ETV Bharat / state

ଦେବକୀ ସାହୁ ନିର୍ଦ୍ଵନ୍ଦ୍ବରେ ବଲାଙ୍ଗୀର ଜିଲ୍ଲା ପରିଷଦ ଅଧ୍ୟକ୍ଷା ନିର୍ବାଚିତ - ବଲାଙ୍ଗୀର ରାଜନୀତି ଖବର

ବଲାଙ୍ଗୀର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବରେ ବିଜେଡିର ଦେବକୀ ସାହୁ ନିର୍ଦ୍ଵନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ।

zilla parishad chairmen
zilla parishad chairmen
author img

By

Published : Mar 13, 2022, 4:33 PM IST

ବଲାଙ୍ଗୀର: ଜିଲ୍ଲା ପରିଷଦ ଅଧ୍ୟକ୍ଷା ନିର୍ବାଚନ ଶେଷ ହୋଇଛି । ଏଥିରେ ବିଜେଡିର ଦେବକୀ ସାହୁ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ରିବିବାର ସକାଳୁ ବଲାଙ୍ଗୀର DRDA ସମ୍ମିଳନୀ କକ୍ଷରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ତେବେ ବଲାଙ୍ଗୀରର ୩୪ଟି ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ବିଜେଡି ୨୬ଟି ଜୋନରେ ବିଜୟୀ ହୋଇ ଅଧ୍ୟକ୍ଷା ପଦବୀ ଗଢିବାକୁ ଦାବି ରଖିଥିଲା ।

ଦେବକୀ ସାହୁ ନିର୍ଦ୍ଵନ୍ଦ୍ବରେ ବଲାଙ୍ଗୀର ଜିଲ୍ଲା ପରିଷଦ ଅଧ୍ୟକ୍ଷା ନିର୍ବାଚିତ

ଅନେକ ଆଶାୟୀ ଥିବା ବେଳେ ସାଧାରଣରେ ଜିଲ୍ଲା ପରିଷଦ ଗୀତା ବିଧି, ଅନାମିକା ହୋତା ଓ ଦେବକୀ ସାହୁଙ୍କ ନାମ ନେଇ ଅଧିକ ଆଲୋଚନା ହେଉଥିଲା । ସବୁ ଆଲୋଚନାର ଅନ୍ତ ଘଟାଇ ଜୋନ୍ ନମ୍ୱର ୧ ଆଗଲପୁର ଜିଲ୍ଲା ପରିଷଦ ଦେବକୀ ସାହୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବରେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ଦେବକୀ ସାହୁ ପୂର୍ବରୁ ରାଜନୀତିରେ ସକ୍ରିୟ ଭାରେ କାର୍ଯ୍ୟ କରି ଆସୁଛନ୍ତି । ସେ ଜଣେ ଦକ୍ଷା ସରପଞ୍ଚ ରହି ସାରିଛନ୍ତି । ଜଣେ ନେତ୍ରୀ ଭାବରେ ବେଶ୍ ପରିଚିତ । ଅଧିକ ଲୋକପ୍ରିୟ ହୋଇଥିବାରୁ ସେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ହୋଇ ପାରିଥିବା ଚର୍ଚ୍ଚା ହେଉଛି ।

ସେପଟେ ପାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା, ରାଜନୈତିକ ଅଭିଜ୍ଞତା ତଥା ଲୋକଙ୍କ ସେବା ମନୋଭାବ ଥିବା ପାର୍ଥୀଙ୍କୁ ଗୁରୁତ୍ଵ ଦିଆଯାଇ ଅଧ୍ୟକ୍ଷା ବଛା ଯାଇଛି ବୋଲି କହିଛନ୍ତି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବରେ ନିର୍ବାଚିତ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କଳିକେଶ ସିଂହଦେଓ, ମନ୍ତ୍ରୀ ସୁଶାନ୍ତ ସିଂ, ଟୁକୁନି ସାହୁ ଓ ଜନତାଙ୍କୁ ଧନ୍ୟବାଦ ଦେଇଛନ୍ତି ଦେବକୀ ସାହୁ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.