ETV Bharat / state

ସୁପ୍ରିମକୋର୍ଟ ନିର୍ଦ୍ଦେଶ ସତ୍ତ୍ବେ ଜାରୀ ରହିବ ସ୍ଥାୟୀ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ - ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ଜିଲ୍ଲାରେ ଜାରୀ ରହିବ ସ୍ଥାୟୀ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ । ଏନେଇ ବଲାଙ୍ଗୀର କ୍ରିୟାନୁଷ୍ଠାନ ଦେଲା ସ୍ପଷ୍ଟୀକରଣ । ଅଧିକ ପଢନ୍ତୁ

ସୁପ୍ରିମକୋର୍ଟ ନିର୍ଦ୍ଦେଶ ସତ୍ତ୍ବେ ଜାରୀ ରହିବ ସ୍ଥାୟୀ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ

author img

By

Published : Dec 15, 2022, 9:20 PM IST

ବଲାଙ୍ଗୀର: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ଜିଲ୍ଲାରେ ଜାରୀ ରହିବ ସ୍ଥାୟୀ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ । ଏଥିପାଇଁ ଆନ୍ଦୋଳନ କରି ଆସୁଥିବା ବଲାଙ୍ଗୀର କ୍ରିୟାନୁଷ୍ଠାନ ଦେଲା ସ୍ପଷ୍ଟୀକରଣ ।

ବଲାଙ୍ଗୀରରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ଦାବି ଦୀର୍ଘ ବର୍ଷରୁ ହୋଇ ଆସୁଛି । ଏଥିପାଇଁ ଆନ୍ଦୋଳନ ମଧ୍ୟ ଚାଲିଛି । ସେପଟେ ଆନ୍ଦୋଳନ କରୁଥିବା ବଲାଙ୍ଗୀରର କ୍ରିୟାନୁଷ୍ଠାନ କମିଟି ଏଠି ଆନ୍ଦୋଳନ ବନ୍ଦ ହେବ ନାହିଁ ବୋଲି ପୁଣି ସ୍ପଷ୍ଟ କରିଛି । ତେବେ ଦେଶର ସର୍ବୋଚ୍ଚ ଅଦାଲତ ମାନ୍ୟବର ସୁପ୍ରିମକୋର୍ଟ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଆଉ ଦରକାର ନାହିଁ ଓ ଓକିଳଙ୍କୁ ଆନ୍ଦୋଳନରୁ ନିବୃତ ରହିବା ପାଇଁ ନେଇଛନ୍ତି କଡା ପଦକ୍ଷେପ । ଏହାପରେ ଅନେକ ସ୍ଥାନରେ ଓକିଲ ମାନେ ଆନ୍ଦୋଳନ ବନ୍ଦ କରି ସାରିଛନ୍ତି ।

ସମାନ ଭାବରେ ବଲାଙ୍ଗୀର ଓକିଲ ସଂଘ ମଧ୍ୟ ମାନ୍ୟବର ସୁପ୍ରିମ କୋର୍ଟଙ୍କ ଆଦେଶକୁ ସମ୍ମାନ ଦେଉଛନ୍ତି ବୋଲି କହିଛନ୍ତି । ସେହିପରି ସେମାନେ ଏଯାଏଁ ସୁପ୍ରିମକୋର୍ଟଙ୍କ ଲିଖିତ ଅର୍ଡର ପାଇ ନାହାନ୍ତି ଓ ତାହା ହସ୍ତଗତ ହେଲେ ସେମାନେ ଆଇନ ଅନୁସାରେ ପଦକ୍ଷେପ ନେବେ ବୋଲି କହିଛନ୍ତି । ସେହିପରି ବରିଷ୍ଠ ଆଇନ ଅଧିକାରୀଙ୍କ ସହ ଆଲୋଚନା କରି ସେମାନେ ଆଇନ ଅନୁସାରେ ଯାହା ହେବ ତଦନ୍ତ ଅନୁସାରେ କାର୍ଯ୍ୟପନ୍ଥା ଗ୍ରହଣ କରିବେ ବୋଲି କହିଛନ୍ତି ।

ସେପଟେ ଦୀର୍ଘ ବର୍ଷରୁ ହାଇକୋର୍ଟ ବେଞ୍ଚ ଦାବି କରି ଆନ୍ଦୋଳନ କରୁଥିବା ବଲାଙ୍ଗୀର କ୍ରିୟା ଅନୁଷ୍ଠାନ କମିଟି ଅନ୍ୟ ଜିଲ୍ଲା ଭଳି ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ବନ୍ଦ ହେବ ନାହିଁ ବୋଲି କହିଛି । ତେବେ ସେମାନେ ମଧ୍ୟ ସୁପ୍ରିମକୋର୍ଟଙ୍କ ରାୟକୁ ଓ ନିର୍ଦ୍ଦେଶକୁ ସମ୍ମାନ ଦେଉଥିବା ବେଳେ ବଲାଙ୍ଗୀରରେ ଆନ୍ଦୋଳନର ରୂପରେଖ ଭିନ୍ନ ହେବ ବୋଲି କହିଛନ୍ତି । ତେବେ ଜିଲ୍ଲାର ସବୁ ସଂଗଠନ ସହିତ ଏମାନଙ୍କର ଆଲୋଚନା ହେବା ସହ ସର୍ବ ସମ୍ମତିରେ ନୂଆ ରୂପରେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ହେବ ବୋଲି କମିଟି କହିଛି । ସେହିପରି ବଲାଙ୍ଗୀରରେ ପୂର୍ବରୁ ହାଇକୋର୍ଟ ଥିଲା ଓ ସେ ଅନୁସାରେ ଏମାନେ ତାହାର ପୁନଃ ସ୍ଥାପନ ଦାବି କରିବେ ବୋଲି କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.