ETV Bharat / state

ବଲାଙ୍ଗୀରରେ ବଢୁଛି ସାଇବର ଅପରାଧ, ଲୋକଙ୍କୁ ସଚେତନ କରିବ ରଥ - ସାଇବର ଅପରାଧ

ବଲାଙ୍ଗୀରରେ ଦିନକୁ ଦିନ ବଢି ଚାଲିଛି ସାଇବର ଅପରାଧ। ସଚେତନ ରଥ ଶୁଭାରମ୍ଭ କଲା ବଲାଙ୍ଗୀର ପୋଲିସ । ଅଧିକ ପଢନ୍ତୁ

cyber crime
cyber crime
author img

By

Published : Dec 24, 2022, 12:00 PM IST

cyber crime

ବଲାଙ୍ଗୀର: ରାଜ୍ୟରେ ବଢି ଚାଲିଛି ସାଇବର ଅପରାଧ । ନୂଆ ନୂଆ ପନ୍ଥା ଆପଣାଇ ଚୁଟକିରେ ଆକାଉଣ୍ଟ ଖାଲି କରିଦେଉଛନ୍ତି ସାଇବର ଅପରାଧି । ଆଉ ଆଖି ପିଛୁଳାକେ ନେଇଯାଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଏନେଇ ଲୋକଙ୍କୁ ସଚେତନ କରୁଥିଲେ ମଧ୍ୟ ବାରମ୍ବାର ସାଇବର ଅପରାଧ ଜାଲରେ ଛନ୍ଦି ହୋଇପଡୁଛନ୍ତି ଲୋକେ । ତେବେ ବଲାଙ୍ଗୀରରେ ସାଇବର ଅପରାଧ ମାମଲା ବଢିଚାଲିଥିବା ବେଳେ ଏଥିରେ ଲୋକଙ୍କ ଧନ ଜୀବନ ନଷ୍ଟ ହେଉଛି । ତେବେ ସଚେତନତା ଅଭାବ ହିଁ ଏହାର ମୁଖ୍ୟ କାରଣ ବୋଲି ଜଣାପଡ଼ିଛି । ଲୋକଙ୍କୁ ସାଇବର ଅପରାଧରୁ ରୋକିବା ପାଇଁ ବଲାଙ୍ଗୀର ପୋଲିସ ଏକ ଦକ୍ଷ ପୋଲିସ ଟିମ ପ୍ରସ୍ତୁତ କରିଛି । ଯେଉଁ ମାନେ ଏହି ଅପରାଧକୁ ନେଇ ଆସୁଥିବା ଅଭିଯୋଗର ତଦନ୍ତ କରିବା ସହ ଦୋଷୀକୁ ଧରିବା ପାଇଁ ତଦନ୍ତ ଜାରି ରଖିଛନ୍ତି । ଚଳିତ ମାସ ଆରମ୍ଭରୁ ଏପର୍ଯ୍ୟନ୍ତ ମୋଟ 65 ଟି ସାଇବର ଅପରାଧ ଅଭିଯୋଗ ସାମ୍ନାକୁ ଆସିଛି ।

