ETV Bharat / state

ବଲାଙ୍ଗୀରରେ କାର୍ଯ୍ୟକ୍ଷମ ହେଲା କୋଭିଡ-19 ଡାକ୍ତରଖାନା

author img

By

Published : Apr 14, 2020, 11:40 PM IST

ଜିଲ୍ଲାରେ କାର୍ଯ୍ୟକ୍ଷମ ହେଲା କୋଭିଡ-19 ଡାକ୍ତରଖାନା । ମଙ୍ଗଳବାର ଜିଲ୍ଲାର କିମ୍ସ ପରିସରରେ ଏହି କୋଭିଡ-19 ଡାକ୍ତରଖାନା ଉଦଘାଟିତ ହୋଇଛି।

bolangir latest news, covid-19 hospital in bolangir, covid-19 hospital, corona fight in bolangir, corona fight, ବଲାଙ୍ଗୀର ଲାଟେଷ୍ଟ ନ୍ୟୁଜ୍‌, ବଲାଙ୍ଗୀରରେ କୋଭିଡ-19 ଡାକ୍ତରଖାନା, କୋଭିଡ-19 ଡାକ୍ତରଖାନା, ବଲାଙ୍ଗୀରରେ କୋରୋନା ମୁକାବିଲା, କୋରୋନା ମୁକାବିଲା
ବଲାଙ୍ଗୀରରେ କାର୍ଯ୍ୟକ୍ଷମ ହେଲା କୋଭିଡ-19 ଡାକ୍ତରଖାନା

ବଲାଙ୍ଗୀର: ଜିଲ୍ଲାରେ କାର୍ଯ୍ୟକ୍ଷମ ହେଲା କୋଭିଡ-19 ଡାକ୍ତରଖାନା । ମଙ୍ଗଳବାର ଜିଲ୍ଲାର କିମ୍ସ ପରିସରରେ ଏହି କୋଭିଡ-19 ଡାକ୍ତରଖାନା ଉଦଘାଟିତ ହୋଇଛି। ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଏହାକୁ ଉଦଘାଟନ କରିଛନ୍ତି । ଯେଉଁଥିରେ 200 ଶଯ୍ୟା ଥିବାବେଳେ 20ଟି ଆଇସିୟୁ ଶଯ୍ୟା ରହିଛି ।

ସେହିପରି ଏଠାରେ 3 ଜଣ ଡାକ୍ତର ନିୟୋଜିତ ଥିବାବେଳେ ମୋଟ 60 ଜଣ କର୍ମଚାରୀ ମଧ୍ୟ ନିୟୋଜିତ ହୋଇଛନ୍ତି । ତେବେ ଓଡିଶା ସରକାର ଓଏମସି ଓ କିମ୍ସ ସାଇଣ୍ଟିଟିଫିକ ଅନୁଷ୍ଠାନ ମଧ୍ୟରେ ରାଜିନାମା ସ୍ବାକ୍ଷରିତ ହୋଇଥିଲା । ଏହି ରାଜିନାମା ଆଧାରରେ ନିର୍ଦ୍ଧାରିତ ସମୟରେ ଏହି ଡାକ୍ତରଖାନାକୁ କାର୍ଯ୍ୟକ୍ଷମ କରାଯାଇଛି। ତେବେ ଅନ୍ୟ କ୍ବାରେନଣ୍ଟାଇନ ଓ କେୟାର ସେଣ୍ଟରରୁ ରୋଗୀଙ୍କୁ ଏଠାକୁ ଅଣାଯିବ । ଏଥିପାଇଁ ଆବଶ୍ୟକୀୟ ଆମ୍ବୁଲାନ୍ସର ମଧ୍ୟ ବ୍ୟବସ୍ଥା କରାଯାଇଛି।

ଏଥିସହିତ ବଲାଙ୍ଗୀରରେ ବର୍ତ୍ତମାନ ସୁଦ୍ଧା କୌଣସି କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନଥିବା ବେଳେ ଆଗକୁ କୌଣସି ବିପତ୍ତି ଆସିଲେ ଏହି ଡାକ୍ତରଖାନା ଉପଯୋଗୀ ହେବ ବୋଲି ଜିଲ୍ଲାପାଳ କହିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.