ETV Bharat / state

Etv Bharat Impact: ଆବାସ ଯୋଜନାରେ ଦୁର୍ନୀତି ନେଇ ଭିଜିଲାନ୍ସର ତଦନ୍ତ - ଭିଜିଲାନ୍ସ ଟିମ ଦୁର୍ନୀତିର ତଦନ୍ତ ଆରମ୍ଭ କରିଛି

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହା ଦୁର୍ନୀତି । ବଲାଙ୍ଗୀର ଜିଲ୍ଲାର ପୁଇଁନ୍ତଳା ବ୍ଲକ ବିଲେଇସର୍ଡା ଗ୍ରାମରେ ମୃତ ବ୍ୟକ୍ତିଙ୍କ ନାଁରେ ଆବାସ ଟଙ୍କା ହଡ଼ପ ହୋଇଥିବାର ଅଭିଯୋଗ ହୋଇଥିଲା । ଇଟିଭି ଭାରତରେ ଖବର ପ୍ରସାରଣ ପରେ ଭିଜିଲାନ୍ସର ଏକ ସ୍ବତନ୍ତ୍ର ଟିମ ଉକ୍ତ ଗାଁକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ଅଧିକ ପଢ଼ନ୍ତୁ

Etv Bharat Impact vigilance investigate corruption in awas yojana in balangir
Etv Bharat Impact: ଆବାସ ଯୋଜନାରେ ଦୁର୍ନୀତି ନେଇ ଭିଜିଲାନ୍ସର ତଦନ୍ତ
author img

By

Published : Sep 17, 2022, 3:50 PM IST

ବଲାଙ୍ଗୀର: ଜିଲ୍ଲାରେ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବାର ଅଭିଯୋଗ । ବଲାଙ୍ଗୀର ଜିଲ୍ଲା ବିଲେଇସର୍ଡା ପଞ୍ଚାୟତର ମୃତ ବ୍ୟକ୍ତିଙ୍କ ନାଁରେ ଆବାସ ଟଙ୍କା ହଡ଼ପ ହୋଇଥିବାର ଇଟିଭି ଭାରତରେ ସ୍ବତନ୍ତ୍ର ଖବର ପ୍ରସାରିତ ହୋଇଥିଲା । ତେବେ ଏହି ଖବରର ପ୍ରଭାବ ପଡ଼ିଥିବା ବେଳେ ଭିଜିଲାନ୍ସ ଟିମ ଦୁର୍ନୀତିର ତଦନ୍ତ ଆରମ୍ଭ କରିଛି । ସମ୍ବଲପୁର ଭିଜିଲାନ୍ସର ଏକ ସ୍ବତନ୍ତ୍ର ଦଳ ଜଣେ ଡିଏସପିଙ୍କ ନେତୃତ୍ୱରେ ବିଲେଇସର୍ଡା ପଞ୍ଚାୟତକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି ।

Etv Bharat Impact: ଆବାସ ଯୋଜନାରେ ଦୁର୍ନୀତି ନେଇ ଭିଜିଲାନ୍ସର ତଦନ୍ତ

ପଞ୍ଚାୟତର ବନ୍ଦନା କଟା ଗ୍ରାମରେ 17ଟି ଘର, କଶୃପାଲି ଗ୍ରାମରେ ଦୁଇଟି ଘର ଓ ବିଲେଇସର୍ଡ଼ା ଗ୍ରାମ ପଞ୍ଚାୟତରେ 12ଟି ଆବାସ ଘର ଚଞ୍ଚକତା କରାଯାଇ ଟଙ୍କା ହଡ଼ପ ହୋଇଛି । ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟରୁ ଏହା ଜଣା ପଡିଥିଲା । ପାଞ୍ଚ ବର୍ଷ ତଳେ ମୃତ୍ୟୁ ଘଟିଥିବା ଲୋକଙ୍କ ନାଁରେ ଆବାସ ଯୋଜନା ଟଙ୍କା ଉଠା ଯାଇଥିବାର ଜଣା ପଡିଥିଲା । ସେହିପରି ଆହୁରି ଅନେକ ମାମଲାରେ ଭୂତ ହିତାଧିକାରୀଙ୍କ ନାଁରେ ଆବାସ ଟଙ୍କା ଗତ 2017 ଓ 18 ବର୍ଷରୁ ନେଇ 2021ଓ 22 ବର୍ଷରେ ଟଙ୍କା ହଡ଼ପ ହୋଇଥିବାର ଜଣା ପଡ଼ିଥିଲା । ଯାହାକୁ ନେଇ ସ୍ଥାନୀୟ ଲୋକେ ଓ ମୃତ ହିତାଧିକାରୀଙ୍କ ସମ୍ପର୍କୀୟ ଅଭିଯୋଗ କରିଥିଲେ । ଯାହାର ବିସ୍ତୃତ ଖବର ମଧ୍ୟ ଇଟିଭି ଭାରତରେ ପ୍ରସାରିତ ହୋଇଥିଲା ।

