ETV Bharat / state

ଛୁଟିରେ ଡାକ୍ତରବାବୁ, ଚିକିତ୍ସା ନ ପାଇ ଗର୍ଭବତୀଙ୍କ ମୃତ୍ୟୁ ଅଭିଯୋଗ - କେ ଟ୍ବିଙ୍କଲ ରାଓ

ବଲାଙ୍ଗୀର ଟିଟିଲାଗଡ଼ ସ୍ବାସ୍ଥ୍ୟକେନ୍ଦ୍ରରେ ଛୁଟିରେ ଡାକ୍ତରବାବୁ । ଉପଯୁକ୍ତ ସମୟରେ ଚିକିତ୍ସା ନ ପାଇ ଗର୍ଭବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ଛୁଟିରେ ଡାକ୍ତରବାବୁ, ଚିକିତ୍ସା ନ ପାଇ ଗର୍ଭବତୀଙ୍କ ମୃତ୍ୟୁ ଅଭିଯୋଗ

author img

By

Published : Oct 15, 2021, 7:19 PM IST

ବଲାଙ୍ଗୀର: ଚିକିତ୍ସା ବ୍ୟବସ୍ଥାରେ ଅବହେଳା ହେଉଥିବା ଅଭିଯୋଗ ହୋଇଛି । ଡ଼ାକ୍ତର ଛୁଟିରେ ଥିବାବେଳେ ଚିକିତ୍ସା ନ ପାଇ ଜଣେ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ ହୋଇଛି । ଘଟଣାଟି ଟିଟିଲାଗଡ ସ୍ବାସ୍ଥ୍ୟକେନ୍ଦ୍ରରେ ଘଟିଥିବା ବେଳେ ଏହାକୁ ନେଇ ଉକ୍ତ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି ।

ଛୁଟିରେ ଡାକ୍ତରବାବୁ, ଚିକିତ୍ସା ନ ପାଇ ଗର୍ଭବତୀଙ୍କ ମୃତ୍ୟୁ ଅଭିଯୋଗ

ଡ଼ାକ୍ତର ଛୁଟିରେ ଥିବାରୁ ଚିକିତ୍ସା ନପାଇ ଜଣେ ପ୍ରସୂତି ମହିଳାଙ୍କ ମୃତ୍ୟୁ ହୋଇଥିବାର ଆସିଛି ଗୁରୁତର ଅଭିଯୋଗ । ବଲାଙ୍ଗୀର ଟିଟିଲାଗଡ ଉପ ଡ଼ାକ୍ତରଖାନାରୁ ଏହି ଅଭିଯୋଗ ଆସିଛି । ତେବେ ଟିଟିଲାଗଡ ସିର୍ ଭଟାପଡ଼ାର ଗର୍ଭବତୀ ମହିଳା କେ ଟ୍ବିଙ୍କଲ ରାଓ ଆଜି ପେଟରେ ଯନ୍ତ୍ରଣା ହେବାରୁ ପ୍ରସୂତି ପାଇଁ ଟିଟିଲାଗଡ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତେବେ ତାଙ୍କର ଅବସ୍ଥା ବିଗିଡି ଚାଲିଥିବା ବେଳେ ଡ଼ାକ୍ତରଖାନାରେ ଡ଼ାକ୍ତର ଛୁଟିରେ ଥିବାରୁ ଉପସ୍ଥିତ ନର୍ସମାନେ ତାଙ୍କର ପ୍ରାଥମିକ ଚିକିତ୍ସା କରି ଭୀମ ଭୋଇ ମେଡିକାଲ୍ କଲେଜକୁ ନେବା ପାଇଁ ପରାମର୍ଶ ଦେଇଥିଲେ।

ହେଲେ ଏହାରି ମଧ୍ୟରେ ଚିକିତ୍ସା ନ ପାଇ ମହିଳା ଜଣଙ୍କର ମୃତ୍ୟୁ ହୋଇଥିବାର ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ଏହି ଘଟଣାକୁ ନେଇ ଦୀର୍ଘ ସମୟ ଧରି ଡ଼ାକ୍ତରଖାନାରେ ଉତ୍ତେଜନା ଲାଗି ରହିଥିଲା । ସେପଟେ ଡାକ୍ତରଖାନାର SDMO ଏହି ଘଟଣାର ତଦନ୍ତ ହେବ ବୋଲି କହିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.