ETV Bharat / state

ବଲାଙ୍ଗୀର ଜଳାଶୟ ମାନଙ୍କରେ ବିଦେଶାଗତ ପକ୍ଷୀଙ୍କ ଭିଡ

ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଜଳାଶୟରେ ଏବେ ବିପୁଳ ସଂଖ୍ୟାରେ ବିଦେଶୀ ପକ୍ଷୀ ଦେଖିବାକୁ ମିଳିଛନ୍ତି । ଯାହାକୁ ନେଇ ପକ୍ଷୀ ପ୍ରେମୀ ଉତ୍ସାହିତ ଥିବା ବେଳେ ଏମାନଙ୍କର ସୁରକ୍ଷା ପାଇଁ ବି ଦାବି ହୋଇଛି । ଅଧିକ ଖବର ପଢନ୍ତୁ...

author img

By

Published : Jan 31, 2020, 1:31 AM IST

ବଲାଙ୍ଗୀର ଜଳାଶୟ ମାନଙ୍କରେ ବିଦେଶାଗତ ପକ୍ଷୀଙ୍କ ଭିଡ
ବଲାଙ୍ଗୀର ଜଳାଶୟ ମାନଙ୍କରେ ବିଦେଶାଗତ ପକ୍ଷୀଙ୍କ ଭିଡ

ବଲାଙ୍ଗୀର: ଜିଲ୍ଲାର ବିଭିନ୍ନ ଜଳାଶୟରେ ଏବେ ବିପୁଳ ସଂଖ୍ୟାରେ ବିଦେଶୀ ପକ୍ଷୀ ଦେଖିବାକୁ ମିଳିଛନ୍ତି । ଯାହାକୁ ନେଇ ପକ୍ଷୀ ପ୍ରେମୀ ଉତ୍ସାହିତ ଥିବା ବେଳେ ଏମାନଙ୍କର ସୁରକ୍ଷା ପାଇଁ ବି ଦାବି ହୋଇଛି । ବଲାଙ୍ଗୀରର କୃପା ସାଗର, କରଙ୍ଗା କଣ୍ଟା ପୋଖରୀ ଓ କନ୍ଧ ପାଲି ସାଗର ମୁଖ୍ୟ ଅଟେ । ଏହି ସବୁ ଜଳାଶୟରେ ବର୍ତ୍ତମାନ ଭଳିକି ଭଳି ରଙ୍ଗ ବେରଙ୍ଗ ପକ୍ଷୀଙ୍କୁ ଦେଖିବାକୁ ମିଳୁଛି ।

ବଲାଙ୍ଗୀର ଜଳାଶୟ ମାନଙ୍କରେ ବିଦେଶାଗତ ପକ୍ଷୀଙ୍କ ଭିଡ

ଯାହାକୁ ଦେଖିବା ପାଇଁ ସାଧାରଣ ଲୋକଙ୍କ ଭିଡ଼ ଜମୁଥିବା ବେଳେ ପକ୍ଷୀପ୍ରେମୀ ବେଶ୍ ଉତ୍ସାହିତ ହୋଇଛନ୍ତି । ତେବେ ଗତ ଚାରିବର୍ଷରେ ଏଭଳି ପକ୍ଷୀ ଏ ଅଞ୍ଚଳକୁ ଆସୁ ନ ଥିଲେ ହେଲେ ଏବର୍ଷ ଭଲ ବର୍ଷା ଯୋଗୁଁ ସବୁ ଜଳାଶୟରେ ପର୍ଯ୍ୟାପ୍ତ ପାଣି ଥିବା ସହ ପରିବେଶ ଏହି ପକ୍ଷୀ ମାନଙ୍କୁ ବେଶ୍ ସୁହାଇ ଥିବାର ଜଣାପଡିଛି । ସେପଟେ ଏସବୁ ର ଫାଇଦା କିଛି ଅସାଧୁ ଲୋକ ଉଠାଉଛନ୍ତି ଏବଂ ଅବାଧ ଶିକାର ଏମାନଙ୍କ ପାଇଁ ଏବେ ବିପଦ ସାଜିଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

