ETV Bharat / state

ଧାନ କ୍ରୟରେ ଅବ୍ୟବସ୍ଥା ଅଭିଯୋଗ, ଆନ୍ଦୋଳନ ଚେତାବନୀ ଦେଲେ ଚାଷୀ

author img

By ETV Bharat Odisha Team

Published : Jan 2, 2024, 9:24 AM IST

Irregularities in paddy procurement: ବଲାଙ୍ଗୀରରେ ଧାନ କ୍ରୟରେ ଅନିୟମିତତା ଅଭିଯୋଗ ଆଣିବା ସହ ଆନ୍ଦୋଳନ ଚେତାବନୀ ଦେଲେ ଚାଷୀ । ଅଧିକ ପଢନ୍ତୁ

ଧାନ କ୍ରୟରେ ଅବ୍ୟବସ୍ଥାରେ ଅଭିଯୋଗ
ଧାନ କ୍ରୟରେ ଅବ୍ୟବସ୍ଥାରେ ଅଭିଯୋଗ

ଧାନ କ୍ରୟରେ ଅବ୍ୟବସ୍ଥାରେ ଅଭିଯୋଗ, ଆନ୍ଦୋଳନ ଚେତାବନୀ ଦେଲେ ଚାଷୀ

ବଲାଙ୍ଗୀର: ଜିଲ୍ଲାରେ ଖରିଫ ଧାନ କ୍ରୟରେ ଅବ୍ୟବସ୍ଥା ଅଭିଯୋଗ । ମଣ୍ଡିରେ କଟନୀ ଛଟନୀ ଓ ଟୋକନ ବ୍ୟବସ୍ଥା ଯୋଗୁଁ ହଇରାଣ ହେଉଥିବା ନେଇ ଅଭିଯୋଗ କରିବା ସହ ତୁରନ୍ତ ଏହାର ସମାଧାନ ଦାବି କରି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଚାଷୀ । ଯଦି ଏହି ସମସ୍ୟାର ସମାଧାନ ନହୁଏ ତେବେ ଆଗାମୀ ଦିନରେ ଆନ୍ଦୋଳନ କରିବା ନେଇ ଚାଷୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି ।

ନଭେମ୍ବର 28 ତାରିଖରୁ ବଲାଙ୍ଗୀର ଜିଲ୍ଲାରେ ଖରିଫ ଋତୁ ଧାନ କ୍ରୟ ଆରମ୍ଭ ହୋଇଛି । ଚଳିତ ବର୍ଷ ଜିଲ୍ଲାରେ ଭଲ ଧାନ ଫସଲ ହୋଇଥିଲେ ମଧ୍ୟ ଏହାକୁ ବିକ୍ରି କରିବା ନେଇ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ମଣ୍ଡିମାନଙ୍କରେ ବ୍ୟାପକ କଟନୀ ଛଟନୀ ଏକ ମୁଖ୍ୟ ସମସ୍ୟା ପାଲଟିଥିବା ଅଭିଯୋଗ ଆଣିଛନ୍ତି ଚାଷୀ । ପ୍ରତ୍ୟେକ ପ୍ରାଥମିକ କୃଷି ସମବାୟ ସମିତି କ୍ବିଣ୍ଟାଲ ପିଛା ଚାରି କିଲୋ ପର୍ଯ୍ୟନ୍ତ ଏଫକ୍ୟୁ ମାନ ଯାଞ୍ଚ ନାଁରେ ଧାନ କଟନୀ ଛଟନୀ କରାଯାଉଛି । ତେବେ ମିଲର କଟନୀ ଛଟନୀ ନ ହେଲେ ମଣ୍ଡିରୁ ଧାନ ଉଠାଉ ନଥିବାର ଅଭିଯୋଗ କରିଛନ୍ତି ଚାଷୀ । ପେକ୍ସ ଓ ମିଲର ଏଥିରେ ମିଳିମିଶି ଚାଷୀଙ୍କୁ ଲୁଟୁଥିବାର ଅଭିଯୋଗ କରାଯାଇଛି ।

ଅନ୍ୟପଟେ ଟୋକନ ବ୍ୟବସ୍ଥା ପାଇଁ ମଧ୍ୟ ଚାଷୀମାନେ ସମସ୍ୟା ଭୋଗୁଥିବା ଅଭିଯୋଗ ଆଣିଛନ୍ତି । ଚାଷୀଙ୍କ ପ୍ରତ୍ୟେକ ଏକର ଜମି ପିଛା ଧାନ 13 କ୍ବିଣ୍ଟାଲରୁ 18 କ୍ବିଣ୍ଟାଲ ବିକ୍ରି ନେଇ ବ୍ୟବସ୍ଥା ରହିଥିବା ବେଳେ ଧାନ ବିକ୍ରି ପାଇଁ ପଞ୍ଜିକୃତ ହୋଇଥିବା ଚାଷୀଙ୍କ ପାଖକୁ ଆସୁଥିବା ଟୋକନରେ ଧାର୍ଯ୍ୟ ପରିମାଣ ଠାରୁ ବହୁ କମ ପରିମାଣର ଧାନ ବିକ୍ରି ପାଇଁ ଟୋକନ ଆସୁଥିବାର ଅଭିଯୋଗ ହୋଇଛି । ଏହି ଅଭିଯୋଗ ନେଇ ଶତାଧିକ ଚାଷୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତେବେ ସମସ୍ୟା ଶୀଘ୍ର ସମାଧାନ ନ ହେଲେ ଏମାନେ ଆଗକୁ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ... ମାଲକାନଗିରିରେ ମଣ୍ଡି ଅବ୍ୟବସ୍ଥା: ଚାଷୀଙ୍କୁ ମିଳୁନି ଟୋକନ, ଛତିଶଗଡ଼ରେ ବିକୁଛନ୍ତି ଧାନ

