ETV Bharat / state

ବଲଙ୍ଗୀରର ଦୁଇଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା - ବଲାଙ୍ଗିର ଜିଲ୍ଲାରେ କୋରୋନା ସଂକ୍ରମଣ

ବଲାଙ୍ଗୀର ଜିଲ୍ଲାରେ କୋରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଏଥିରୁ ସୁରକ୍ଷିତ ରହିବା ପାଇଁ ସଂକ୍ରମିତ ଦୁଇ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ କରିଛି ପ୍ରଶାସନ।

ବଲଙ୍ଗିରର ଦୁଇଟି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍
ବଲଙ୍ଗିରର ଦୁଇଟି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍
author img

By

Published : Apr 30, 2021, 7:59 AM IST

ବଲାଙ୍ଗୀର: ଜିଲ୍ଲାରେ କୋରୋନା ସଂକ୍ରମଣ ଦୃତ ଗତିରେ ବଢ଼ି ଚାଲିଛି। ଏଥିରେ ବଲାଙ୍ଗୀର ପୌରାଞ୍ଚଳରେ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେବେ ଏହାକୁ ଦୃଷ୍ଟିରେ ରଖି ପ୍ରଥମ କରି ଏଠି ଦୁଇଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ।

ବଲଙ୍ଗିରର ଦୁଇଟି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍

ଯେଉଁଥିରେ ବଲାଙ୍ଗୀର ଦୁଇ ନମ୍ବର ୱାର୍ଡ ଚନ୍ଦ୍ର ଶେଖର ନଗରର ଓ 15 ନମ୍ବର ୱାର୍ଡର ଭଗତ ସିଂହ କ୍ଳବ୍ ଗଳିକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରିଛି ପ୍ରଶାସନ ।

ଏହି ଅଞ୍ଚଳୁ ବ୍ୟାରିକେଟିଂ କରି ଲୋକଙ୍କ ଯିବ ଆସିବା ଉପରେ ସମ୍ପୂର୍ଣ ରୋକ ଲଗାଯାଇଛି। ସେହିପରି ଏହି ମଧ୍ୟରେ ଲୋକଙ୍କ ପରୀକ୍ଷା ହେବା ସହ ସାନିଟାଇଜିଂ କାମ ହେବ ବୋଲି ପ୍ରଶାସନ କହିଛି । ସମାନ ଭାବରେ ଆଗକୁ ମଧ୍ୟ ଏହି ଭଳି ପଦକ୍ଷେପ ନିଆ ଯିବ ବୋଲି ସୂଚନା ମିଳିଛି ।

ବଲାଙ୍ଗୀରରୁ ସେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.