ବିଶେଷ କରି ଏହି ଶୀତ ଋତୁରେ ପକ୍ଷୀ ମାନଙ୍କର ସମାବେଶ ହୋଇଥାଏ । ତେବେ ଏଥର ଏହି ସଂଖ୍ୟା ଅଧିକ ଥିବା ବେଳେ ସୁଦୂର ହିମାଳୟ ଅଞ୍ଚଳରୁ ଅଧିକ ପକ୍ଷୀ ଆସିଥିବା କହିଛନ୍ତି ବିଶେଷଜ୍ଞ । ସେହିପରି ସାଇବେରିଆ ଓ ଆମେରିକୀୟ ପ୍ରଜାତିର ମଧ୍ୟ ପକ୍ଷୀ ଏଠାରେ ନଜର ଆସିଥିବାର ଏହି ବିଶେଷଜ୍ଞ ମାନେ ଅନୁଧ୍ୟାନ କରି କହିଛନ୍ତି ।

ଏଠାକାର ଲୋକଙ୍କ କୋଳାହଳ ସତ୍ତ୍ଵେ ଏଠାରେ ପକ୍ଷୀ ମାନେ ନିଜର ବଂଶ ବିସ୍ତାର କରୁଥିବାର ଦେଖାଯାଇଛି । ତେବେ ଅବାଧ ଶିକାରକୁ ନଜରରେ ରଖି ବନ ବିଭାଗ ପଦକ୍ଷେପ ନେବାର ଦାବି ସହ ପକ୍ଷୀ ଗଣନା ଓ ଚିହ୍ନଟ ନିହାତି ଦରକାର ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ବଲାଂଗୀର ର ବିଭିନ୍ନ ଜଳାଶୟ ରେ ଏବେ ବିପୁଳ ବିଦେଶୀ ପକ୍ଷୀ ଦେଖିବାକୁ ମିଳିଛନ୍ତି। ଯାହାକୁ ନେଇ ପକ୍ଷୀ ପ୍ରେମୀ ଉତ୍ସାହିତ ଥିବା ବେଳେ ଏମାନଙ୍କର ସୁରକ୍ଷା ପାଇଁ ଦାବି କରିଛନ୍ତି ।Body:ବଲାଂଗୀର ର ବିଭିନ୍ନ ଜଳାଶୟ ମାନଙ୍କ ରେ ଏବେ
ବିପୁଳ ବିଦେଶୀ ପକ୍ଷୀ ଦେଖିବାକୁ ମିଲୁ ଛନ୍ତି । ଯେଉଁଥିରେ ବଲାଙ୍ଗିର ର କୃପା ସାଗର, କରଙ୍ଗା କଣ୍ଟା ପୋଖରୀ ଓ କନ୍ଧ ପାଲି ସାଗର ମୁଖ୍ୟ ଅଟେ। ଏହି ସବୁ ଜଳାଶୟରେ ବର୍ତ୍ତମାନ ଭଳିକି ଭଳି ରଙ୍ଗ ବିରଙ୍ଗ ପକ୍ଷୀ ଓଲାହିଛନ୍ତି । ଯାହାକୁ ଦେଖିବା ପାଇଁ ସାଧାରଣ ଲୋକଙ୍କ ଭିଡ଼ ଜମୁଥିବ ବେଳେ ପକ୍ଷୀ ପ୍ରେମୀ ବେଶ୍ ଉତ୍ସାହିତ ହୋଇଛନ୍ତି । ତେବେ ଗତ ଚାରି ବର୍ଷରେ ଏଭଳି ପକ୍ଷୀ ଏ ଅଞ୍ଚଳ କୁ ଆସୁ ନ ଥିଲେ ହେଲେ ଏବର୍ଷ ଭଲ ବର୍ଷା ଯୋଗୁଁ ସବୁ ଜଳାଶୟ ରେ ପର୍ଯ୍ୟାପ୍ତ ପାଣି ଥିବା ସହ ପରିବେଶ ଏହି ପକ୍ଷୀ ମାନଙ୍କୁ ବେଶ୍ ସୁହାଇ ଥିବାର ଜଣା