ETV Bharat / state

ନୂଆ ବର୍ଷକୁ ଧୁମଧାମରେ ସ୍ବାଗତ କଲେ ବଲାଙ୍ଗୀରବାସୀ, ମନ୍ଦିରରେ ଜମିଲା ଶ୍ରଦ୍ଧାଳୁଙ୍କ ଭିଡ଼ - ନୂଆ ବର୍ଷ ୨୦୨୪

New Year Celebration in Balangir: ନୂଆ ବର୍ଷ ୨୦୨୪କୁ ଅତି ଉତ୍ସାହର ସହ ସ୍ବାଗତ କରିଛନ୍ତି ବଲାଙ୍ଗୀର ବାସୀ । ପ୍ରଥମ ଦିନରେ ମନ୍ଦିରରେ ଜମିଲା ଶ୍ରଦ୍ଧାଳୁଙ୍କ ଭିଡ଼ । ବର୍ଷ ତମାମ ଖୁସି ଓ ସମୃଦ୍ଧି ପାଇଁ ଭଗବାନଙ୍କ ଠାରେ ପ୍ରାର୍ଥନା କଲେ ଲୋକେ । ଅଧିକ ପଢନ୍ତୁ,

ନୂଆ ବର୍ଷକୁ ଧୁମଧାମରେ ସ୍ବାଗତ କଲେ ବଲାଙ୍ଗୀରବାସୀ, ମନ୍ଦିରରେ ଜମିଲା ଶ୍ରଦ୍ଧାଳୁଙ୍କ ଭିଡ଼

author img

By ETV Bharat Odisha Team

Published : Jan 1, 2024, 8:15 PM IST

ନୂଆ ବର୍ଷକୁ ଧୁମଧାମରେ ସ୍ବାଗତ କଲେ ବଲାଙ୍ଗୀରବାସୀ, ମନ୍ଦିରରେ ଜମିଲା ଶ୍ରଦ୍ଧାଳୁଙ୍କ ଭିଡ଼

ବଲାଙ୍ଗୀର: ବିଦାୟ ନେଇଛି ୨୦୨୩ ବର୍ଷ ଏବଂ ସମସ୍ତେ ନୂଆ ବର୍ଷ ୨୦୨୪କୁ ସାରା ଦେଶବାସୀ ଉତ୍ସାହର ସହ ସ୍ବାଗତ କରିଛନ୍ତି । ଏହି ବିଶେଷ ଅବସରରେ ବଲାଙ୍ଗୀର ବାସୀ ମଧ୍ୟ ନୂଆ ବର୍ଷକୁ ସ୍ବାଗତ କରିଛନ୍ତି ଏବଂ ଧୁମଧାମରେ ସେଲିବ୍ରେଟ କରିଛନ୍ତି । ଏଥିସହ ବର୍ଷର ପ୍ରଥମ ଦିନରେ ପରିବାରର ସମସ୍ତଙ୍କ ଜୀବନରେ ସୁଖ ସମୃଦ୍ଧି ପାଇଁ ଇଷ୍ଟ ଦେବା ଦେବୀଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ବିଭିନ୍ନ ସ୍ଥାନରେ ଯୁବ ବର୍ଗ ନାଚ ଗୀତ ଓ ଭୋଜି ଭାତ ଆସର ସହ ଗତକାଲି ଜିରୋ ନାଇଟ ପାଳନ କରି ୨୦୨୩କୁ ବିଦାୟ ଦେଇଛନ୍ତି ଲୋକେ । ସେପଟେ ନୂଆ ବର୍ଷକୁ ସ୍ବାଗତ କରି ପରସ୍ପରକୁ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି । ଏଥିସହ ଆଜି ୨୦୨୪ର ପ୍ରଥମ ଦିନରେ ଲୋକେ ବର୍ଷ ତମାମ ତାଙ୍କ ଜୀବନରେ ସୁଖ ସମୃଦ୍ଧି ପାଇଁ ଇଷ୍ଟ ଦେବା ଦେବୀଙ୍କ ଠାରେ ପ୍ରାର୍ଥନା କରିଛନ୍ତି । ଯେଉଁଥିରେ ବଲାଙ୍ଗୀରର ସବୁ ମନ୍ଦିରରେ ସକାଳୁ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଏଥିରେ ବଲାଙ୍ଗୀର ଇଷ୍ଟଦେବୀ ମା' ସମଲେଇ ଓ ମା' ପଟନେଶ୍ବରୀଙ୍କ ପୀଠରେ ମଧ୍ୟ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ତେବେ ମନ୍ଦିର କର୍ତ୍ତୃପକ୍ଷ ପକ୍ଷରୁ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସବୁ ପ୍ରକାରର ବନ୍ଦୋବସ୍ତ କରାଯାଇଥିଲା । ଭକ୍ତ ମଧ୍ୟ ମା' ସମଲେଇ ଓ ମା' ପଟନେଶ୍ବରୀଙ୍କ ଦର୍ଶନ କରି ସମସ୍ତଙ୍କ ମଙ୍ଗଳ କାମନା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:ନୂତନ ବର୍ଷରେ ସୁନାବେଶରେ ଦର୍ଶନ ଦେଲେ ମା ତାରିଣୀ, ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ

ତେବେ ନବ ବର୍ଷରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମା' ସମଲେଇ ମନ୍ଦିରରେ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା କହିଛନ୍ତି ମନ୍ଦିର ମୁଖ୍ୟ ପୂଜକ ଟଙ୍କ ଧର ଦିଶ୍ରୀ । ଏହି ଅବସରରେ ସେ ସମସ୍ତଙ୍କୁ ନବ ବର୍ଷର ଶୁଭକାମନା ଜଣାଇ କହିଛନ୍ତି, ଏହି ବର୍ଷ ମା' ସମଲେଇ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ଓ ସମସ୍ତଙ୍କ ଜୀବନ ସୁଖ ଏବଂ ସମୃଦ୍ଧି ଭରି ରହୁ ବୋଲି ସେ ପ୍ରାର୍ଥନା କରିଛନ୍ତି । ସେହିପରି ଏହି ଅବସରରେ ବଲାଙ୍ଗୀର ପୋୖରାଧ୍ୟକ୍ଷା ଲିକା ସାହୁ ମଧ୍ୟ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ବର୍ଷ ବଲାଙ୍ଗୀର ବିକାଶ ପାଇଁ ସମସ୍ତେ ଏକ ହୋଇ କାମ କରିବାକୁ ସେ ଆହ୍ୱାନ ଜଣାଇଛନ୍ତି । ତେବେ ନିଶ୍ଚିତ ଭାବରେ ଏହି ବର୍ଷ ସମସ୍ତଙ୍କ ଜୀବନରେ ଖୁସି ଓ ସମୃଦ୍ଧି ଭାରି ଦେବ ବୋଲି ସେ କାମନା କରିିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.