ETV Bharat / state

ଗୁଳି ବିନିମୟରେ ମାଓବାଦୀଙ୍କ ଛତ୍ରଭଙ୍ଗ, କ୍ୟାମ୍ପ ଠାବ କଲା ପୋଲିସ - ବଲାଙ୍ଗୀରରେ ଗୁଳି ବିନିମୟ ଜାରି

ବଲାଙ୍ଗୀର ଜିଲ୍ଲାରେ ପୋଲିସର ଗୁଳି ବିନିମୟରେ ମାଓବାଦୀ ଛତ୍ରଭଙ୍ଗ ଦେବା ସହ କ୍ୟାମ୍ପ ଓ ସାମଗ୍ରୀ ଠାବ ହୋଇଛି । ଅଧିକ ପଢନ୍ତୁ...

Firing continued in balangir between police and maoist
ବଲାଙ୍ଗୀରରେ ମାଓ, ପୋଲିସ ମଧ୍ୟରେ ଗୁଳି ବିନିମୟ ଜାରି
author img

By

Published : Feb 1, 2021, 6:35 PM IST

Updated : Feb 1, 2021, 7:16 PM IST

ବଲାଙ୍ଗୀର: ଜିଲ୍ଲାରେ ଲାଠୋର ନିକଟ ବେନ୍ଦେର ଜଙ୍ଗଲରେ ସୋମବାର ମାଓବାଦୀ ଓ ପୋଲିସର ଗୁଳି ବିନିମୟ ଚାଲିଥିବା ସମୟରେ ପୋଲିସର ସର୍ଚ୍ଚ ଅପରେସନରେ ଏକ ମାଓ କ୍ୟାମ୍ପ ଠାବ ହୋଇଛି । ପୋଲିସର ଗୁଳି ବିନିମୟ ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିବା ଜଣାପଡିଛି ।

ଗୁଳି ବିନିମୟରେ ମାଓବାଦୀଙ୍କ ଛତ୍ରଭଙ୍ଗ, କ୍ୟାମ୍ପ ଠାବ କଲା ପୋଲିସ

ପୋଲିସର ସର୍ଚ୍ଚ ଅପରେସନ ସମୟରେ ଏକ ମାଓ କ୍ୟାମ୍ପକୁ ଠାବ କରାଯାଇଛି । ପୋଲିସ ଗୁଳି ଚାଳନାରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଛନ୍ତି ଏବଂ ସେଠାରେ ମାଓ ବ୍ୟବହୃତ ବିଭିନ୍ନ ସାମଗ୍ରୀ ସହିତ 2ଟି ବନ୍ଧୁକକୁ ପୋଲିସ୍ ଜବତ କରିଛି । ତେବେ ଆଜି ସକାଳୁ ମାଓବାଦୀ ଓ ପୋଲିସ ମଧ୍ୟରେ ଏଠାରେ ଗୁଳି ବିନିମୟ ହୋଇଥିଲା ଏବଂ ଏ ଅଞ୍ଚଳରେ ପୋଲିସର କମ୍ବିଂ ଜାରି ରହିଛି ।

ତେବେ ଦୀର୍ଘ କିଛି ଦିନ ହେବ ପୋଲିସ ଏସ.ଓ.ଜି ଓ ସିଆରପିଏଫର ମାଓ ପ୍ରଭାବିତ ଗନ୍ଧମାର୍ଦ୍ଧନ ପାହାଡ଼ ତଥା ଆଖ ପାଖ ଜଙ୍ଗଲରେ କମ୍ବିଂ ଚାଲିଥିଲା । ତେବେ ସୋମବାର ଏହି ବେନ୍ଦେର ଜଙ୍ଗଲରେ ମାଓବାଦୀ କ୍ୟାମ୍ପ ଥିବାର ଜାଣି ପୋଲିସର ମିଳିତ କମ୍ବିଂ ଚାଲିଥିବା ବେଳେ ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିବାର ସୂଚନା ମିଳିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Last Updated : Feb 1, 2021, 7:16 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.