ETV Bharat / state

Omicron Scare: ଚୁନରୀ ଶୋଭାଯାତ୍ରା କରି ସଚେତନତା ବାର୍ତ୍ତା - ବଲାଙ୍ଗୀର ଖବର

କୋରୋନା ଓମିକ୍ରନ୍ ଭାଇରସ ଠାରୁ ମୁକ୍ତି ପାଇଁ ସ୍ବତନ୍ତ୍ର ପୂଜାର୍ଚ୍ଚନା । ଏନେଇ ସହରରେ ବିରାଟ ଚୁନରୀ ସଚେତନ ଶୋଭାଯାତ୍ରା କରାଯାଇଛି । ଟିଟିଲାଗଡବାସୀ ଏହି ପୂଜାର୍ଚ୍ଚନା କରିଛନ୍ତି। ଅଧିକ ପଢନ୍ତୁ

ଓମିକ୍ରନ୍ ଠୁ ମୁକ୍ତି ପାଇଁ ସ୍ବତନ୍ତ୍ର ପୂଜାର୍ଚ୍ଚନା: ଚୁନରୀ ଶୋଭାଯାତ୍ରା କରି ଦେଲେ ସଚେତନତା ବାର୍ତ୍ତା

author img

By

Published : Dec 10, 2021, 10:36 PM IST

ବଲାଙ୍ଗୀର : ଜିଲ୍ଲାରେ କୋରୋନା ଓମିକ୍ରନ୍ ଭାଇରସ ଠାରୁ ମୁକ୍ତି ପାଇଁ ସ୍ବତନ୍ତ୍ର ପୂଜାର୍ଚ୍ଚନା । ଏନେଇ ସହରରେ ବିରାଟ ଚୁନରୀ ସଚେତନ ଶୋଭାଯାତ୍ରା କରାଯାଇଛି । ଟିଟିଲାଗଡବାସୀ ଏହି ପୂଜାର୍ଚ୍ଚନା କରିଛନ୍ତି। ତେବେ ଏଠି ଥିବା ମା ଦୂର୍ଗାଙ୍କ ସ୍ୱରୂପ ରାଣୀ ଶକ୍ତି ମାତାଙ୍କ ମନ୍ଦିରର 19 ତମ ପ୍ରତିଷ୍ଠା ଉତ୍ସବରେ ଲୋକେ ଏହି ସ୍ୱତନ୍ତ୍ର ପୂଜା କରିଛନ୍ତି। ଯେଉଁଥିରେ ଜାତି ,ଧର୍ମ ,ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ପୂଜାରେ ସାମିଲ ହୋଇଥିଲେ । ତେବେ କୋରୋନା ନୂଆ ଭାରିଏଣ୍ଟ ଓମିକ୍ରାନ ଭାଇରସ ଏବେ ସାରା ବିଶ୍ୱ ପାଇଁ ନୂଆ ବିପଦ ଆଣିଛି ।

ଓମିକ୍ରନ୍ ଠୁ ମୁକ୍ତି ପାଇଁ ସ୍ବତନ୍ତ୍ର ପୂଜାର୍ଚ୍ଚନା: ଚୁନରୀ ଶୋଭାଯାତ୍ରା କରି ଦେଲେ ସଚେତନତା ବାର୍ତ୍ତା

ଏ ସମୟରେ ଏହି ମହାମାରୀ ଠାରୁ ମୁକ୍ତି ପାଇଁ ଲୋକେ ମା ରାଣୀ ଶକ୍ତି ମନ୍ଦିରରେ ସ୍ବତନ୍ତ୍ର ପୂଜା କରିଥିଲେ। ସେହିପରି 68 ଫୁଟ ଦୈର୍ଘ୍ୟ ବିଶିଷ୍ଟ ଚୁନରି ତିଆରି କରି ମହିଳାମାନେ କୋରୋନା ସଚେତନ ବାର୍ତ୍ତା ସହ ସାରା ସହର ପରିକ୍ରମା କରିଥିଲେ। ତେବେ ଲୋକଙ୍କୁ ଏହି କୋରୋନାକୁ ନେଇ ସଚେତନ କରିବା ଏହାର ମୁଖ୍ୟ ଉଦ୍ଦ୍ୟେଶ ଥିବାର ଆୟୋଜକ କହିଛନ୍ତି। ସମାନ ଭାବରେ ମାତା ରାଣୀ ଶକ୍ତି ସମସ୍ତ ଭକ୍ତଙ୍କ ଦୁଃଖ ହରିବା ସହ ମନସ୍କାମନା ପୂରଣ କରି ଥାନ୍ତି । ବିଶ୍ୱକୁ ମଧ୍ୟ କୋରୋନାରୁ ମୁକ୍ତି ଦେବେ ବୋଲି ଏମାନେ ଦୃଢ଼ ବିଶ୍ୱାସ ରଖିଛନ୍ତି।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.