ETV Bharat / state

ଫାର୍ମ ହାଉସ ଜଗୁଆଳିଙ୍କୁ ନିର୍ମମ ହତ୍ୟା

author img

By

Published : Jan 6, 2023, 10:34 AM IST

ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଅଇଁଲାଚୁଆଁ ଗ୍ରାମରେ ଫାର୍ମ ହାଉସ ଜଗୁଆଳିଙ୍କୁ ନିର୍ମମ ହତ୍ୟା । ଅଧିକ ପଢନ୍ତୁ

Farm house watchman
Farm house watchman

ବଲାଙ୍ଗୀର: ଫାର୍ମ ହାଉସ ଜଗୁଆଳିଙ୍କୁ ନିର୍ମମ ହତ୍ୟା । ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଅଇଁଲାଚୁଆଁ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ତେବେ ମୃତ ଯୁବକ ଜଣକ ସାନ ବୁରକା ବାହାଲ ଗ୍ରାମର ଋତୁ ଭୁଏ ବୋଲି ଜଣାପଡିଛି । ମୃତ ଋତୁ ଭୁଏ ଗତ କିଛି ଦିନ ହେବ ଏଠି ଜଗୁଆଳି ଭାବରେ କାମ କରୁଥିଲା । ଗତକାଲି ଭୋରରେ ଦୁଇଟି ବାଇକରେ ତିନି ଜଣ ଅଚିହ୍ନା ଯୁବକ ଫାର୍ମ ହାଉସକୁ ଆସିଥିଲେ । କୌଣସି କାରଣକୁ ନେଇ ଋତୁ ଭୁଏ ସହ ସେମାନଙ୍କର ଝଗଡା ହୋଇଥିଲା । ପରେ ସେମାନେ ଏକ ବଡ ହାତୁଡିରେ ରତୁର ମୁଣ୍ଡରେ ମାଡ ମାରି ତାଙ୍କୁ ହତ୍ୟା କରିଥିବାର ଅଭିଯୋଗ ହୋଇଛି ।

ସେପଟେ ଫାର୍ମ ହାଉସ ମାଲିକ ଲକ୍ଷ୍ମୀ କାନ୍ତ ଓ ଗ୍ରାମବାସୀ ଏହାର ଖବର ପାଇ ପୋଲିସ କୁ ଖବର କରିଥିଲେ । ଏନେଇ ବଲାଙ୍ଗୀର ସଦର ପୋଲିସ ତଥା ସାଇଣ୍ଟିଫିକ ଟିମ ଘଟଣା ସ୍ଥଳକୁ ଆସି ତଦନ୍ତ ଆରମ୍ଭ କରିଛନ୍ତି । ସେହିପରି ହତ୍ୟାରେ ବ୍ୟବହୃତ ହାତୁଡି ପୋଲିସ ଜବତ କରିଥିବା ବେଳେ ଏ ଦିଗରେ ଅଧିକ ତଦନ୍ତ ଜାରି ରଖିଛି । ତେବେ କିଏ ଓ କାହିଁକି ତାଙ୍କୁ ହତ୍ୟା କଲେ ତାଙ୍କ ପରିବାର ଲୋକେ ଜାଣି ନ ଥିବାର କହିଛନ୍ତି । ଏଥିସହ ଦୋଷୀକୁ ପୋଲିସ ଶୀଘ୍ର ଗିରଫ କରି କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ପରିବାର ଲୋକେ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.