ETV Bharat / state

ତୋଷାଳୀ ମହୋତ୍ସବ ଉଦଘାଟିତ, ପାରମ୍ପାରିକ ଆଦିବାସୀ ନୃତ୍ୟରେ ଦୁଲୁକିଲା ମଞ୍ଚ - ବଲାଙ୍ଗୀରରେ ତୋଷାଳୀ ମହୋତ୍ସବ

ବଲାଙ୍ଗୀର ଜିଲ୍ଲାରେ ପ୍ରଥମ ତୋଷାଳୀ ମହୋତ୍ସବ ଅନୁଷ୍ଠିତ । ମୁଖ୍ୟ ଅତିଥି ଭାବେ ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ବିରୋଧୀଦଳ ନେତା ସୁରେନ୍ଦ୍ର ସିଂହ ଭୋଇ ଯୋଗ ଦେଇ ମହୋତ୍ସବକୁ ଉଦଘାଟନ କରିଥିଲେ। ଏଧିକ ପଢନ୍ତୁ

ବଲାଙ୍ଗୀରରେ ତୋଷାଳୀ ମହୋତ୍ସବ ଅନୁଷ୍ଠିତ
ବଲାଙ୍ଗୀରରେ ତୋଷାଳୀ ମହୋତ୍ସବ ଅନୁଷ୍ଠିତ
author img

By

Published : Dec 23, 2021, 12:10 PM IST

ବଲାଙ୍ଗୀର: ଜିଲ୍ଲାରେ ପ୍ରଥମ ତୋଷାଳୀ ମହୋତ୍ସବ ଅନୁଷ୍ଠିତ (Toshali festival in Balangir ) ହୋଇଯାଇଛି । ଜିଲ୍ଲାର ତୁଷୁରା ସହର ଠାରେ ଏହି ମହୋତ୍ସବ ଆୟୋଜିତ ହୋଇ ଯାଇଛି । ବୁଧବାର ସକାଳୁ ସହର ମଧ୍ୟରେ ସାଂସ୍କୃତିକ ଶୋଭାଯାତ୍ରା କରାଯିବା ସହ ଏହି ମହୋତ୍ସବ ଉଦଘାଟିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ବିରୋଧୀଦଳ ନେତା ସୁରେନ୍ଦ୍ର ସିଂହ ଭୋଇ ଯୋଗ ଦେଇ ମହୋତ୍ସବକୁ ଉଦଘାଟନ କରିଥିବା ବେଳେ ପାରମ୍ପରିକ ଆଦିବାସୀ ନୃତ୍ୟ ସଙ୍ଗୀତର ଝଲକ ଦେଖିବାକୁ ମିଳିଥିଲା ତୋଷାଳୀ ମହୋତ୍ସବରେ । ତେବେ ତୁଷୁରା ବାସି ଓ ତୁଷୁରା ୟୁଥ୍ ଏକ୍ସାନ କମିଟିର ମିଳିତ ଉଦ୍ୟମ ଓ ବହୁଦିନର ଚେଷ୍ଟା ପରେ ପ୍ରଥମ ତୋଷାଳୀ ମହୋତ୍ସବ ସଫଳ ଭାବରେ ଆୟୋଜିତ ହୋଇଥିଲା । ଯେଉଁଥିରେ ସ୍ଥାନୀୟ ଆଦିବାସୀ ନୃତ୍ୟ ଗୀତ ସାଙ୍ଗକୁ ବଲାଙ୍ଗୀର, କଳାହାଣ୍ଡି, ବରଗଡ ଓ କୋରାପୁଟ ଜିଲ୍ଲାର ଆଠଟି କଳା ସଙ୍ଗଠନ ପାରମ୍ପରିକ ନୃତ୍ୟ ଗୀତ ପରିବେଷଣ କରିଥିଲେ।

ବଲାଙ୍ଗୀରରେ ତୋଷାଳୀ ମହୋତ୍ସବ ଅନୁଷ୍ଠିତ

ସେହିପରି ଶାଶ୍ଵତ ଯୋଶୀଙ୍କ ଓଡ଼ିଶୀ ନୃତ୍ୟ ମଧ୍ୟ ଉପସ୍ଥିତ ସମସ୍ତ ଦର୍ଶକଙ୍କ ମନ ମୋହିଥିଲା । ଏହି ମହୋତ୍ସବରେ ସୁରେନ୍ଦ୍ର ସିଂହ ଭୋଇଙ୍କ ସହ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ପ୍ରମୁଖ ମଧ୍ୟ ଅଂଶ ଗ୍ରହଣ କରି ଆଗାମି ଦିନରେ ଏହି ଉତ୍ସବକୁ ବିରାଟ ଆକାରରେ ଆୟୋଜନ କରାଯିବା ସହ ଏଠିକାର କଳାକାର ଓ କଳା ପ୍ରେମୀ ଉଭୟ ଲାଭବାନ ହେବେ ବୋଲି ଅତିଥି ମାନେ ମତପ୍ରକାଶ କରିଥିଲେ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.