ETV Bharat / state

ମରିଗଲା ମାନବିକତା: କୋରୋନା ମୃତକଙ୍କୁ ଶେଷ ଯାତ୍ରାରେ ମିଳିଲାନି କାନ୍ଧ - corona inhumanity

ବଲାଙ୍ଗୀର ଶାନ୍ତି ପଡ଼ାରେ ରହିଥିବା ପୂର୍ବତନ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର ନବକିଶୋର ବାରିହାଙ୍କ କୋରୋନାରେ ମୃତ୍ୟୁ ହେବା ପରେ ଭୟରେ କେହି ଅନ୍ତିମ ସଂସ୍କାର ପାଇଁ ଆସିନଥିଲେ । ଅଧିକ ପଡନ୍ତୁ...

ଭୁଲିଗଲେ ମାନବିକତା: କୋରୋନାରେ ମୃତ୍ୟୁ ପରେ କାନ୍ଧ ଦେଲେନି କେହି

author img

By

Published : May 2, 2021, 10:43 PM IST

ବଲାଙ୍ଗୀର: ଜିଲ୍ଲାରେ କରୋନା ଗୋଟିଏ ପରେ ଗୋଟିଏ ମୁଣ୍ଡ ନେବାରେ ଲାଗିଛି । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଭୟ ଥିବାବେଳେ କରୋନାରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ପାଖକୁ ଲୋକେ ଯାଉନାହାନ୍ତି । ତେଣୁ, ଅନେକ ସମୟରେ ମାନବିକତା ମାରି ଯାଉଥିବା ବେଳେ ଗୋଟିଏ ପରେ ଗୋଟିଏ କରୁଣ ଚିତ୍ର ବାରମ୍ବାର ସାମନାକୁ ଆସୁଛି ।

ଭୁଲିଗଲେ ମାନବିକତା: କୋରୋନାରେ ମୃତ୍ୟୁ ପରେ କାନ୍ଧ ଦେଲେନି କେହି

ଆଜି ବଲାଙ୍ଗୀର ସହର ମଧ୍ୟରେ ଥିବା ଶାନ୍ତି ପଡ଼ାରେ ରହିଥିବା ପୂର୍ବତନ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର ନବକିଶୋର ବାରିହାଙ୍କ କରୋନାରେ ନିଜ ବାସଭବନରେ ମୃତ୍ୟୁ ହୋଇଥିଲା । ତେବେ ଭୟରେ ପାଖ ପୋଡିଶା କିମ୍ବା ସମ୍ପର୍କୀୟ ପାଖ ମାଡ଼ି ନଥିଲେ ।

ସେପଟେ ତାଙ୍କର ଦୁଇଟି ଝିଅ ଅସହାୟ ଥିବା ବେଳେ ବଲାଙ୍ଗୀରର ସ୍ଵେଚ୍ଛାସେବୀ କିଛି ଯୁବକ ଏହାର ଖବର ପାଇଥିଲେ ଏବଂ ସେମାନେ ପ୍ରଶାସନ ଠାରୁ ଅନୁମତି ନେଇ ମୃତ ଦେହକୁ ଉଦ୍ଧାର କରିବା ସହ ବଲାଙ୍ଗୀର ଆରଟିଓ ଅଫିସ ନିକଟ ଶ୍ମଶାନରେ ତାଙ୍କର ସତ୍କାର କରିଥିଲେ । ତେବେ କରୋନାରେ ଲୋକଙ୍କ ମାନବିକତା ହଜି ଯାଉଥିବା ବେଳେ ଏଥିରେ ଧନୀ-ଗରିବ ସବୁ ବର୍ଗର ଲୋକେ ହଇରାଣ ହେଉଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.