ETV Bharat / state

ବଲାଙ୍ଗୀରରେ ହାତୀ ଆତଙ୍କ, ପୂଜକଙ୍କୁ ଦଳିଦେଲା ଦନ୍ତା

author img

By

Published : Aug 2, 2023, 8:02 AM IST

ଶୌଚ ପାଇଁ ଯାଇଥିବା ବେଳେ ବ୍ୟକ୍ତିଙ୍କୁ ଦଳିଦେଲା ହାତୀ । ଜଙ୍ଗଲ ବିଭାଗର ତଦନ୍ତ ଜାରି । ଅଧିକ ପଢ଼ନ୍ତୁ

ଶୌଚ ପାଇଁ ଯାଇଥିବା ବେଳେ ବ୍ୟକ୍ତିଙ୍କୁ ଦଳିଦେଲା ହାତୀ

ବଲାଙ୍ଗୀର: ପୁଣି ହାତୀ ନେଲା ଜୀବନ । ଶୌଚ ପାଇଁ ଯାଇଥିବା ବେଳେ ବ୍ୟକ୍ତିଙ୍କୁ ଦଳିଦେଲା ହାତୀ । ବନ ବିଭାଗର ତଦନ୍ତ ଜାରି । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ବଙ୍ଗୋମୁଣ୍ଡା ଥାନା ଜୁରାବନ୍ଧ ପଞ୍ଚାୟତ ମାଲପଡା ଗାଁରେ । ହାତୀ ଆକ୍ରମଣରେ ଶୌଚ ପାଇଁ ଯାଇଥିବା ଯୁବକ ଦିଲେଶ୍ୱର ପଟେଲଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା । ଦୀର୍ଘ ସମୟ ଧରି ହାତୀଟି ଗାଁ ନିକଟରେ ଥିବା ବେଳେ ଭୟଭୀତ ଅବସ୍ଥାରେ ରହିଥିଲେ ଗ୍ରାମବାସୀ । ତେଣୁ ତୁରନ୍ତ ହତୀକୁ ଘଉଡେଇବା ପାଇଁ ଦାବି ହୋଇଥିଲା ।

ତେବେ ମୃତକ ଜଣକ ଗାଁର ଶିବ ମନ୍ଦିରରେ ପୂଜକ ଭାବେ କାର୍ଯ୍ୟ ତୁଲାଉଥିଲେ । ତାଙ୍କର ମୃତ୍ୟୁପରେ ପରିବାର ଲୋକେ ଚିନ୍ତାରେ ପଡିଯାଇଛନ୍ତି । ତୁରନ୍ତ ଗରିବ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ । ସେପଟେ ଘଟଣାସ୍ଥଳରେ ବଙ୍ଗୋମୁଣ୍ଡା ପୋଲିସ ଓ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ସେଠି ଉପସ୍ଥିତ ଥିବା ରେଞ୍ଜର ଜନାର୍ଦ୍ଦନ ଠାକୁର ଏହାର ତଦନ୍ତ ଆରମ୍ଭ କରିଛନ୍ତି ।

ଏହା ବି ପଢନ୍ତୁ.... ଥମୁନି ହାତୀ ଆତଙ୍କ, ଗୋଟିଏ ଦିନରେ 2 ଜୀବନ ନେଲା ଦନ୍ତା

ରେଞ୍ଜର ଜନାର୍ଦ୍ଦନ ଠାକୁର କହିଛନ୍ତି, ହାତୀଟି ଗତକାଲି ନୂଆପଡ଼ା ଉଜ୍ଜୈନ ବନ୍ଦପଟରୁ ବଙ୍ଗୋମୁଣ୍ଡାକୁ ଆସିଥିଲା । ମଙ୍ଗଳବାର ଦିଲେଶ୍ୱର୍ ପଟେଲ ମାଳ ପଡ଼ା ଗ୍ରାମର ଶୌଚ ପାଇଁ ଯାଇଥିବା ବେଳେ ତାଙ୍କୁ ହାତୀ ଆକ୍ରମଣ କରି ଦଳି ଦେଇଥିଲା । ଫଳରେ ଘଟଣାସ୍ଥଳର ବ୍ୟକ୍ତିର ମୃତ୍ୟୁ ଘଟିଛି । ତେବେ ସରକାରୀ ନିୟମ ଅନୁଯାୟୀ ପରିବାରବର୍ଗଙ୍କୁ କ୍ଷତି ପୂରଣ ଦେବାର ବ୍ୟବସ୍ଥା କରାଯିବା । ସେହିପରି ହାତୀକୁ ଘଉଡାଇବା ପାଇଁ ପ୍ରଚେଷ୍ଟା ଜାରି ରହିଛି ।

ଏହା ବି ପଢନ୍ତୁ.... ଅସୁସ୍ଥ ହାତୀ ଛୁଆକୁ ଛାଡ଼ି ପଳାଇଲା ମା’, ଜାରି ରହିଛି ଚିକିତ୍ସା

ସେପଟେ ଗ୍ରାମବାସୀଙ୍କ ସୂଚନା ଅନୁସାରେ, ଗତ 2019 ରୁ ଏକ ଦନ୍ତା ହାତୀ ସବୁବେଳେ ଗାଁ ନିକଟରେ ବୁଲାବୁଲି କରୁଛି । ପୂର୍ବରୁ ଅନେକ ଚାଷଙ୍କ ଫଲସ ଏହି ହାତୀ ନଷ୍ଟ କରିଥିବା ବେଳେ ଆଜି ଜଣଙ୍କୁ ଦଳି ମାରି ଦେଇଛି । ଅନେକ ଥର ବନବିଭାଗକୁ ଏହି ସମ୍ପର୍କରେ ଖବର ଦିଆଯାଉଥିଲେ ମଧ୍ୟ ସେମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲେ । ତେଣୁ ଏହି ହାତୀକୁ ଅନ୍ୟତ୍ର ଘଉଡାଯାଉ ନଚେତ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.