ETV Bharat / state

ବଲାଙ୍ଗୀରରେ କୋରୋନା ସ୍ଥିତି ଅଣାୟତଃ

author img

By

Published : Aug 22, 2020, 10:50 PM IST

ବଲାଙ୍ଗୀର ଜିଲ୍ଲାରେ କୋରୋନା ଧିରେ ଧିରେ ଅଣାୟତ୍ତ ହେବାରେ ଲାଗିଥିବାବେଳେ ଆଜି ପୁଣି ନୂଆ 56 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବଲାଙ୍ଗୀରରେ କୋରୋନା ସ୍ଥିତି ଅଣାୟତ
ବଲାଙ୍ଗୀରରେ କୋରୋନା ସ୍ଥିତି ଅଣାୟତ

ବଲାଙ୍ଗୀର: ଜିଲ୍ଲାରେ କୋରୋନା ଧିରେ ଧିରେ ଅଣାୟତ୍ତ ହେବାରେ ଲାଗିଥିବାବେଳେ ଆଜି ପୁଣି ନୂଆ 56 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରେ ଆଜି ଜଣେ 28 ବର୍ଷିଆ ଯୁବକର କୋରୋନାରେ ମୃତ୍ୟୁ ହୋଇଛି।

ବଲାଙ୍ଗୀରରେ କୋରୋନା ସ୍ଥିତି ଅଣାୟତ

ତେବେ ବଲାଙ୍ଗୀରର ସବୁ ସରକାରୀ ଅଫିସକୁ ଏବେ କୋରୋନା ମାଡି ବସିଥିବାବେଳେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ 4 ଜଣ ଓ ଜିଲ୍ଲା ମୁଖ୍ୟ ଡାକଘରରୁ ଦୁଇ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ବଲାଙ୍ଗୀର ସହରାଞ୍ଚଳରୁ 33 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗ୍ରାମାଞ୍ଚଳରୁ 23 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ପରେ ବଲାଙ୍ଗୀର ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 1311ରେ ପହଞ୍ଚିଛି। ଏଥି ମଧ୍ୟରୁ 767 ଜଣ ସୁସ୍ଥ ହୋଇଥିବାବେଳେ ବର୍ତ୍ତମାନ 542 ଜଣ ଚିକିତ୍ସାଧୀନ ଅଛନ୍ତି । ସେହିପରି କୋରୋନା ଏଯାଏଁ 2 ଜଣଙ୍କର ଜୀବନ ନେଇସାରିଛି ।

ବଲାଙ୍ଗୀରରୁ ଏସକେ ମହମ୍ମଦ ୱାହିଦ୍‌, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.