ETV Bharat / state

ସହର ବଢୁଛି, ଡ୍ରେନେଜ୍ ଭୁଶୁଡୁଛି; ଲକ୍ଷ୍ମୀଜୋର ପାଲଟିଛି ଜହର ! - ବଲାଙ୍ଗୀର ପାଇଁ ଲକ୍ଷ୍ମୀଜୋର ପାଲଟିଛି ଜହର

ବଲାଙ୍ଗୀରରେ କ୍ରମଶଃ ଜମସଂଖ୍ୟା ବଢିବା ସହିତ ଦୈନିକ ହଜାର ହଜାର ଲିଟର ଦୂଷିତ ପାଣି ନିର୍ଗତ ହେଉଛି । ତେବେ ଏହି ଦୂଷିତ ପାଣି ପାଇଁ ବଲାଙ୍ଗୀରରେ ନାଳ ନର୍ଦମା ତ ଅଛି ହେଲେ ବିଶୋଧନ ପାଇଁ ନାହିଁ ବିଶୋଧନ କେନ୍ଦ୍ର। ଫଳରେ ସବୁ ପାଣି ସିଧା ସଳଖ ପୋଖରୀ ଓ ପ୍ରାକୃତିକ ନାଳ ତଥା ନଦୀରେ ମିଶି ସ୍ବଚ୍ଛ ପାଣିକୁ ଦୂଷିତ କରୁଛି। ଅଧିକ ପଢନ୍ତୁ...

ସହର ବଢୁଛି, ଡ୍ରେନେଜ ଭୁଷୁଡୁଛି; ବଲାଙ୍ଗୀର ପାଇଁ ଲକ୍ଷ୍ମୀଜୋର ପାଲଟିଛି ଜହର

author img

By

Published : Feb 25, 2021, 9:32 PM IST

ବଲାଙ୍ଗୀର: ସହରରେ କ୍ରମଶଃ ବଢିବାରେ ଲାଗିଛି ଜନସଂଖ୍ୟା । ଆଉ ତା ସହ ତାଳଦେଇ ବଢୁଛି କଲକାରଖାନା, ଘର ଓ ବ୍ୟବସାୟିକ ପ୍ରତିଷ୍ଠାନ । ସେହି ଭାବେ ଦୈନିକ ହଜାର ହଜାର ଲିଟର ଦୂଷିତ ପାଣି ମଧ୍ୟ ନିର୍ଗତ ହେଉଛି। ତେବେ ଏହି ଦୂଷିତ ପାଣି ପାଇଁ ବଲାଙ୍ଗୀରରେ ନାଳ ନର୍ଦମା ତ ଅଛି ହେଲେ ବିଶୋଧନ ପାଇଁ ବିଶୋଧନ କେନ୍ଦ୍ର ନାହିଁ। ଫଳରେ ଏହି ସବୁ ପାଣି ସିଧା ସଳଖ ପୋଖରୀ ଓ ପ୍ରାକୃତିକ ନାଳ ତଥା ନଦୀରେ ମିଶି ସ୍ବଚ୍ଛ ପାଣିକୁ ଦୂଷିତ କରୁଛି।

ସହର ବଢୁଛି, ଡ୍ରେନେଜ୍ ଭୁଶୁଡୁଛି; ଲକ୍ଷ୍ମୀଜୋର ପାଲଟିଛି ଜହର !

ବଲାଙ୍ଗୀରରେ ପୁରାତନ ସମୟରୁ ବନ୍ୟା ପାଣି ନିଷ୍କାସନ ପାଇଁ ନାଳ ଥିଲା। ସେହି ନାଳରେ ଏବେ ସହରର ନିର୍ଗତ ହେଉଥିବା ଦୂଷିତ ପାଣି ନିଷ୍କାସନର ମାଧ୍ୟମ ପାଳିଟିଛି। ଏହି ସବୁ ନାଳ ସହର ମଧ୍ୟରେ ଥିବା ପ୍ରମୁଖ ଚାରୋଟି ପୋଖରୀ ଓ ଲକ୍ଷ୍ମୀ ଜୋର ନାଳରେ ମିଶୁଛି। ଆଉ ବିଡମ୍ବନାର ବିଷୟ ଯେ, ଲୋକ ଏହି ଲକ୍ଷ୍ମୀଜୋର ନାଳର ପାଣି ଦୈନନ୍ଦିନ କାର୍ଯ୍ୟ ପାଇଁ ବ୍ୟବହାର କରୁଛନ୍ତି। ତେବେ ନାଳ ନର୍ଦମା ପାଣି ବିଶୋଧନ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ସହରର ସମସ୍ତ ପ୍ରାକୃତିକ ଜଳ ଉତ୍ସ ଏବେ ଦୂଷିତ ।

ବଲାଙ୍ଗୀର ସହରରେ ବର୍ତ୍ତମାନ ଜନସଂଖ୍ୟା ଦୃତଗତିରେ ବୃଦ୍ଧି ଲକ୍ଷେକୁ ଛୁଇଁବାକୁ ବସିଲାଣି । ଏପଟେ ସହରର ଜନସଂଖ୍ୟା ବୃଦ୍ଧି ସହ ଭୌଗଳିକ ସ୍ଥିତିରେ ହେଉଛି ପରିବର୍ତ୍ତନ । ସହର ମଧ୍ୟରେ ଶହ ଶହ କିମିର ନାଳ ଥିବା ବେଳେ ସବୁ ନାଳ ସହରର ମୁଖ୍ୟ ଚାରୋଟି ନାଳରେ ଯାଇ ମିସିଥାଏ ଏବଂ ଏହି ଚାରୋଟି ନାଳ ପୋଖରୀ ଓ ଲକ୍ଷ୍ମୀ ଜୋରରେ ଯାଇ ମିଶିଛି ।

ଏଭଳି ସ୍ଥଳେ ପୌର ପାଳିକା ଆଗକୁ ସହରବାସୀଙ୍କୁ ଏହି ଦୂଷିତ ପାଣିରୁ କେବେ ମୁକ୍ତି ଦେଉଛି ଓ କେବେ ସେଫ୍ଟି ଟ୍ରିଟମେଣ୍ଟ ପ୍ଲାଣ୍ଟ ସ୍ଥାପନ କରୁଛି ତାକୁ ଅପେକ୍ଷା ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.