ସାଇବାର ଅପରାଧ ରୋକିବାକୁ ରୋକିବା ପାଇଁ ବଲାଙ୍ଗୀର ପୋଲିସ ବ୍ୟାପକ ସଚେତନ କାର୍ଯ୍ୟକ୍ରମ ହାତକୁ ନେଇଛି। ଯେଉଁଥିରେ ଜିଲ୍ଲାରେ ସମସ୍ତ 18 ଟି ଥାନାରେଲୋକଙ୍କୁ ବିଶେଷ ସଚେତନ କରିବା ପାଇଁ ସଚେତନ ରଥ ଶୁଭାରମ୍ଭ ହୋଇଛି । ଜିଲ୍ଲାର ଏସବିଆଇ ବ୍ୟାଙ୍କ ଏଥି ପାଇଁ ସବୁ ସାହାଯ୍ୟ ପୋଲିସକୁ ଯୋଗାଇ ଦେଇଛି । ତେବେ କୌଣସି ବ୍ୟାଙ୍କ କିମ୍ବା ସଂସ୍ଥା ଫୋନ ଯୋଗେ କୌଣସି ବ୍ୟକ୍ତିର ଗୋପନୀୟ ତଥ୍ୟ ମାଗି ନ ଥାଏ । ତେଣୁ କେହି ଏଭଳି ତଥ୍ୟ ମାଗିଲେ ତାକୁ ନିଜର ଏଟିଏମ ନମ୍ବର, ପିନ ନମ୍ବର , ଓଟିପି ସହିତ ନିଜ ବ୍ୟକ୍ତିଗତ ତଥ୍ୟ ଦେବାକୁ ମନା କରିଛନ୍ତି ଏସବିଆଇ ବ୍ୟାଙ୍କ ରିଜୋନାଲ ମ୍ୟାନେଜର । ଏଥିସହ କୌଣସି ଠକାମୀର ଶିକାର ହେଲେ ତୁରନ୍ତ 1930 କୁ ଫୋନ କଲେ ତାହାର ସମାଧନ ହୋଇ ପାରିବ ବୋଲି ବ୍ୟାଙ୍କ ରିଜୋନାଲ ମ୍ୟାନେଜର କହିଛନ୍ତି ।

''ସେପଟେ ପୋଲିସ ମଧ୍ୟ ବଢୁଥିବା ସାଇବର ଅପରାଧ ପାଇଁ ଲୋକ ସଚେତନ ନ ହେବାକୁ କାରଣ ବୋଲି କହିଛି । ଲୋକେ ଫୋନ , ମେସେଜ ତଥା ଇଣ୍ଟରନେଟରେ ଅଜଣା ଲୋକଙ୍କୁ ନିଜର ବ୍ୟକ୍ତି ଗତ ତଥ୍ୟ ଦେବା ଦ୍ୱାରା ସାଇବର ଅପରାଧ ବଢିଛି। ଏବଂ ଲୋକଙ୍କ ଟଙ୍କା ଲୁଟ ହେବା ସହ ବେଳେ ବେଳେ ତାଙ୍କର ଜୀବନ ହାନି ମଧ୍ୟ ଘଟୁଛି । ତେବେ ବଲାଂଗୀର ପୋଲିସ ସାଇବର ଅପରାଧୀଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଦକ୍ଷ ପୋଲିସ ଟିମ ପ୍ରସ୍ତୁତ କରି ଏସବୁ ଅଭିଯୋଗ ଉପରେ କାର୍ଯ୍ୟ କରୁଥିବାର କହିଛନ୍ତି ଏସପି ନିତିନ କୁସଲକର। ଏବଂ ଲୋକଙ୍କୁ ସଚେତନ ରହିବା ସହ କୌଣସି ଅପରାଧର ଶିକାର ହେଲେ ତୁରନ୍ତ ପୋଲିସ ପାଖରେ ଅଭିଯୋଗ କରିବାକୁ ସେ କହିଛନ୍ତି । ଶେଷରେ ନିଜେ ସଚେତନ ହେଲେ ଏଭଳି ଅପରାଧିଙ୍କୁ ମାତ୍ ଦେଇ ହେବ ବୋଲି କହିଥିଲେ ବଲାଙ୍ଗୀର ଏସପି।।''

ସୂଚନା ଅନୁସାରେ, ବଲାଙ୍ଗାରରେ ଚଳିତ ମାସ ଆରମ୍ଭରୁ ଏପର୍ଯ୍ୟନ୍ତ ମୋଟ 65 ଟି ସାଇବର ଅପରାଧ ଅଭିଯୋଗ ଆସିଛି। ଏବଂ ଏଥିରେ ପୋଲିସ କିଛି ଦୋଷୀଙ୍କୁ ଧରିଥିବା ବେଳେ ଆଉ କିଛିର ତଦନ୍ତ ଜାରି ରହିଥିବା ପୋଲିସ ତରଫରୁ ସୂଚନା ମିଳିଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.