ETV Bharat / state

ପ୍ରଚାର ମଇଦାନରେ ମଡେଲ, ଭୋଟରଙ୍କ ମନ ଜିଣିବାକୁ ପ୍ରାର୍ଥୀଙ୍କ ଜୋରସୋର ପ୍ରଚେଷ୍ଟା

ପୌର ନିର୍ବାଚନକୁ ନେଇ ରାଜନୀତି ବେଶ ସରଗରମ ହେବାରେ ଲାଗିଲାଣି । ଦିଲ୍ଲୀର ମଡେଲ ପ୍ରତ୍ୟାକ୍ଷା ଆରୋରା ବଲାଙ୍ଗୀରର ବିଜେପି ଚେୟାରମ୍ୟାନ ପ୍ରାର୍ଥିନୀଙ୍କ ପାଇଁ ପ୍ରଚାର କରିଛନ୍ତି । ଅଧିକ ପଢନ୍ତୁ

author img

By

Published : Mar 18, 2022, 8:45 AM IST

ପ୍ରଚାର ମଇଦାନରେ ମଡେଲ, ଭୋଟରଙ୍କ ମନ ଜିଣିବାକୁ ପ୍ରାର୍ଥୀଙ୍କ ଜୋରସୋର ପ୍ରଚେଷ୍ଟା
ପ୍ରଚାର ମଇଦାନରେ ମଡେଲ, ଭୋଟରଙ୍କ ମନ ଜିଣିବାକୁ ପ୍ରାର୍ଥୀଙ୍କ ଜୋରସୋର ପ୍ରଚେଷ୍ଟା

ବଲାଙ୍ଗୀର: ପୌର ନିର୍ବାଚନକୁ ନେଇ ରାଜନୀତି ବେଶ ସରଗରମ ହେବାରେ ଲାଗିଲାଣି । ଆସନ୍ତା ୨୪ ତାରିଖରେ ହେବାକୁ ଯାଉଛି ପୌର ନିର୍ବାଚନ । ହାତରେ ମାତ୍ର ଆଉ ଦିନ କେଇଟା ରହିଥିବାରୁ ଜୋରଦାର ପ୍ରଚାର ଚଳାଇଛନ୍ତି ପ୍ରମୁଖ ରାଜନୈତିକ ଦଳ । ଗଡ଼ ଦଖଲ କରିବା ପାଇଁ ଲାଗି ପଡିଛନ୍ତି ଦଳୀୟ ନେତା ଓ ପ୍ରାର୍ଥୀ । ବଲାଙ୍ଗୀରରେ ମଧ୍ୟ ଜୋରସୋର ପ୍ରଚାର-ପ୍ରସାର ଚାଲିଛି । ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଲାଗି ପଡିଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ ।

ବଲାଙ୍ଗୀର ପୌର ପରିଷଦ ନିର୍ବାଚନ ପ୍ରଚାରରେ ପ୍ରାର୍ଥୀ ମାନେ ଭିନ୍ନ ଭିନ୍ନ ଢଙ୍ଗରେ ଭୋଟ ପାଇଁ ପ୍ରଚାର କରୁଛନ୍ତି। ତେବେ ବିଜେପି ଦିଲ୍ଲୀର ମଡେଲକୁ ଆଣି ପ୍ରଚାର ମଇଦାନକୁ ଓହ୍ଲାଇଛି। ଦିଲ୍ଲୀର ମଡେଲ ତଥା ମିସ ଇଣ୍ଡିଆ ପ୍ରତ୍ୟାକ୍ଷା ଆରୋରା ଯିଏ କି ସାମାଜିକ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚିତ ଚେହେରା ଅଟନ୍ତି। ତେବେ ପୌର ପରିଷଦ ଚେୟାରମ୍ୟାନ ପାଇଁ ବିଜେପି ପ୍ରାର୍ଥିନୀ ହୋଇଥିବା ସବିତା ବାର୍ଲା ପାଇଁ ଗୁରବାର ବଲାଙ୍ଗୀରରେ ପ୍ରଚାର ଆରମ୍ଭ କରିଛନ୍ତି।

ଏହା ମଧ୍ୟ ପଢନ୍ତୁ: ପୌର ଫାଇଟ: କିଏ ପିନ୍ଧିବ ବଲାଙ୍ଗୀର ବିଜୟ ମୁକୁଟ ? ୩ଥର ବିଜୟୀ ବିଜେଡିକୁ ମାତ ଦେବାକୁ ପ୍ରସ୍ତୁତ ବିରୋଧୀ

ନରେନ୍ଦ୍ର ମୋଦୀ ସାରା ଦେଶର ଆଦର୍ଶ ହୋଇଥିବା ବେଳେ ଲୋକେ ତାଙ୍କ ଦଳର ପ୍ରାର୍ଥିନୀଙ୍କୁ ବାଛନ୍ତୁ ଓ ସୁଶାସନ ଆଣନ୍ତୁ ବୋଲି କହିଛନ୍ତି ପ୍ରତ୍ୟାକ୍ଷା। ସେପଟେ ବିଜେଡିର ମାଳମାଳ ମନ୍ତ୍ରୀ ଏଠି ବିଜେଡି ପାଇଁ ଭୋଟ ପ୍ରଚାର କରୁଥିବା ବେଳେ ବିଜେପି ତାର ପ୍ରଚାର କରିବା ପାଇଁ ମୋଡେଲର ସାହାରା ନେଇଛି ଏବଂ ଏହା ନିଶ୍ଚୟ ସଫଳ ହେବ ବୋଲି କହିଛି ବିଜେପି ।

ବଲାଙ୍ଗୀରରୁ ଶେଖ୍‌ ମହମ୍ମଦ ୱାହିଦ୍‌, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.