ETV Bharat / state

ଫସଲ ବୀମା ଦାବିରେ ବଲାଙ୍ଗୀରରେ ଚାଷୀଙ୍କ ଆନ୍ଦୋଳନ - Balangir Farmers

ବଲାଙ୍ଗୀରରେ ଫସଲ ବୀମା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବେଳପଡା ଓ ଜୁରାବନ୍ଦ ଗ୍ରାମ ପଞ୍ଚାୟତର ଚାଷୀ ଧାରଣା ଦେଇଛନ୍ତି। 2019 ମସିହାରେ ଫସଲ ନଷ୍ଟ ହୋଇଥିବା ବେଳେ ବୀମା ମିଳିନଥିବା ଅଭିଯୋଗ। ଅଧିକ ପଢ଼ନ୍ତୁ...

ଫସଲ ବୀମା ଦାବିରେ ବଲାଙ୍ଗୀରରେ ଚାଷୀଙ୍କ ଆନ୍ଦୋଳନ

author img

By

Published : Nov 3, 2020, 9:25 PM IST

ବଲାଙ୍ଗୀର: ଦୀର୍ଘ ଦିନ ହେଲା ବଲାଙ୍ଗୀରର ବିଭିନ୍ନ ଅଞ୍ଚଳରେ ଫସଲ ବୀମା ଦାବି ନେଇ ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଏହି ଦାବୀ ନେଇ ଆଜି(ମଙ୍ଗଳବାର) ମଧ୍ୟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଷୀମାନେ ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଛି। ବିଶେଷ କରି ଜିଲ୍ଲାର ବେଳପଡା ଓ ଜୁରାବନ୍ଦ ଗ୍ରାମ ପଞ୍ଚାୟତର ଚାଷୀ ଆଜି(ମଙ୍ଗଳବାର) ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଥିଲେ।

ଫସଲ ବୀମା ଦାବିରେ ବଲାଙ୍ଗୀରରେ ଚାଷୀଙ୍କ ଆନ୍ଦୋଳନ

2019 ମସିହାରେ ଜିଲ୍ଲାରେ ମରୁଡ଼ି ହୋଇଥିଲା। ଏହି ସମୟରେ ବେଳପଡା ଓ ଜୁରାବନ୍ଦ ଗ୍ରାମ ପଞ୍ଚାୟତର ଚାଷୀ ମାନଙ୍କୁ ବହୁ କ୍ଷତି ସହିବାକୁ ପଡ଼ିଥିଲା। ଧାନ, ବାଜରା ଓ ଅନ୍ୟାନ ଫଳ ପନି ପରିବା ଫସଲ ସବୁ ନଷ୍ଟ ହୋଇଯାଇଥିଲା। ତେବେ ଏହାପୂର୍ବରୁ ଚାଷୀମାନେ ଫସଲ ବୀମା କରିଥିଲେ।

ବୀମା ଅର୍ଥ ପାଇବା ପାଇଁ ସରକାରୀ ଅଧିକାରୀ ଆସି ସର୍ଭେ କରି ମଧ୍ୟ ଯାଇଥିଲେ। 2020 ମସିହା ସରିବାକୁ ବସିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଚାଷୀଙ୍କୁ ଫସଲ ବୀମା ଅର୍ଥ ମିଳି ନଥିବା ଅଭିଯୋଗ କରିଛନ୍ତି ଚାଷୀ। ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଦେଇଥିଲେ ବେଳପଡା ଓ ଜୁରାବନ୍ଦ ଗ୍ରାମ ପଞ୍ଚାୟତର ଚାଷୀ। ହେକ୍ଟର ପିଛା 50 ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ଦାବି କରିଛନ୍ତି ବଲାଙ୍ଗୀର ଚାଷୀ। ଦାବି ପୂରଣ ନହେଲେ ଭୟାବହ ଆନ୍ଦୋଳନ କରିବାକୁ ଚାଷୀମାନେ ଚେତବନୀ ଦେଇଛନ୍ତି।

ବଲାଙ୍ଗୀରରୁ ଏସକେ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.