ETV Bharat / state

ଆଜିବି ଅନ୍ଧାରରେ ମହୀମୁଣ୍ଡା ଗ୍ରାମ, ଅନ୍ଧାରରେ ବିତୁଛି ଜୀବନ - Mahimunda village

ବଲାଙ୍ଗୀର ଜିଲ୍ଲା ମହୀମୁଣ୍ଡା ଗ୍ରାମ ଆଜିବି ପହଞ୍ଚି ପାରିନି ସରକାରଙ୍କ ଏଲିଡ ଯୋଜନା ଓ ଗ୍ରାମ୍ୟ ଉଜାଲା ଯୋଜନା । ଅଧିକ ପଢନ୍ତୁ...

ଆଜିବି ଅନ୍ଧାରରେ ମହୀମୁଣ୍ଡା ଗ୍ରାମ, ଅନ୍ଧାରରେ ବିତୁଛି ଜୀବନ

author img

By

Published : Jun 22, 2021, 8:05 AM IST

ବଲାଙ୍ଗୀର: ରାଜ୍ୟରେ ଆଉ କୌଣସିବି ଗାଁ ଅନ୍ଧାରରେ ରହିବନୀ । ସବୁଠି ଜଳିବ ଏଲଇଡି ଲାଇଟ । ଏନେଇ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଆରମ୍ଭ କରିଥିଲେ ଏଲିଡ ଯୋଜନା ଓ ଗ୍ରାମ୍ୟ ଉଜାଲା ଯୋଜନା । କିନ୍ତୁ ଏ ଯୋଜନା କେତେ କାର୍ଯ୍ୟକାରୀ ହୋଇଛି ତାହା ବଲାଙ୍ଗୀର ଜିଲ୍ଲା ମହୀମୁଣ୍ଡା ଗ୍ରାମକୁ ଦେଖିଲେ ବେସ୍ ପରଖି ହେଉଛି । ବିଦ୍ୟୁତ୍ ଆଲୁଅ ଏଠି ଯେମିତି ସାତ ସପନ । ଏହି ଗ୍ରାମର ତିନୋଟି ୱାର୍ଡକୁ ଏଯାଏଁ ବିଦ୍ୟୁତ୍ ସଂଯୋଗ କରଣ ହୋଇ ପାରି ନାହିଁ। ତେବେ ତିନି ବର୍ଷ ତଳେ ଏଠିକାର ସମସ୍ତଙ୍କ ଘରକୁ ବିଦ୍ୟୁତ୍ ଯୋଗାଇ ଦେବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ଆଜିବି ଅନ୍ଧାରରେ ମହୀମୁଣ୍ଡା ଗ୍ରାମ, ଅନ୍ଧାରରେ ବିତୁଛି ଜୀବନ

ଯେଉଁଥିରେ ବିଦ୍ୟୁତ୍ ଖୁଣ୍ଟ ଲଗା ଯିବ ସହ ସମସ୍ତଙ୍କ ଘରେ ବିଦ୍ୟୁତ୍ ମିଟର ମଧ୍ୟ ଲଗା ଯାଇଛି। ତେବେ ଲୋକଙ୍କୁ ବିଦ୍ୟୁତ୍ ଲାଗିବାର ସପ୍ନ ଦେଖାଇ ପ୍ରତାରଣା କରାଯାଇଥିବାର ଲୋକେ ଅଭିଯୋଗ କରିଛନ୍ତି। ଏବଂ ବିନା ବିଦ୍ୟୁତ୍ ରେ ଏମାନେ ନାହିଁ ନ ଥିବା ଅସୁବିଧା ଭୋଗୁଥିବା ବେଳେ ଛୁଆ ପିଲାଙ୍କ ପାଠପଢା ମଧ୍ୟ ଏଥିରେ ବାଧା ପ୍ରାପ୍ତ ହେଉଛି । ତେବେ ଖରା ଦିନ ଆସିଲେ ଆହୁରି ଅସୁବିଧା ଭୋଗୁ ଥିବାର ମଧ୍ୟ ଅଭିଯୋଗ ହୋଇଛି।

ତେବେ ସୂଚନା ଅନୁସାରେ ମାହିମୁଣ୍ଡା ପଞ୍ଚାୟତ ଏକ ନମ୍ବର ପଞ୍ଚାୟତ ଭାବରେ ସରକାର ଠାରୁ ପୁରସ୍କୃତ ହୋଇଥିଲା। ହେଲେ ତାହା କେଉଁ ଆଧାର ରେ ହୋଇଥିଲା ତାହା ଏଭଳି ପରିସ୍ଥିତିରେ ପ୍ରଶ୍ନ ହୋଇ ରହିଛି। ଅନ୍ୟପଟେ ଏହି ଗ୍ରାମର 3,4 ଓ 5 ନମ୍ବର ୱାର୍ଡ କୁ ଏଯାଏଁ ବିଦ୍ୟୁତ୍ ସଂଯୋଗ ହୋଇପାରିନାହିଁ। ଫଳରେ ଲୋକେ ବିଭାଗୀୟ ଅବହେଳା କୁ କାରଣ ବୋଲି କହିଛନ୍ତି। ଏଥି ସହ ସରକାରଙ୍କୁ ମଧ୍ୟ ଦୋଷ ଆରୋପ କରିଛନ୍ତି। ଯଦି ଆଗକୁ ଏହି ଅଞ୍ଚଳ କୁ ବିଦ୍ୟୁତ୍ ସଂଯୋଗ ନହେଲେ ଗ୍ରାମବାସୀ ଆନ୍ଦୋଳନ କରିବେ ବୋଲି କହିଛନ୍ତି। ତେବେ ଏହି ଗ୍ରାମ ବାସୀଙ୍କ ବିଦ୍ୟୁତ୍ ଆଲୁଅ ର ସପନ କେବେ ପୂରଣ ହେଉଛି ତାହା ଦେଖିବାକୁ ବାକି ରହିଲା।

ବଲାଙ୍ଗୀରରୁ ଶେଖ ମହମମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.