ETV Bharat / state

ରାୟଗଡାରୁ ଛତିଶଗଡକୁ ହେଉଥିଲା ଚାଲାଣ, ୪କ୍ବିଣ୍ଟାଲ ଗଞ୍ଜେଇ ଜବତ - ବଲାଙ୍ଗୀରରୁ ଗଞ୍ଜେଇ ଜବତ

ଟିଟିଲାଗଡ଼ ରୋଡ଼ ଋଦ୍ଧି ସିଦ୍ଧି ହୋଟେଲ ପାଖ ପେଟ୍ରୋଲ ପମ୍ପ ନିକଟରୁ ଗଞ୍ଜେଇ ଭର୍ତ୍ତି ଭ୍ୟାନକୁ ଜବତ କରିଲା ବଲାଙ୍ଗୀର ପୋଲିସ । ୪ କ୍ବିଣ୍ଟାଲ ଗଞ୍ଜେଇ ଜବତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ganja seized by balangir police
ganja seized by balangir police
author img

By

Published : Feb 27, 2023, 10:29 PM IST

ganja seized by balangir police

ବଲାଙ୍ଗୀର: ଗତ କିଛିଦିନର ବ୍ୟବଧାନ ପରେ ପୁଣି ଜିଲ୍ଲାରୁ ଗଞ୍ଜେଇ ଜବତ ହୋଇଛି । ଆଜି ରାୟଗଡାରୁ ଛତିଶଗଡ଼ ଚାଲାଣ ବେଳେ ଧରିଲା ବଲାଙ୍ଗୀର ପୋଲିସ । ୪ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରାଯାଇଥିବା ବେଳେ ଛତିଶଗଡର ଜଣକୁ ଗିରଫ କରିଛି ବଲାଙ୍ଗୀର ସଦର ଥାନା ପୋଲିସ । ଗିରଫ ବ୍ୟକ୍ତିଙ୍କ ନାମ ଓମ ପ୍ରକାଶ ଛାବରା ବୋଲି ଜଣାପଡିଥିବା ବେଳେ ଗଞ୍ଜେଇର ଆନୁମାନିକ ମୂଲ୍ୟ ୮ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି କୁହାଯାଇଛି ।

ସୂଚନାଅନୁସାରେ, ରାୟଗଡାରୁ ଛତିଶଗଡ଼କୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ ବିଶ୍ବସ୍ତ ସୁତ୍ରରୁ ଖବର ପାଇଥିଲା ପୋଲିସ । ଟିଟିଲାଗଡ଼ ରୋଡ଼ ଋଦ୍ଧି ସିଦ୍ଧି ହୋଟେଲ ପାଖ ପେଟ୍ରୋଲ ପମ୍ପ ନିକଟରେ ପିକଅପ ଭ୍ୟାନ ଅତିକ୍ରମ କରିବା ସମୟରେ କାବୁ କରିଥିଲେ । ଭ୍ୟାନରେ ଘରକରଣା ସାମଗ୍ରୀ ଥିବା ବେଳେ ତାହାରି ମଧ୍ୟରେ ବଡ ବଡ ବାକ୍ସରେ ବିପୁଳ ଗଞ୍ଜେଇ ଭର୍ତ୍ତି ଥିବାର ପୋଲିସ ଜାଣିଥିଲା। ତେବେ ଏହି ବିପୁଳ ମାତ୍ରାର ଗଞ୍ଜେଇ କୋରାପୁଟ ଜିଲ୍ଲା ରାୟଗଡ ଠାରୁ ଛତିଶଗଡ଼ ରାଜ୍ୟ ରାୟଗଡ଼କୁ ଚାଲାଣ ହେଉଥିଲା। ତେବେ ପିକଅପ ଗାଡିର ଚାଳକ ଓମ ପ୍ରକାଶ ଛାବରାକୁ ପୋଲିସ ଅଟକ ରଖିବା ସହ ଅଧିକ ତଦନ୍ତ ଜାରି ରଖିଛି। ୪ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରାଯାଇଥିବା ବେଳେ ଗଞ୍ଜେଇର ଆନୁମାନିକ ମୂଲ୍ୟ ୮ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ ତରଫରୁ କୁହାଯାଇଛି ।

ସେପଟେ ଗଞ୍ଜେଇ ଚାଲାଣ କରି ଗିରଫ ହୋଇଥିବା ଛତିଶ ଗଡ଼ ରାଜ୍ୟ ରାୟଗଡର ଓମ ପ୍ରକାଶ ଛାବରା କହିବା ଅନୁସାରେ, "କିଛି ଲୋକ ଦୁଇ ଲକ୍ଷ ଟଙ୍କାରେ ଗାଡି ଭଡା ନେଇଥିଲେ। କୋରାପୁଟ ରାୟଗଡାରୁ ଘରକରଣା ସାମଗ୍ରୀ ଛତିଶଗଡ଼କୁ ନେଉଥିଲେ। ସେଥିରେ ଗଞ୍ଜେଇ ରହିଥିବା ମୁଁ ଜାଣିନଥିଲି ।"

ଏହା ମଧ୍ୟ ପଢନ୍ତୁ: Assembly News: ଶୂନ୍ୟକାଳରେ ଉଠିଲା ନବ ଦାସ ହତ୍ୟା ପ୍ରସଙ୍ଗ, ଯୋଜନାବଦ୍ଧ ହତ୍ୟା କହିଲେ ତାରା

ଅନ୍ୟପଟେ ବଲାଙ୍ଗୀର ଏସଡ଼ିପିଓ ତୁଫାନ ବାଗ କହିଛନ୍ତି, " ଆଜି ବଲାଙ୍ଗୀର ସଦର ଥାନା ଅଧିକାରୀଙ୍କୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ ସୂଚନା ମିଳିଥିଲା ।ଏହା ପରେ ବଲାଙ୍ଗୀର ଏସପିଙ୍କ ନିର୍ଦ୍ଦେଶ ଅନୁସାରେ ପୋଲିସ ଓ ମାଜିଷ୍ଟ୍ରେଟ ଗାଡିର ଯାଞ୍ଚ କରିଥିଲେ। ଘର କରଣା ସାମଗ୍ରୀ ସହିତ ବଡ ବଡ ବାକ୍ସରେ ୪ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରାଯାଇଥିଲା । ଏହି ଘଟଣାରେ ଜଣକୁ ଗିରଫ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୮ଲକ୍ଷରୁ ଅଧିକ ହେବ ।"

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.