ETV Bharat / state

ପିଜି ହଷ୍ଟେଲ ପଛପଟୁ ମୃତଦେହ ଜବତ ଘଟଣା: ଦୁଇ ଗିରଫ - ବଲାଙ୍ଗୀର ରାଜେନ୍ଦ୍ର ୟୁନିଭରସିଟି ଯୁବକ ମୃତ

ମଙ୍ଗଳବାର ରାଜେନ୍ଦ୍ର ୟୁନିଭରସିଟି ପିଜି ହଷ୍ଟେଲ ପଛପଟୁ ଜଣେ ଯୁବକର ଦରପୋଡ଼ା ମୃତଦେହ ପୋଲିସ ଜବତ କରିଥିଲା । ଘଟଣାକୁ 24 ଘଣ୍ଟା ନପୁରୁଣୁ ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ବଲାଙ୍ଗୀର ଟାଉନ ପୋଲିସ । ଅଧିକ ପଢନ୍ତୁ

Rajendra University dead incident: ଦୁଇ ଗିରଫ

author img

By

Published : Nov 24, 2021, 10:42 PM IST

ବଲାଙ୍ଗୀର: ଗତକାଲି (ମଙ୍ଗଳବାର) ରାଜେନ୍ଦ୍ର ୟୁନିଭରସିଟି ପିଜି ହଷ୍ଟେଲ ପଛପଟୁ ଜଣେ ଯୁବକର ଦରପୋଡ଼ା ମୃତଦେହ ପୋଲିସ ଜବତ କରିଥିଲା । ତେବେ ପୋଲିସ୍ ଏହାକୁ ପ୍ରାଥମିକ ତଦନ୍ତରେ ହତ୍ୟା ବୋଲି ସନ୍ଦେହ କରି ତଦନ୍ତ ଜାରି ରଖିଥିଲା । ଘଟଣାକୁ 24 ଘଣ୍ଟା ନପୁରୁଣୁ ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ବଲାଙ୍ଗୀର ଟାଉନ ପୋଲିସ । ତେବେ ତ୍ରିକୋଣ ପ୍ରେମ ପାଇଁ ଦୁଇ ବନ୍ଧୁ ମିଶି ଆଉଜଣେ ବନ୍ଧୁଙ୍କୁ ନିର୍ମମ ହତ୍ୟା କରିଥିବା ପୋଲିସ କହିଛି ।

Rajendra University dead incident: ଦୁଇ ଗିରଫ

ସୂଚନା ଅନୁସାରେ ମୃତ ଯୁବକ ବଲାଙ୍ଗୀର ସୁଦ ପଡ଼ାର ବିଶ୍ଵଦେବ ସାହୁ ଓ ତାର ବନ୍ଧୁ ବଲାଙ୍ଗୀର ଖଇରା ପଡ଼ାର ଅମିତ ମାନହିରା ଗୋଟିଏ ଝିଅକୁ ଭଲପାଉଥିଲେ । ଏହାକୁ ନେଇ ତାଙ୍କ ମଧ୍ୟରେ ଝଗଡା ମଧ୍ୟ ଲାଗି ରହିଥିଲା ।

ତେବେ ଗତକାଲି ମୃତ ଯୁବକର ସାଙ୍ଗ ବଲାଙ୍ଗୀର ସୁଦ ପଡ଼ାର ଶୁଭମ୍ ସିଂ ବିଶ୍ବଦେବ ସାହୁକୁ ଘରୁ ଡାକି ନେଇଥିଲା । ପୂର୍ବରୁ କଲେଜ ହଷ୍ଟେଲର ପରିତ୍ୟକ୍ତ ସ୍ଥାନକୁ ନେଇଥିଲା । ଯେଉଁଠି ତା’ର ଆଉଜଣେ ସାଙ୍ଗ ଅମିତ୍ ମନହିରା ପୂର୍ବରୁ ଜଗିଥିଲା । ତେବେ ଅମିତ ମନାହିରା ଓ ଶୁଭମ୍ ସିଂ ତାକୁ ପ୍ରଥମେ ମୁଣ୍ଡକୁ ଆକ୍ରମଣ କରିଥିଲେ । ସେ ତଳେ ପଡ଼ିଯିବା ପରେ ତା’ର ଗଳାକାଟି ଏମାନେ ହତ୍ୟା କରିଥିଲେ ।

ପ୍ରମାଣ ନଷ୍ଟ ପାଇଁ ସେମାନେ ମୃତଦେହ ଉପରେ ପେଟ୍ରୋଲ ଢ଼ାଳି ଜାଳି ଦେବାର ଉଦ୍ୟମ କରିଥିଲେ । ତେବେ ଗୋଟିଏ ଝିଅକୁ ଭଲପାଇ ଜଣେ ବନ୍ଧୁକୁ ଆଉ ଦୁଇଜଣ ମିଶି ହତ୍ୟା କରିଥିବାର ପୋଲିସ୍ ସ୍ପଷ୍ଟ କରିଛି । ହତ୍ୟାକାରୀ ଅମିତ ମାନାହିରା ଓ ଶୁଭମ୍ ସିଂହକୁ ପୋଲିସ୍ ଗିରଫ କରିଛି । ସେହିପରି ହତ୍ୟାରେ ବ୍ୟବହୃତ ଧାରୁଆ ଅସ୍ତ୍ର ଓ ରଡ଼ ପୋଲିସ୍ ଜବତ କରିଛି । ଆଜି ଦୁଇ ଅଭିଯୁକ୍ତଙ୍କୁ ପୋଲିସ୍ ଦଫା 302, 201 ଓ 34 ଆଇପିସିରେ କୋର୍ଟ ଚାଲାଣ କରିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.