ETV Bharat / state

କୋରୋନା ସଚେତନତା ଗୀତ ଗାଇଲେ ପାଟଣାଗଡ ବିଡିଓ

ସଙ୍ଗୀତ ମାଧ୍ୟମରେ ଲୋକଙ୍କୁ କୋରୋନା ଭାଇରସର ଭୟାବହତା ଓ ଏହାଠାରୁ କିଭଳି ରକ୍ଷା ପାଇବା ସେ ନେଇ ସଚେତନତା କରୁଛନ୍ତି ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ବିଡିଓ । ଏହାସହ କୋରୋନା ଟୀକାକରଣ ପାଇଁ ଲୋକଙ୍କୁ ସଙ୍ଗୀତ ମାଧ୍ୟମରେ ସଚେତନତା କରୁଛନ୍ତି । ଅଧିକ ପଢନ୍ତୁ...

Covid19 awerness song sing by a patnagarh bdo of balangir
କୋରୋନା ସଚେତନତା ଗୀତ ଗାଇଲେ ପାଟଣାଗଡ ବିଡିଓ
author img

By

Published : May 31, 2021, 5:01 PM IST

ବଲାଙ୍ଗୀର: କୋରୋନା କବଳରେ ଏବେ ସାରା ବଲାଙ୍ଗୀର ଜିଲ୍ଲା । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ସହ ମୃତକଙ୍କ ସଂଖ୍ୟା ମଧ୍ୟ ବଢି ବଢି ଚାଲିଛି । ଘାତକ କୋରୋନା ଯୋଗୁଁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଏହାର ମୁକାବିଲା କରିବା ପାଇଁ ଆଗେଇ ଆସିଛନ୍ତି ପ୍ରଶାସନିକ ଅଧିକାରୀ । କୋରୋନା ସଙ୍ଗୀତ ମାଧ୍ୟମରେ ଲୋକଙ୍କୁ ସଚେତନ କରିବା ସହ ମାସ୍କ ମଧ୍ୟ ବଣ୍ଟନ କରୁଛନ୍ତି ।

କୋରୋନା ସଚେତନତା ଗୀତ ଗାଇଲେ ପାଟଣାଗଡ ବିଡିଓ

ବଲାଙ୍ଗୀର ଷ୍ଟୁଡିଓରେ ରେକର୍ଡିଂ ଚାଲିଛି ଗୀତ । କୋରୋନା ଟୀକାଦାନ ନେଇ ସଚେତନତାଧର୍ମୀ ସଙ୍ଗୀତ। ହେଲେ ଗୀତ ଗାଉଥିବା ବ୍ୟକ୍ତି ଜଣକ କୌଣସି ପେଶାଦାର ସଙ୍ଗୀତକାର ନୁହଁନ୍ତି । ସିଏ ହେଉଛନ୍ତି ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକର ବିଡିଓ ନୀଳମାଧବ ସୁନା । ଗୀତ ଗାଇ ଲୋକଙ୍କୁ ସଚେତନ କରିବା ସହ ଲୋକଙ୍କୁ ମାସ୍କ ମଧ୍ୟ ବଣ୍ଟନ କରୁଛନ୍ତି । ଏପରିକି ତାଙ୍କ ଗୀତକୁ ମାଇକ ଯୋଗେ ଗାଡ଼ିରେ ବୁଲି ବୁଲି ଗାଁ ଗାଁ ଯାଇ ସଚେତନ କରୁଥିବା ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ, ଖୋଦ ବିଡିଓ ମଧ୍ୟ ବ୍ଲକର ବିଭିନ୍ନ ଗାଁକୁ ଯାଇ କୋରୋନା ଗୀତ ଗାଇ ଲୋକଙ୍କୁ ବୁଝାଉଛନ୍ତି । କୋରୋନା ଟୀକାକୁ ଭୟ ନ କରି ସମସ୍ତେ ଭ୍ୟାକସିନ ନେବାକୁ ନିବେଦନ କରୁଛନ୍ତି ।

ଏବେ ଜିଲ୍ଲାରେ କୋରୋନା ସଂକ୍ରମଣ ବଢି ବଢି ଚାଲିଛି । ଏହାର ଉପଚାର ପାଇଁ ମେଡ଼ିସିନ୍ ବାହାରି ନଥିବାବେଳେ କେବଳ ପ୍ରତିଷେଧକ କୋରୋନା ଟୀକା ବାହାରିଛି । ହେଲେ ଏହି ଟୀକା ନେବାକୁ ଅଧିକାଂଶ ଲୋକେ ଭୟ କରୁଛନ୍ତି । ତେଣୁ ଲୋକଙ୍କୁ ସଚେତନ କରିବା ପାଇଁ ବିଡିଓ ନୀଳମାଧବ ସୁନା ଅଭିନବ ପ୍ରୟାସ କରିଛନ୍ତି । ଗୀତ ମାଧ୍ୟମରେ ସେ ଲୋକଙ୍କୁ ସଚେତନ କରୁଛନ୍ତି । ଏପରିକି ଗାଁ ଗାଁ ଯାଇ କୋରୋନା ସଚେତନତା ଗୀତ ଗାଇ ଲୋକଙ୍କୁ ବୁଝାଇଛନ୍ତି । ବିଡିଓଙ୍କ ଏଭଳି ମହତ୍ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି । ଭୟରେ କେହି ପଦାକୁ ବାହାରୁନଥିବାବେଳେ ଲୋକଙ୍କୁ ସଚେତନ ପାଇଁ ବିଡିଓ ଆଗେଇ ଆସିଛନ୍ତି। ତାଙ୍କର ଏଭଳି ମହତ୍ କାର୍ଯ୍ୟକୁ ପ୍ରଶାସନିକ ଅଧିକାରୀଙ୍କଠାରୁ ସାଧାରଣ ଲୋକେ ସମସ୍ତେ ପ୍ରଶଂସା କରୁଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.