ପଡିଛି। ଏବଂ ଏଠି ଯୋଗୁଁ ଏଠି ଏହି ପକ୍ଷୀଙ୍କ ସମାଗମ ହୋଇଛି। ସେପଟେ ଏସବୁ ର ଫାଇଦା କିଛି ଅସାଧୁ ଲୋକ ଉଠାଉଛନ୍ତି ଏବଂ ଅବାଧ ଶିକାର ଏମାନଙ୍କ ପାଇଁ ଏବେ ବିପଦ ସାଜିଛି। ସେହିପରି ଏହାର ରୋକ୍ ଥାମ୍ ନହେଲେ ଏହି ପକ୍ଷୀ ସମାଗମ ହୁଏତ ବନ୍ଦ୍ ହେଇ ଯିବା ବୋଲି ମତ ପ୍ରକାଶ ପାଇଛି।
ବାଇ ଟ ପ୍ରଶାନ୍ତ ଯାଦବ ବଲାଂଗୀର ବାସିନ୍ଦା
ବଲାଂଗୀର ରେ ବିଶେଷ କରି ଏହି ଶିତ୍ ମାସ ରେ ଏହି ପକ୍ଷୀ ମାନଙ୍କ ର ସମାବେଶ ହୋଇଥାଏ । ତେବେ ଏଥର ଏହି ସଂଖ୍ୟା ଅଧିକ ଥିବା ବେଳେ ସୁଦୂର ହିମାଳୟ ଅଞ୍ଚଳରୁ ଅଧିକ ପକ୍ଷୀ ଆସିଥିବା କହିଛନ୍ତି ବିଶେଷଜ୍ଞ। ସେହିପରି ସାଇବେରିଆ ଓ ଆମେରିକୀୟ ପ୍ରଜାତି ର ମଧ୍ୟ ପକ୍ଷୀ ଏଠି ନଜର ଆସିଥିବାର ଏହି ବିଶେଷଜ୍ଞ ମାନେ ଅନୁଧ୍ୟାନ କରି କହିଛନ୍ତି। ଏବଂ ବଲାଂଗୀର ରେ ଏହି ପକ୍ଷୀ ମାନେ ଶିତ ମାସ ରୁ ଚାରି ମାସ ପର୍ଯ୍ୟନ୍ତ ରହି ପୁଣି ଗ୍ରୀଷ୍ମ ରେ ଫେରି ଯାଇଥାନ୍ତି ବୋଲି ଏମାନେ କହିଛନ୍ତି। ତେବେ ଏଠିକାର ଲୋକଙ୍କ କୋଳାହଳ ସତ୍ତ୍ଵେ ଏଠି ପକ୍ଷୀ ପ୍ରଜନନ ମଧ୍ୟ କରୁଥିବାର ଏମାନେ କହିଛନ୍ତି। ଯାହା ବଲାଂଗୀର ପାଇଁ ଖୁସି ଖବର ଅଟେ। ହେଲେ ଅବାଧ ଶିକାର ବଡ଼ ସମସ୍ୟା ଥିବା ବେଳେ ବାନ ବିଭାଗ ପଦକ୍ଷେପ ନେବାର ଦାବି ସହ ପକ୍ଷୀ ଗଣନା ଓ ଚିହ୍ନଟ ନିହାତି ଦରକାର ବୋଲି ବିଶେଷ୍ଞମାନେ ମତ ଦେଇଛନ୍ତି।
ବାଇ ଟ ଅଂଶୁମାନ ଷଡ଼ଙ୍ଗୀ ବ ନ୍ୟ୍ ଜନ୍ତୁ ବିଶେଷଜ୍ଞConclusion:ତେବେ ବ ନ ବିଭାଗ ତଥା ଜିଲ୍ଲା ପ୍ରଶାସନ ଏହି ପକ୍ଷୀ ଙ୍କ ପାଇଁ ପଦକ୍ଷେପ ନେଲେ ଏଠି ବେଶୀ ରୁ ବେଶୀ ପକ୍ଷୀ ଙ୍କ ସମାଗମ ହେବ ବୋଲି ମତ ପ୍ରକାଶ ପାଇଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.