ବଲାଙ୍ଗୀର: ଓଡ଼ିଶାର ପୂର୍ବତନ ରାଜ୍ୟ କଂଗ୍ରେସ ସଭାପତି ତଥା ବଲାଙ୍ଗୀରର ପୂର୍ବତନ ସାଂସଦ ନିତ୍ୟାନନ୍ଦ ମିଶ୍ର ଅସୁସ୍ଥ । ତାଙ୍କୁ ଭୁବନେଶ୍ବର ସ୍ଥିତ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାନୁସାରେ, ବଲାଙ୍ଗୀର ବିଲେଇସର୍ଡ଼ା ଗ୍ରାମ ତାଙ୍କ ବାସଭବନରେ ସେ ଥିବା ବେଳେ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିଥିଲେ । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ସ୍ଥିତ ଆମ୍ରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ତେବେ ପ୍ରଥମେ ତାଙ୍କୁ ଆଇସିୟୁରେ ରଖା ଯାଇଥିବା ବେଳେ ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସ୍ଥିରତା ଆସିଥିବା ଡ଼ାକ୍ତର ସୂଚନା ଦେଇଛନ୍ତି। ତେବେ ନିତ୍ୟାନନ୍ଦ ମିଶ୍ର 80 ଦଶକରେ ଓଡ଼ିଶା ରାଜ୍ୟ କଂଗ୍ରେସର ସଭାପତି ଦାୟିତ୍ଵ ତୁଲାଇ ଥିବା ବେଳେ 1980 ଓ 1984 ମସିହାରେ ବଲାଙ୍ଗୀରରୁ ଦୁଇଥର ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