ବଲାଙ୍ଗୀର ଜିଲ୍ଲାପାଳ ଏହାର ତଦନ୍ତ ପାଇଁ ପ୍ରତିଶୃତି ମଧ୍ୟ ଦେଇଥିଲେ । ବର୍ତ୍ତମାନ ଏହାର ଭିଜିଲାନ୍ସ ତଦନ୍ତ ଆରମ୍ଭ ହୋଇଛି । ଭିଜିଲାନ୍ସ ଟିମ ଏହି ପଞ୍ଚାୟତକୁ ଯାଇ ସରଜମିନ ତଦନ୍ତ କରିଛନ୍ତି । ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ । ଏହି ଦୁର୍ନୀତିରେ ପଞ୍ଚାୟତ ଇଓ, ପୂର୍ବତନ ସରପଞ୍ଚ, ଜିଓଟେଗ ଅଧିକାରୀ ଓ ଜିଆରଏସ ସମ୍ପୃକ୍ତ ଥିବାର ଅଭିଯୋଗ ହୋଇଛି । ତେବେ ଏହି ତଦନ୍ତ ତାଙ୍କ ପର୍ଯ୍ୟନ୍ତ ଯାଉଛି କି ନାହିଁ ଓ ଆଗକୁ ଦୋଷୀଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ହେଉଛି ତାହା ଦେଖିବାକୁ ବାକି ରହିଲା ।

ଏହା ମଧ୍ୟ ପଢ଼ନ୍ତୁ: ଯୋଜନାରେ ଦୁର୍ନୀତି ଗନ୍ଧ, ମୃତବ୍ୟକ୍ତି ନାଁରେ ଚାଲିଛି ଅର୍ଥ ହଡପ

ସୂଚନା ଥାଉକି, କିଛି ମାସ ତଳେ ଦୁର୍ନୀତି ଯୋଗୁଁ ଜଣେ ବୃଦ୍ଧା କଣ୍ଠ ଦେଇ ଉଇ ହୁଙ୍କା ଭଳି ଘରେ ରହିଥିବାର ଖବର ସାରା ରାଜ୍ୟରେ ଚର୍ଚ୍ଚାରେ ରହିଥିଲା । ତେବେ ଏଠି ମଧ୍ୟ ଦୁର୍ନୀତି ଯୋଗୁଁ ଏହି ଗରିବ ଅସହାୟ ବୃଦ୍ଧା ଜଣକ ଏହିଭଳି ଘରେ ଦୀର୍ଘ ଆଠ ବର୍ଷରୁ ରହିଆସୁଥିଲେ । ଯାହା ଆବାସ ଯୋଜନାର ବିଫଳତାକୁ ହିଁ ବୟାନ କରୁଥିଲା । ଏବେ ପୁଣି ମୃତ ବ୍ୟକ୍ତିଙ୍କ ନାଁରେ ଆବାସ ଟଙ୍କା ହଡପ କରାଯାଉଥିବା ଅଭିଯୋଗ ହୋଇଛି । ବଲାଙ୍ଗୀର ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ଗ୍ରାମ ପଞ୍ଚାୟତର ମୃତ ଭଗବାନ ବାଗଙ୍କ ନାମରେ ଟଙ୍କା ଉଠାଇ ଖାଇ ଦେଇଛନ୍ତି ଅଧିକାରୀ । ଏପରି ଅଭିଯୋଗ କରି ପ୍ରମାଣ ମଧ୍ୟ ଦେଇଥିଲେ ମୃତ ଭଗବାନ ବାଗଙ୍କ ପୁଅ ସତ୍ୟବାନ୍ ବାଗ । ଯେଉଁଥିରେ ତାଙ୍କ ମୃତ ବାପାଙ୍କ ନାଁରେ ଅନ୍ୟ ଜଣଙ୍କ ବ୍ୟାଙ୍କ ଆକାଉଣ୍ଟ୍ ଜରିଆରେ ଆବାସ ଯୋଜନାର ସବୁ ଟଙ୍କା ପୈଠ ହୋଇଛି । ଯାହାର ଖବର ସେ ପରବର୍ତ୍ତୀ ସମୟରେ ଜାଣି ବାକୁ ପାଇ ଏହାର ତଦନ୍ତ ଦାବି କରିଥିଲେ ।

ଇଟିଭି ଭାରତ, ବଲାଙ୍ଗୀର

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.