ବଲାଙ୍ଗିର: ଗଣେଷ ପୂଜା ଭଷାଣି ବେଳେ ଗୋଷ୍ଠୀ ସଂଘର୍ଷ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ପଥର୍ଲା ଗ୍ରାମରେ । ଗ୍ରାମରେ ଗଣେଷ ପୂଜା ପାଳିତ ହୋଇଥିଲା । ତେବେ ପୂଜା କରୁଥିବା ଗୋଷ୍ଠୀ ଆଜି ଭଷାଣି ଗ୍ରାମ ଭିତରେ ଶୋଭାଯାତ୍ରା କରୁଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ଏହାକୁ ବିରୋଧ କରିଥିଲେ । ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ଟେକା ପଥର ମାଡ ହୋଇଛି । ଏହି ଟେକା ମାଡରେ ଗୋଟିଏ ଗୋଷ୍ଠୀର 3ଜଣ ମହିଳାଙ୍କ ସମେତ 6 ଜଣ ଆହତ ହୋଇଛନ୍ତି।
ଘଟଣା ସମ୍ପର୍କରେ ଖବର ପାଇ ପୁଇଁତଳା ପୋଲିସ ଗାଁରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଗାଁ ରେ ଏକ ପ୍ଲାଟୁନ ପୋଲିସ ମୁତୟନ ହୋଇଛି । ଏହାସହ ଆହତଙ୍କୁ ଭୀମଭୋଇ ମେଡିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି । ଅନ୍ୟପଟେ ପୋଲିସ ଗାଁରେ ଶାନ୍ତି ଫେରାଇ ଆଣିବା ପାଇଁ ଉଦ୍ୟମ କରୁଛି।
ବଲାଙ୍ଗିରରୁ ଏସେକେ ୱାହିଦ, ଇଟିଭି ଭାରତ