ETV Bharat / state

ଭାରସାମ୍ୟ ହରାଇ ଓଲଟିଲା ବସ୍: 5 ଯାତ୍ରୀ ଗୁରୁତର - ଭାରସାମ୍ୟ

ଅନୁଗୋଳ ଜିଲ୍ଲା 55 ନମ୍ବର ବଅଁରପାଳ ନିକଟରେ ଭାରସାମ୍ୟ ହରାଇ ଏକ ନାଇଟ କୋଚ୍ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ 5 ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Jun 28, 2019, 8:09 AM IST

Updated : Jun 28, 2019, 1:24 PM IST

ଅନୁଗୋଳ: ଭାରସାମ୍ୟ ହରାଇ ଓଲଟିଲା ନାଇଟ କୋଚ ବସ୍ । ଫଳରେ 5ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଅନୁଗୋଳ ଜିଲ୍ଲା 55 ନମ୍ବର ଜାତୀୟ ରାଜପଥ ବନ୍ଦା ନିକଟରେ ଘଟିଛି ଦୁର୍ଘଟଣା । ସମସ୍ତ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ 2ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ସୂଚନା ଅନୁଯାୟୀ, ଝାରସୁଗୁଡାରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ଦିଲଖୁସ୍ ନାମକ ଏକ ନାଇଟ କୋଚ୍ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସ୍‌ଟି ଭାରସାମ୍ୟ ହରାଇ ଏକ ଗଛକୁ ଧକ୍କା ଦେବା ଫଳରେ ଓଲଟି ପଡିଥିଲା । ଏଥିରେ କେହି ମୃତାହତ ହୋଇ ନଥିବା ବେଳେ 5 ଜଣ ଗୁରୁତର ହୋଇଥିଲେ ।

ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ମୟୁରଭଞ୍ଜ ଜିଲ୍ଲା 18 ନମ୍ବର ଜାତୀୟ ରାଜପଥ ଆଗରିଆ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।ଭୁବନେଶ୍ୱରରୁ ବାରିପଦା ଆସୁଥିବା କଳ୍ପନା ନାମକ ଏକ ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଗୁରୁବାର ରାତି ପ୍ରାୟ ୧୨ ଟା ବେଳେ ଦୁର୍ଘଟଣା ହୋଇଥିବା ଜଣାପଡିଛି । ଏକ ଟ୍ରଲର ସମ୍ମୁଖରୁ ଧକ୍କା ଦେଇଥିବାରୁ ଦୁର୍ଘଟଣା ହୋଇଛି। ବସ ରେ ଥିବା 4 ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଅଛି। ମୃତକ ଙ୍କ ମଧ୍ୟରେ ଜଣେ ମହିଳା ଯାତ୍ରୀ ଥୁବା ବେଳେ ଆଉ ତିନି ଜଣ ପୁରୁଷ ଥିଲେ। ତେବେ 7 ରୁ ଉର୍ଦ୍ଧ ଗୁରୁତର ଆହତ ହୋଇଛନ୍ତି। ତେବେ ମୃତକ ଙ୍କ ପରିଚୟ ଜଣାପଡିନାହିଁ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। Body:ଦୁର୍ଘଟଣା ସ୍ଥଳକୁ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ୨ ଟି ଆମ୍ବୁଲାନ୍ସରେ ଆହତ ମାନଙ୍କୁ ପ୍ରଥମେ ବେତନଟୀ ଚିକିତ୍ସାଳୟ ଓ ପରେ ବାରିପଦା ମେଡିକାଲ କଲେଜକୁ ଚିକିତ୍ସା ପାଇଁ ଅଣାଯାଇଛି ।Conclusion:
Last Updated : Jun 28, 2019, 1:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.