ETV Bharat / state

ମଣ୍ଡିରୁ ଉଠୁନି ଧାନ, ଚାଷୀ ହଇରାଣ - ମଣ୍ଡିରୁ ଉଠୁନି ଧାନ

ବଲାଙ୍ଗୀରରେ ରବି ଋତୁ ଧାନ କିଣା ଆରମ୍ଭ ହୋଇଥିବାବେଳେ ବିଭିନ୍ନ ମଣ୍ଡିରୁ ଘୋର ଅବ୍ୟବସ୍ଥା ଚିତ୍ର ସାମ୍ନାକୁ ଆସୁଛି । ଚାଷୀ ମଣ୍ଡିରେ ନିଜ ଧାନ ନେଇ ଖରାବର୍ଷାରେ ଜଗିଥିବାବେଳେ ତାଙ୍କ ଧାନ ବିକ୍ରି ହୋଇ ପାରୁ ନ ଥିବାର ଚାଷୀ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

farmers-are-facing-probelms-for-selling-paddy
ମଣ୍ଡିରୁ ଉଠୁନି ଧାନ, ଚାଷୀ ହଇରାଣ
author img

By

Published : Jun 5, 2021, 8:11 PM IST

ବଲାଙ୍ଗୀର: ବଲାଙ୍ଗୀରରେ ରବି ଋତୁ ଧାନ କିଣା ଆରମ୍ଭ ହୋଇଥିବାବେଳେ ବିଭିନ୍ନ ମଣ୍ଡିରୁ ଘୋର ଅବ୍ୟବସ୍ଥା ଚିତ୍ର ସାମ୍ନାକୁ ଆସୁଛି । ଚାଷୀ ମଣ୍ଡିରେ ନିଜ ଧାନ ନେଇ ଖରାବର୍ଷାରେ ଜଗିଥିବାବେଳେ ତାଙ୍କ ଧାନ ବିକ୍ରି ହୋଇ ପାରୁନ ଥିବାର ଚାଷୀ ଅଭିଯୋଗ କରିଛନ୍ତି ।

ମଣ୍ଡିରୁ ଉଠୁନି ଧାନ, ଚାଷୀ ହଇରାଣ

ଏହିଭଳି ଲୋଇସିଂହା ବ୍ଲକ ଅନ୍ତର୍ଗତ ସାରଗାଡ ପେକ୍ସରୁ ଧାନ କିଣା ଯାଉନଥିବାର ଅଭିଯୋଗ ଆସିଛି । ଏହି ପେକ୍ସ ଅଞ୍ଚଳର ଚାଷୀ ଧାନ ବିକ୍ରି କରିବା ପାଇଁ ଟୋକନ ପାଇଥିବାବେଳେ ଟାର୍ଗେଟ ନ ଥିବାର କହି ପେକ୍ସ କର୍ମଚାରୀ ଧାନ କିଣୁ ନାହାଁନ୍ତି ବୋଲି ଚାଷୀ ଅଭିଯୋଗ କରିଛନ୍ତି । ସେପଟେ ଚାଷୀଙ୍କ ଟୋକନ ବୈଧତା ଆଉ କିଛି ଦିନ ମଧ୍ୟରେ ସାରିବାକୁ ଥିବାବେଳେ ଚାଷୀ ତାଙ୍କ କଷ୍ଟ ଉପାର୍ଜିତ ଧାନ ବିକ୍ରି କରି ନପାରି ଏବେ ଚିନ୍ତାରେ ପଡ଼ିଛନ୍ତି ।

ସେହିପରି ଦୀର୍ଘ ଦିନରୁ ଚାଷୀ ତାଙ୍କ ଧାନ ଆଣି ମନ୍ଦିର ଖୋଲା ଆକାଶ ତଳେ ରଖିଥିବାବେଳେ ଖରା ବର୍ଷାରେ ତାଙ୍କ ଧାନ ନଷ୍ଟ ହେବାକୁ ବସିଲାଣି ବୋଲି ଚାଷୀ କହିଛନ୍ତି । ଏଭଳି ସମୟରେ ତାଙ୍କ ଧାନ ଶୀଘ୍ର କିଣା ଯାଉ ବୋଲି ଏମାନେ ଦାବି କରିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.