୍ତୁ.....ଭୁବନେଶ୍ୱର ରେଳ ଷ୍ଟେସନରେ ଅଘଟଣ, ଛିଣ୍ଡିଲା ତାର ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ତେବେ ସୂଚନା ପାଇବା ପରେ ଟେକ୍ନିକାଲ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଅଲଗା ହୋଇ ରହିଥିବା ବଗି ଗୁଡିକୁ ଯାଞ୍ଚ କରିବା ସହ ଟ୍ରେନ ଇଞ୍ଜିନଟିକୁ ପଛକୁ ଫେରାଇ ଅଲଗା ରହିଥିବା ବଗି ବା ୱାଗନ ଗୁଡିକୁ ଇଞ୍ଜିନ ସହ ସଂଯୋଗ କରିଥିଲେ l ଫଳରେ ଖଜୁରପଡା ଫାଟକ ନିକଟରେ ପ୍ରାୟ ଦେଢ଼ ଘଣ୍ଟା ସମୟ ଧରି ଫାଟକ ବନ୍ଦ ରହିଥିଲା । ସ୍ଥାନୀୟ ଲୋକ ଓ ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା ମୁତାବକ ଇଞ୍ଜିନ ବଗି ଛାଡ଼ି ପଳାଇଯିବା କାରଣରୁ ଦୀର୍ଘ ଘଣ୍ଟା ଘଣ୍ଟା ସମୟ ଧରି ଏଠାରେ ମାଲଗାଡ଼ିର ବଗି ଅଟକି ରହିଥିଲା। ବଗି ଗୁଡ଼ିକ ଦୀର୍ଘ ସମୟ ଧରି ରହିବାରୁ ରେଳଫାଟକ ବନ୍ଦ ରହିଥିଲା। ଫଳରେ କାରଣରୁ ସ୍ଥାନୀୟ ଲୋକମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହୋଇଥିଲେ l

ସେପଟେ ଏହି କାରଣରୁ ଦୀର୍ଘ ଘଣ୍ଟା ଧରି ସମ୍ବଲପୁର-ଟିଟିଲାଗଡ ରେଳ ଲାଇନରେ ଟ୍ରେନ ଚଳାଚଳ ବ୍ୟାହତ ହୋଇଥିଲା। କାରଣ ଟିଟିଲାଗଡ ଜଙ୍କସନ୍ ହୋଇଥିବା ବେଳେ ଦୈନଦିନ ଶତାଧିକ ଟ୍ରେନ ସାରା ଦେଶକୁ ଏହି ଜଙ୍କସନ୍ ଦେଇ ଯାତାୟାତ କରିଥାଏ। ତେବେ ବଗି ସବୁ ଗୋଟିଏ ସ୍ଥାନରେ ରହି ଯିବାରୁ ଏକ ବଡ଼ ଅଘଟଣ ରୁ ଅଳ୍ପକେ ରକ୍ଷା ମିଳିଯାଇଛି। ତେବେ କିପରି ଚଳନ୍ତା ଟ୍ରେନରୁ ଡବା ଅଲଗା ହେଲା ଓ ଇଞ୍ଜିନ କେମିତି ବିନା ଡବାରେ ପଳେଇଲା ତାହାକୁ ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି। ତେବେ ଏହି ଘଟଣାକୁ ନେଇ ରେଳ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ନଥିବା ବେଳେ ଘଟଣାର ତଦନ୍ତ ହେଉ ଥିବା ନେଇ ସୂଚନା ରହିଛି ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Aug 17, 2023, 2:08 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.