ETV Bharat / state

ଧାନ ନ ଉଠାଇବାରୁ ସରକାରୀ କର୍ମଚାରୀଙ୍କୁ ତାଲା ପକାଇଲେ ଚାଷୀ

author img

By

Published : Feb 13, 2021, 8:35 PM IST

ବଲାଙ୍ଗୀର ଧାନ କିଣାକୁ କେନ୍ଦ୍ର କରି ଆଜି ଛତା ପିପଲ୍ ସମବାୟ ସମିତିରେ ସରକାରୀ କର୍ମଚାରୀଙ୍କୁ ତାଲା ପକାଇଲେ ଚାଷୀ । ଅଧିକ ପଢନ୍ତୁ...

ଧାନ ନଉଠାଇବାରୁ ସରକାରୀ କର୍ମଚାରୀଙ୍କୁ ତାଲା ପକାଇଲେ ଚାଷୀ

ବଲାଙ୍ଗୀର : ବଲାଙ୍ଗୀରରେ ଧାନ ଅମଳ ପରେ ଏବେ ଚିନ୍ତାରେ ପକାଇଛି ବିକ୍ରି । ଦୀର୍ଘ ଦିନ ହେଲା ଧାନ ନଉଠିବା ପ୍ରତିବାଦରେ ପେକ୍ସ କର୍ମଚାରୀଙ୍କ ସହ ତହସିଲଦାର ଓ ଏ.ଆର.ସି.ଏସଙ୍କୁ ତାଲା ପକାଇଲେ ଚାଷୀ । ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଳା ବ୍ଲକ ଛତାପିପଲ ପେକ୍ସରେ । ବାହାରେ ଚାଷୀଙ୍କ ସହ ସାମିଲ ହୋଇଛନ୍ତି ସ୍ଥାନୀୟ ବିଧାୟକ ମୁକେଶ ମହାଲିଙ୍ଗ । ଚାଷୀଙ୍କ ଅଭିଯୋଗ ଅନୁସାରେ ଦୀର୍ଘ ଦିନ ହେଲା ମଣ୍ଡିରେ ଚାଷୀଙ୍କ ଧାନ ପଡ଼ି ରହିଛି । ଧାନର କଟନୀ ଛଟନି ସହ ମଣ୍ଡିରେ ଅବ୍ୟବସ୍ଥା ଯୋଗୁଁ ଚାଷୀର ଧାନ ବିକ୍ରି ନ ହୋଇ ପଡ଼ି ରହିଛି । ତେବେ ଆଜି ତହସିଲଦାର, ଏ.ଆର.ସି.ଏସ ଆସିଥିବା ବେଳେ ଚାଷୀ ଉତ୍ତେଜିତ ହୋଇ ପେକ୍ସ କର୍ମଚାରୀ ସହ ସମସ୍ତ ଅଧିକାରୀଙ୍କୁ ଅଫିସରେ ତାଲା ପକାଇ ଦେଇଥିଲେ ।

ଏହା ସହ ଚାଷୀ ପେକ୍ସ ବାହାରେ ବିକ୍ଷୋଭ କରି ସ୍ଲୋଗାନ ଦେଇଥିଲେ । ଚାଷୀଙ୍କ ଏହି ଆନ୍ଦୋଳନରେ ବିଧାୟକ ମୁକେଶ ମହାଲିଙ୍ଗ ମଧ୍ୟ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ଦିନ ୧୧ ଟା ରୁ ଅପରାହ୍ନ ସାଢ଼େ ୫ ଟା ଯାଏଁ ପେକ୍ସ ଭିତରେ ଥିଲେ ସରକାରୀ କର୍ମଚାରୀ । ଖବର ପାଇ ବଲାଙ୍ଗୀର ଉପଜିଲ୍ଲାପାଳ ସୁଧାକର ନାୟକ ଓ ଏସଡିପିଓ ଶ୍ରିମନ୍ତ ବାରିକ ଘଟଣାସ୍ଥଳକୁ ଯାଇଥିଲେ । ହେଲେ ସମସ୍ୟାର ସମାଧାନ ନହେବା ଯାଏଁ ଚାଷୀ ତାଲା ନ ଖୋଲିବାକୁ ଜିଦରେ ବସିଥିଲେ । ସେପଟେ ଉପଜିଲ୍ଲାପାଳ ଆସନ୍ତା ୭ ଦିନ ମଧ୍ୟରେ ପେକ୍ସରୁ ଧାନ ଉଠିବା ନେଇ ପ୍ରତିଶୃତି ଦେବା ପରେ ଚାଷୀ ତାଲା ଖୋଲିବା ଶହ ଆନ୍ଦୋଳନରୁ ହଟିଥିଲେ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.