ETV Bharat / state

Corona Effect: ଦୁର୍ଦ୍ଦିନରେ ବଲାଙ୍ଗୀର କିନ୍ନର

କୋରୋନା ଅନେକଙ୍କ ବେଉସା ଛଡାଇ ନେଇଥିବା ବେଳେର କିନ୍ନରମାନେ ମଧ୍ୟ ଏଥିପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଅଧିକ ପଢନ୍ତୁ...

ଦୁର୍ଦ୍ଦିନରେ ବଲାଙ୍ଗୀର କିନ୍ନର
ଦୁର୍ଦ୍ଦିନରେ ବଲାଙ୍ଗୀର କିନ୍ନର
author img

By

Published : Jul 14, 2021, 9:36 AM IST

ବଲାଙ୍ଗୀର: କୋରୋନା ଅନେକଙ୍କ ବେଉସା ଛଡାଇ ନେଇଥିବା ବେଳେ ବଲାଙ୍ଗୀରର କିନ୍ନରମାନେ ମଧ୍ୟ ଏଥିପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ପୂର୍ବରୁ ସମାଜରେ ନିଜର ସ୍ବୀକୃତି ପାଇଁ ଯୁଝି ହେଉଥିବା ବେଳେ ଏବେ ପେଟ ପାଟଣା ପାଇଁ ଏମାନେ ସଂଘର୍ଷ କରୁଛନ୍ତି । ପୂର୍ବରୁ ଏମାନଙ୍କ ପାଖରେ ନିର୍ଦ୍ଦିଷ୍ଟ କୌଣସି ଆୟର ପନ୍ଥା ନଥିବା ବେଳେ ଏଠି ସେଠି ଛୋଟମୋଟ କାମ କରି ଏମାନେ ନିଜର ପେଟ ପୋଷୁଥିଲେ । ହେଲେ କୋରୋନାରେ ଏମାନଙ୍କର ସବୁ ଆୟର ପନ୍ଥା ବନ୍ଦ ହୋଇଯାଇଛି ।

ଦୁର୍ଦ୍ଦିନରେ ବଲାଙ୍ଗୀର କିନ୍ନର

ସେହିପରି ବଲାଙ୍ଗୀର ପ୍ରଶାସନ ଓ ପୌରପାଳିକା ଏମାନଙ୍କୁ ସ୍ବପ୍ନ ଦେଖାଇ ଅଳିଆ ଆବର୍ଜନା ସଂଗ୍ରହ କରିବା କାମରେ ନିୟୋଜିତ କରିଥିଲେ । ହେଲେ ତାହା ମଧ୍ୟ ଏବେ ବନ୍ଦ ହୋଇଯାଇଛି । ସେହିପରି ହୋଟେଲ ବ୍ୟବସାୟ ବନ୍ଦ ଥିବାବେଳେ ପର୍ବପର୍ବାଣୀ ମଧ୍ୟ ବନ୍ଦ ରହିଛି । ଫଳରେ ସବୁଆଡୁ ନିଜର କାମଧନ୍ଦା ହରାଇଛନ୍ତି ଏମାନେ । ଏବେ ପେଟ ପାଟଣା ପାଇଁ ଏମାନେ ଭିକ୍ଷା ବୃତ୍ତିକୁ ଆପଣାଉଥିବା କହିଛନ୍ତି ।

ଆମ ଦେଶର ସମ୍ବିଧାନରେ ଏମାନଙ୍କୁ ତୃତୀୟ ଲିଙ୍ଗର ମାନ୍ୟତା ପ୍ରଦାନ କରାଯାଇଛି । ହେଲେ ସମାଜରେ ଥିବା ବୈଷମ୍ୟ ଏମାନଙ୍କ ପାଇଁ ଆଜିବି ବଡ ସମସ୍ୟା ହୋଇ ରହିଛି । ଏମାନଙ୍କ ପାଖରେ ପୂର୍ବରୁ କୌଣସି କାମ ନଥିବାବେଳେ ସରକାର ମଧ୍ୟ କୌଣସି ବ୍ୟବସ୍ଥା କରିନଥିବା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି । କୋରୋନା କାଳରେ ରାଜ୍ୟ କିମ୍ବା କେନ୍ଦ୍ର ସରକାର ଏମାନଙ୍କୁ ଜୀବନଜୀବିକା ପାଇଁ ମାସକୁ 6 ହଜାର ଟଙ୍କା ପ୍ରଦାନ କରିବା ସହ ଏମାନେ ଯେମିତି ଆଗକୁ ଆତ୍ମନିର୍ଭରଶୀଳ ହେବେ ସେଥିପାଇଁ ସରକାର ପଦକ୍ଷେପ ନିଅନ୍ତୁ ବୋଲି ସେ କହିଛନ୍ତି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.