ପଟଣାଗଡ ବ୍ଲକ ଅଞ୍ଚଳର ଚାଷୀ ଉପେନ୍ଦ୍ର ମେହେର କହିବାନୁଯାୟୀ, ତାଙ୍କର 10 ଏକର ଜମିର ଧାନ ବିକ୍ରି ପାଇଁ ପଞ୍ଜିକୃତ ହୋଇଥିଲା । ଯେଉଁଥିରେ ଧାର୍ଯ୍ୟ ପରିମାଣ ହିସାବରେ 130 କ୍ବିଣ୍ଟାଲ ଧାନ ସେ ବିକ୍ରି କରିବା କଥା । ହେଲେ ତାଙ୍କ ପାଖକୁ ମାତ୍ର ଦୁଇ କ୍ବିଣ୍ଟାଲ ଧାନ ବିକ୍ରି କରିବା ପାଇଁ ଟୋକନ ଆସିଛି । ସେହିପରି ଦଲଦଳି ଗ୍ରାମର ଜଣେ ଚାଷୀ ଆଠ ଏକର ଜମି ପଞ୍ଜିକୃତ କରିଥିବା ବେଳେ ତାଙ୍କ ପାଖକୁ ମାତ୍ର 18 କ୍ୟୁଣ୍ଟାଲ ଧାନ ବିକ୍ରି କରିବା ପାଇଁ ଟୋକନ ଆସିଥିବାର ସେ କହିଛନ୍ତି ।

ଯାହାକୁ ନେଇ ଏମାନେ ପ୍ରଥମେ ପେକ୍ସ ଓ ପରେ ଉପଜିଲ୍ଲାପାଳଙ୍କୁ ଜଣାଇଥିଲେ ମଧ୍ୟ ସମସ୍ୟାର ସମାଧାନ ନ ହେବାରୁ ସମସ୍ତେ ଜିଲ୍ଲାପାଳଙ୍କୁ ଭେଟି ତାଙ୍କର ସମସ୍ୟା ଜଣାଇଛନ୍ତି । ଏହି ସମସ୍ୟାର ସମାଧାନ ନ ହେଲେ ଏମାନେ ସବୁ ଅମଳ ହୋଇଥିବା ଧାନ ପ୍ରଶାସନ ପାଖକୁ ଆଣି ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।ସେପଟେ ବଲାଙ୍ଗୀର ବେସାମରିକ ଯୋଗାଣ ବିଭାଗର ମୁଖ୍ୟ ଯୋଗାଣ ଅଧିକାରୀ ଜି ପ୍ରଭାକର ପାତ୍ର କହିଛନ୍ତି ଯେ, ଏଭଳି ସମସ୍ୟା ତାଙ୍କ ଜ୍ଞାତସାରରେ ହୋଇନାହିଁ । ଏହି ସମସ୍ୟା ଥିଲେ ତାର ଶୀଘ୍ର ସମାଧାନ ହେବ ଏବଂ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସେ ଆଉମଧ୍ୟ କହିଛନ୍ତି, "ବଲାଙ୍ଗୀରରେ ଚଳିତ ଥର 174ଟି ପେକ୍ସ ମାଧ୍ୟମରେ ଖରିଫ ଋତୁ ଧାନ କିଣା ଚାଲିଛି । ଜିଲ୍ଲାକୁ ଏଥର ପ୍ରଥମ ପର୍ଯ୍ୟାୟରେ 30 ଲକ୍ଷ 60 ହଜାର କ୍ବିଣ୍ଟାଲ ଧାନ କିଣିବା ପାଇଁ ଟାର୍ଗେଟ ଆସିଛି । ଯେଉଁଥିରେ ଏଯାବତ୍ 5 ଲକ୍ଷ କ୍ବିଣ୍ଟାଲରୁ ଅଧିକ ଧାନ କିଣା ସରିଛି । ସେହିପରି ଏଥର 89 ହଜାର ପାଞ୍ଚ ଶହ ଚାଷୀ ପଞ୍ଜିକୃତ ହୋଇଛନ୍ତି ଏବଂ ମୋଟ 60 ଜଣ ମିଲରଙ୍କୁ ଏଥର ଧାନ କିଣାରେ ସାମିଲ କରାଯାଇଛି ।"

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.