ETV Bharat / state

ପରୀକ୍ଷା ବିନା ସୂଚନାରେ ବାତିଲ , ତଦନ୍ତ ଦାବି କଲେ ଅଭିଭାବକ

author img

By

Published : Dec 18, 2022, 6:19 PM IST

ବଲାଙ୍ଗୀର ଏକ ଘରୋଇ ସଂସ୍ଥା ଦ୍ୱାରା ପରିଚାଳିତ ହେବାକୁ ଥିବା ପରୀକ୍ଷା ବିନା ସୂଚନାରେ ବାତିଲ । ହଇରାଣ ହେଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ସମ୍ପୃକ୍ତ ସଂଗଠନ ନାଁରେ ତଦନ୍ତ ଦାବି କଲେ ଅଭିଭାବକ। ଅଧିକ ପଢନ୍ତୁ

ପରୀକ୍ଷା ବିନା ସୂଚନାରେ ବାତିଲ , ତଦନ୍ତ ଦାବି କଲେ ଅଭିଭାବକ
ପରୀକ୍ଷା ବିନା ସୂଚନାରେ ବାତିଲ , ତଦନ୍ତ ଦାବି କଲେ ଅଭିଭାବକ
ପରୀକ୍ଷା ବିନା ସୂଚନାରେ ବାତିଲ , ତଦନ୍ତ ଦାବି କଲେ ଅଭିଭାବକ

ବଲାଙ୍ଗୀର: ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ନାଁରେ ସେମାନଙ୍କୁ ହଇରାଣ କରାଯାଉଛି । ଏଥିସହ ବିଭିନ୍ନ ବିଷୟ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ଠାରୁ ଟଙ୍କା ଆଦାୟ ସହ ତାଙ୍କୁ ପୁରସ୍କାର ନାଁରେ ଭୁଆଁ ବୁଲା ଯାଉଥିବାର ହୋଇଛି ଅଭିଯୋଗ । ବଲାଙ୍ଗୀର ସହରରେ ଏଭଳି ଘଟଣା ଘଟିଛି । ଏଠାରେ ଏକ ଘରୋଇ ସଂଗଠନ ଗଣିତ ଅଲମ୍ପିଆଡ ପରୀକ୍ଷା ବା କୁଇଜ ପ୍ରତିଯୋଗିତା ପାଇଁ ଜିଲ୍ଲାର ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀଙ୍କଠାରୁ 30 ଟଙ୍କାରୁ 100 ଟଙ୍କା ସଂଗ୍ରହ କରିଥିଲା । ଯେଉଁଥିରେ 1000ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଟଙ୍କା ପୈଠ କରିଥିଲେ ।

ତେବେ ଆଜି ଏହାର ପରୀକ୍ଷା ସ୍ଥାନୀୟ ପତିତପାବନ ଉଚ୍ଚ ବିଦ୍ୟାଳୟରେ ହେବାର ଥିଲା । ଏଥିପାଇଁ ପଞ୍ଜୀକୃତ କରିଥିବା ଶତାଧିକ ଛାତ୍ରଛାତ୍ରୀ ଆଜି ଜିଲ୍ଲାର କୋଣ ଅନୁକୋଣରୁ ଆସିଥିଲେ । ସେହିପରି ତାଙ୍କ ସହ ଅଭିଭାବକମାନେ ମଧ୍ୟ ଆସିଥିଲେ । ହେଲେ ଏଠାକୁ ଆସିବା ପରେ ପରୀକ୍ଷା ଆରମ୍ଭ ନହେବା ପୂର୍ବରୁ ପରୀକ୍ଷା ବାତିଲ ହୋଇଥିବା ନେଇ ସେମାନଙ୍କୁ ହଠାତ ସୂଚନା ଦିଆଯାଇଥିଲା । ତେବେ ଏଭଳି ଅବ୍ୟବସ୍ଥା ପାଇଁ ଛାତ୍ରଛାତ୍ରୀ ତଥା ତାଙ୍କ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଏଥିସହ ସମ୍ପୃକ୍ତ ସଂଗଠନର ପ୍ରତିନିଧି ସେଠି ଜଣେ ଥିବା ବେଳେ କେମିତି ସେ ଏକା ଏତେ ଛାତ୍ରଛାତ୍ରୀଙ୍କ ପରୀକ୍ଷା କରିଥାଆନ୍ତେ ତାକୁ ନେଇ ସମସ୍ତେ ପ୍ରଶ୍ନ କରିଛନ୍ତି।

ଅନ୍ୟପଟେ, ସମାନ ଭାବରେ ମନଲୋଭା ପୁରସ୍କାର ଦେବା ନାଁରେ ଛାତ୍ ଛାତ୍ରୀଙ୍କ ଭାବାବେଗ ସହ ଏହି ସଂଗଠନ ଖେଳ ଖେଳୁଥିବାର ଅଭିଭାବକ ଅଭିଯୋଗ କରିଛନ୍ତି । ଟଙ୍କା କମାଇବାର ଲୋଭାରେ ଏହି ସଂଗଠନ ଏଭଳି କରୁଥିବା ଅଭିଯୋଗ ହୋଇଛି । ଶିକ୍ଷା ବିଭାଗ ଏହାର ତଦନ୍ତ କରୁ ବୋଲି ଦାବି କରିଛନ୍ତି । ସମ୍ପୃକ୍ତ ସଂଗଠନ ଏହି କୁଇଜ କାର୍ଯ୍ୟକ୍ରମ ସାରା ଦେଶରେ କରାଉଥିବା ନେଇ ଏହାର ପ୍ରତିନିଧି ସୂଚନା ଦେଇଛନ୍ତି । ତେବେ ଆଜି ପରୀକ୍ଷା ପୂର୍ବରୁ ଏହାର ପ୍ରଶ୍ନ ପତ୍ର ପ୍ରଘଟ ହୋଇ ଯାଇଥିବାରୁ ପରୀକ୍ଷା ବାତିଲ କରାଯାଇଥିବା ସୂଚନା ଦିଆଯାଇଛି । ସେହିପରି ଆଗକୁ ପୁଣିଥରେ ଏହି ପରୀକ୍ଷା ପାଇଁ ତାରିଖ ଘୋଷଣା ହେବ ବୋଲି କୁହାଯାଇଛି । ସେହିପରି ଏଥିରେ ମୋଟ 700 ଜଣ ପରୀକ୍ଷାର୍ଥୀ ଭାଗ ନେଇଥିଲେ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.