ବଲାଙ୍ଗୀର: କୋରୋନା ସମୟରେ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ସହ ସେମାନଙ୍କ ମନବଳ ବୃଦ୍ଧି କରିବାରେ ଡାକ୍ତର ତୁଲାଉଛନ୍ତି ଗୁରୁତ୍ବପୂର୍ଣ୍ଣ ଭୂମିକା । କେତେବେଳେ ସେମାନଙ୍କ ସହ ଗୀତ ଗାଉଛନ୍ତି ତ କେତେବେଳେ ତାଙ୍କୁ ନାଚ ଦେଖାଇ ଖୁସି କରାଉଛନ୍ତି । ସେମିତି ଏକ ଘଟଣା ପୁଣି ନଜର ଆସିଛି । ଏଥର କିନ୍ତୁ ନାଚଗୀତ ନୁହେଁ ଜଣେ 93 ବର୍ଷୀୟ ରୋଗୀଙ୍କ ଜନ୍ମଦିନ ପାଳି ତାଙ୍କ ମୁହଁରେ ହସ ଫୁଟାଇଛନ୍ତି ଡାକ୍ତର ।
-
Sh.Mishra, admitted in KIMS ICU turned 93 years today. KIMS CH doctors & staff groomed him and celebrated his birthday today. His recovery progress has motivated us all. Praying for his quick recovery. @CMO_Odisha @MoSarkar5T @spbalangir @HFWOdisha @achyuta_samanta pic.twitter.com/9qsiQTs5XD
— Collector & DM, Balangir (@CollectorBgr) June 10, 2021 " class="align-text-top noRightClick twitterSection" data="
">Sh.Mishra, admitted in KIMS ICU turned 93 years today. KIMS CH doctors & staff groomed him and celebrated his birthday today. His recovery progress has motivated us all. Praying for his quick recovery. @CMO_Odisha @MoSarkar5T @spbalangir @HFWOdisha @achyuta_samanta pic.twitter.com/9qsiQTs5XD
— Collector & DM, Balangir (@CollectorBgr) June 10, 2021Sh.Mishra, admitted in KIMS ICU turned 93 years today. KIMS CH doctors & staff groomed him and celebrated his birthday today. His recovery progress has motivated us all. Praying for his quick recovery. @CMO_Odisha @MoSarkar5T @spbalangir @HFWOdisha @achyuta_samanta pic.twitter.com/9qsiQTs5XD
— Collector & DM, Balangir (@CollectorBgr) June 10, 2021
ବଲାଙ୍ଗୀର ଜିଲ୍ଲା KIMS ହସ୍ପିଟାଲ ଆଇସିୟୁରେ କୋଭିଡରେ ଆକ୍ରାନ୍ତ ହୋଇ କିଛିଦିନ ତଳେ ଭର୍ତ୍ତି ହୋଇଥିଲେ ଏସଏଚ ମିଶ୍ର ନାମକ 93 ବର୍ଷୀୟ ବ୍ୟକ୍ତି । ତେବେ ଗୁରୁବାର ତାଙ୍କ ଜନ୍ମଦିନ ଥିବାରୁ ତାଙ୍କ ପାଇଁ କେକ୍ ଆଣିବା ସହ ICU ରେ ତାଙ୍କ ଜନ୍ମଦିନ ପାଳନ କରିଥିଲେ ଡ୍ୟୁଟିରେ ଥିବା ଡାକ୍ତର । ଯାହାଦ୍ବାରା କୋରୋନାରେ ଆକ୍ରନ୍ତ ବୃଦ୍ଧ ବ୍ୟକ୍ତିଙ୍କ ମୁହଁରେ ଖେଳିଯାଇଥିଲା ଆନନ୍ଦର ଧାରେ ସ୍ମିତହାସ୍ୟ ।
ଏନେଇ ବଲାଙ୍ଗୀର ଜିଲ୍ଲାପାଳ ଟ୍ବିଟ କରିବା ସହ ବୃଦ୍ଧ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ସଭିଙ୍କ ମନୋବଳ ବଢ଼ାଇବ ବୋଲି ଲେଖିଛନ୍ତି । ତେବେ ଏହି ଘଟଣା ପାଇଁ ସୋସିଆଲ ମିଡିଆରେ ଡାକ୍ତରଙ୍କୁ କରାଯାଉଛି ଖୁବ୍ ପ୍ରଶଂସା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